Advertisment

୬୨ ବ୍ରିଟେନ୍ ଫେରନ୍ତାଙ୍କ ପତ୍ତା ମିଳୁନି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବ୍ରିଟେନରେ କରୋନା ନୂଆ ଷ୍ଟ୍ରେନ୍ ସମସ୍ତଙ୍କ ଚିନ୍ତା ବଢ଼ାଇ ଦେଇଛି। ଏହାରି ଭିତରେ ଓଡ଼ିଶାକୁ ଅନେକ ବ୍ରିଟେନ୍ ଫେରନ୍ତା ଆସିଛନ୍ତି। କିନ୍ତୁ ଏବେବି ୬୨ଜଣ ବ୍ରିଟେନ୍ ଫେରନ୍ତାଙ୍କ ପତ୍ତା ମିଳିନଥିବା ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି। ଏହି ୬୨ ଜଣଙ୍କର ଠିକଣା ଖୋଜୁଥିବା ଜନସ୍ୱାର୍ଥ ବିଭାଗର ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି। ଏ ନେଇ ନିରଞ୍ଜନ ମିଶ୍ର କହିଛନ୍ତି, ନଭେମ୍ବର ୩୦ ତାରିଖ ଡିସେମ୍ବର ୨୧ ତାରିଖ ପର୍ଯ୍ୟନ୍ତ ଲଣ୍ଡନରୁ ୧୮୧ଜଣ ଯାତ୍ରୀ […]

୬୨ ବ୍ରିଟେନ୍ ଫେରନ୍ତାଙ୍କ ପତ୍ତା ମିଳୁନି

britain

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବ୍ରିଟେନରେ କରୋନା ନୂଆ ଷ୍ଟ୍ରେନ୍ ସମସ୍ତଙ୍କ ଚିନ୍ତା ବଢ଼ାଇ ଦେଇଛି। ଏହାରି ଭିତରେ ଓଡ଼ିଶାକୁ ଅନେକ ବ୍ରିଟେନ୍ ଫେରନ୍ତା ଆସିଛନ୍ତି। କିନ୍ତୁ ଏବେବି ୬୨ଜଣ ବ୍ରିଟେନ୍ ଫେରନ୍ତାଙ୍କ ପତ୍ତା ମିଳିନଥିବା ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି। ଏହି ୬୨ ଜଣଙ୍କର ଠିକଣା ଖୋଜୁଥିବା ଜନସ୍ୱାର୍ଥ ବିଭାଗର ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି।

Advertisment

ଏ ନେଇ ନିରଞ୍ଜନ ମିଶ୍ର କହିଛନ୍ତି, ନଭେମ୍ବର ୩୦ ତାରିଖ ଡିସେମ୍ବର ୨୧ ତାରିଖ ପର୍ଯ୍ୟନ୍ତ ଲଣ୍ଡନରୁ ୧୮୧ଜଣ ଯାତ୍ରୀ ଫେରିଛନ୍ତି। ସେଥିମଧ୍ୟରୁ ୧୧୯ ଜଣଙ୍କ ପତ୍ତା ମିଳିଛି ଏବଂ ସେମାନଙ୍କର ପରୀକ୍ଷଣ କରାଯାଇଛି। ବ୍ରିଟେନରୁ ଫେରିଥିବା ୬ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। କିନ୍ତୁ ବାକି ୬୨ଜଣ ଭୁଲ୍ ନମ୍ବର ଓ ଠିକଣା ଦେଇଥିବାରୁ ସେମାନଙ୍କ ସମ୍ପର୍କରେ ସୂଚନା ମିଳିନାହିଁ। ହେଲେ ସେଥିମଧ୍ୟରୁ ଅଧିକାଂଶ କ୍ୱାରେଣ୍ଟିନ୍ ପିରିୟଡ୍ ସାରିଛନ୍ତି। ତେଣୁ ଭୟ କରିବାର କୌଣସି କଥା ନାହିଁ। ଯଦି ବି ସେମାନଙ୍କ ମଧ୍ୟରୁ କିଏ ପଜିଟିଭ୍ ଚିହ୍ନଟ ହୋଇଥାନ୍ତେ, ତାହା ଜିନ୍ ସିକ୍ୱେନ୍ସିଂ ହୋଇଥାନ୍ତା ବୋଲି ନିରଞ୍ଜନ ମିଶ୍ର କହିଛନ୍ତି।

ସୂଚନାଯୋଗ୍ୟ, ବ୍ରିଟେନରେ କରୋନାର ନୂଆ ଷ୍ଟ୍ରେନ୍ ଅଧିକ ମାରାତ୍ମକ ବୋଲି କୁହାଯାଉଛି। ଏହି ନୂଆ ଷ୍ଟ୍ରେନ୍ ଏବେ ଦେଶବାସୀଙ୍କ ମନରେ ଭୟ ସୃଷ୍ଟି କରିଛି। ଓଡ଼ିଶାକୁ ଯେଉଁମାନେ ବ୍ରିଟେନରୁ ଫେରିଛନ୍ତି, ସେମାନଙ୍କର କରୋନା ଟେଷ୍ଟ କରାଯାଇଛି। ସେଥିମଧ୍ୟରୁ ଏବେବି କିଛି ଲୋକଙ୍କର ରିପୋର୍ଟ ଆସିବା ବାକି ରହିଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe