Advertisment

ରାଜ୍ୟରେ ଦୈନିକ ସଂକ୍ରମଣ ୭ ହଜାର ତଳକୁ ଖସିଲା, ମୃତ୍ୟୁ ସଂଖ୍ୟା ୩ ହଜାର ଟପିଲା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ କମି ଚାଲିଛି ଦୈନିକ କରୋନା ସଂକ୍ରମଣ। ରବିବାର ଆସିଥିବା ରିପୋର୍ଟରେ ୭୦୦୨ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଦର୍ଶାଯାଇଥିବା ବେଳେ ସୋମବାର (ଆଜି) ଆସିଥିବା ରିପୋର୍ଟରେ ଏହି ସଂଖ୍ୟା ଢେର୍ କମିଛି। ସଦ୍ୟ ରିପୋର୍ଟ ଅନୁଯାୟୀ, ଗତ ୨୪ ଘଣ୍ଟାରେ ରାଜ୍ୟରେ ୬୧୧୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଆଉ ୪୧ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହା ସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩ ହଜାର […]

ଅଦ୍ୟତନ ହୋଇଛି
‘ଆବଶ୍ୟକ ନ ଥିଲେ ହସ୍ପିଟାଲ ଯାଅନି, ଘରେ ରୁହ, ମନୋବଳ ଦୃଢ଼ କର’

Corona

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ କମି ଚାଲିଛି ଦୈନିକ କରୋନା ସଂକ୍ରମଣ। ରବିବାର ଆସିଥିବା ରିପୋର୍ଟରେ ୭୦୦୨ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଦର୍ଶାଯାଇଥିବା ବେଳେ ସୋମବାର (ଆଜି) ଆସିଥିବା ରିପୋର୍ଟରେ ଏହି ସଂଖ୍ୟା ଢେର୍ କମିଛି। ସଦ୍ୟ ରିପୋର୍ଟ ଅନୁଯାୟୀ, ଗତ ୨୪ ଘଣ୍ଟାରେ ରାଜ୍ୟରେ ୬୧୧୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଆଉ ୪୧ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହା ସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩ ହଜାର ଅତିକ୍ରମ କରିଯାଇଛି।

Advertisment

୬୧୧୮ ଆକ୍ରାନ୍ତଙ୍କ ମଧ୍ୟରୁ ୩୪୫୩ କ୍ୱାରେଣ୍ଟାଇନ୍‌ରେ ଥିଲେ। ବାକି ୨୬୬୫ଟି ହେଉଛି ଲୋକାଲ୍ କେସ୍‌। କଟକଜିଲ୍ଲାରୁ ସର୍ବାଧିକ ୬୪୦ ଜଣ ଚିହ୍ନଟ ହୋଇଥିବା ବେଳେ ପୂର୍ବ ଦିନଗୁଡ଼ିକ ତୁଳନାରେ ଖୋର୍ଦ୍ଧାଜିଲ୍ଲାରେ ଏହି ସଂଖ୍ୟା ବହୁତ କମ୍ ରହିଛି। ଏହି ଜିଲ୍ଲାରୁ ମାତ୍ର ୪୯୫ ଜଣ ନୂଆ ପଜିଟିଜ୍ ଚିହ୍ନଟ ହୋଇଛନ୍ତି।

ଯାଜପୁରଜିଲ୍ଲାରୁ ୫୬୩ ଜଣ ଚିହ୍ନଟ ହୋଇଥିବା ବେଳେ ଅନୁଗୋଳରୁ ୪୧୬, ବାଲେଶ୍ୱରରୁ ୧୯୫, ବରଗଡ଼ରୁ ୧୬୪, ଭଦ୍ରକରୁ ୨୨୮, ବଲାଙ୍ଗିରରୁ ୮୩, ବୌଦ୍ଧରୁ ୧୧୨, ଦେବଗଡ଼ରୁ ୨୯, ଢେଙ୍କାନାଳରୁ ୧୨୩, ଗଜପତିରୁ ୩୦, ଗଞ୍ଜାମରୁ ୯୩, ଜଗତସିଂହପୁରରୁ ୨୧୮, ଝାରସୁଗୁଡ଼ାରୁ ୮୬, କଳାହାଣ୍ଡିରୁ ୮୦, କନ୍ଧମାଳରୁ ୧୪୩, କେନ୍ଦ୍ରାପଡ଼ାରୁ ୨୨୭, କେନ୍ଦୁଝରରୁ ୧୫୫, କୋରାପୁଟରୁ ୧୮୦, ମାଲକାନଗିରିରୁ ୧୦୭, ମୟୂରଭଞ୍ଜରୁ ୩୫୨, ନବରଙ୍ଗପୁରରୁ ୧୬୬, ନୟାଗଡ଼ରୁ ୧୬୧, ନୂଆପଡ଼ାରୁ ୩୬, ପୁରୀରୁ ୩୯୮, ରାୟଗଡ଼ାରୁ ୧୦୮, ସମ୍ବଲପୁରରୁ ୧୦୩, ସୋନପୁରରୁ ୫୨ ଓ ସୁନ୍ଦରଗଡ଼ରୁ ୨୭୨ ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ଷ୍ଟେଟ୍‌ ପୁଲ୍‌ରୁ ୧୦୩ ଜଣ ଚିହ୍ନଟ ହୋଇଛନ୍ତି।

Advertisment

୬୧୧୮ଟି ନୂଆ କେସ୍ ସହିତ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮ ଲକ୍ଷ ୧୯ ହଜାର ୨୧୪ରେ ପହଞ୍ଚିଛି। ସେମାନଙ୍କ ମଧ୍ୟରୁ ୭ ଲକ୍ଷ ୩୯ ହଜାର ୩୭୬ ଜଣ ସୁସ୍ଥ ହୋଇସାରିଛନ୍ତି। ୭୬ ହଜାର ୭୫୦ ଜଣ ଏବେ ଚିକିତ୍ସାଧୀନ ଅଛନ୍ତି। ସେହିପରି ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩୦୩୫କୁ ବୃଦ୍ଧି ପାଇଛି। କେବଳ ଖୋର୍ଦ୍ଧା ଜିଲ୍ଲାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୫୦୦ ଅତିକ୍ରମ କରି ଯାଇଛି। ଏହି ଜିଲ୍ଲାରେ ଏଯାବତ୍ ୫୦୧ ଜଣ କରୋନାରେ ପ୍ରାଣ ହରାଇସାରିଲେଣି।

ସୂଚନାଯୋଗ୍ୟ, ଜୁନ୍ ୩, ୪ ଓ ୫ ତାରିଖରେ ରାଜ୍ୟରେ ଯଥାକ୍ରମେ ୭୭୨୯, ୭୩୯୫ ଓ ୭୦୦୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଜୁନ୍ ୩ ତାରିଖ ପୂର୍ବରୁ ଲଗାତାର ୪ ଦିନ ଧରି ରାଜ୍ୟରେ ଦୈନିକ ସଂକ୍ରମଣ ୮ ହଜାର ଉପରେ ରହିଥିଲା।

Corona Cases In Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe