/odisha-reporter/media/post_attachments/uploads/2020/09/kerala-1.jpg)
kerala-1
ବ୍ରହ୍ମପୁର (ଓଡ଼ିଶା ରିପୋର୍ଟର): ପ୍ରାୟ ୫ ମାସ ଧରି ଘରେ ବେରାଜଗାର ହୋଇ ବସିବା ପରେ ବାଧ୍ୟ ହୋଇ କୋଭିଡ୍ ସ୍ଥିତିରେ ବାହାର ରାଜ୍ୟକୁ ଫେରିବାକୁ ଘରୁ ଗୋଡ଼ କାଢ଼ିଲେଣି ଶ୍ରମିକ। ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଅଞ୍ଚଳରୁ ୬୦ ଜଣ ଶ୍ରମିକ କେରଳ ଅଭିମୁଖେ ଯାତ୍ରା କରିଛନ୍ତି। ଶ୍ରମିକମାନେ ରାଳବ ଅଞ୍ଚଳଳରୁ ଏକ ଘରୋଇ ବସ୍ରେ କେରଳ ଅଭିମୁଖେ ଯାତ୍ରା କରିଛନ୍ତି। ଏହି ବସ୍ରେ କଲିକତା ଓ ଭଦ୍ରକ ଅଞ୍ଚଳର କିଛି ଶ୍ରମିକ ରହିଛନ୍ତି।
Advertisment
/odisha-reporter/media/post_attachments/wp-content/uploads/2020/09/kerala-2.jpg)
ପ୍ରାୟ ୫ ମାସ ଧରି ଘରେ ବେରାଜଗାର ବସିବା ପରେ ବାଧ୍ୟ ହୋଇ ବାହାର ରାଜ୍ୟକୁ ଯାଉଥିବା ଶ୍ରମିକମାନେ କହିଛନ୍ତି। ପୂର୍ବରୁ ଗତ ୪ ତାରିଖରେ ଗଞ୍ଜାମ ଜିଲା ଆସିକା ଅଞ୍ଚଳରୁ କିଛି ଶ୍ରମିକ ଗୁଜରାଟର ସୁରତ ଯାଉଥିବା ବେଳେ ଛତିଶଗଡ ରାୟପୁର ନିକଟରେ ବସ୍ଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏଥିରେ ୮ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିଲା। ବିପଦପୂର୍ଣ୍ଣ ବସଯାତ୍ରା ସତ୍ୱେ ଶ୍ରମିକମାନେ ପେଟପାଟଣା ପାଇ ପୁଣି କେରଳ ଯାତ୍ରା କରିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
