Advertisment

ରାଜ୍ୟରେ କରୋନା ତାଣ୍ଡବ; ଚିହ୍ନଟ ହେଲେ ୬୨୧୫ ପଜିଟିଭ୍, ପୁଣି ଆଗରେ ଖୋର୍ଦ୍ଧା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ଲାଗି ରହିଛି କରୋନା ବିଭୀଷିକା। ଗତକାଲି ପରି ଆଜି ବି ୬ ହଜାର ଉପରେ ରହିଛି ସଂକ୍ରମିତଙ୍କ ସଂଖ୍ୟା।  ଆଜି ୬୨୧୫ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ଗତକାଲି ପରି ଆଜି ବି ଆଗରେ ରହିଛି ଖୋର୍ଦ୍ଧା ଜିଲ୍ଲା। ଏହି ଜିଲ୍ଲାରୁ ଆଜି ୯୫୦ ପଜିଟିଭ ଚିହ୍ନଟ ହୋଇଛନ୍ତି। ୬୨୧୫ ପଜିଟିଭଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୩୬୦୪ ଚିହ୍ନଟ ହୋଇଥିବା ବେଳେ ଲୋକାଲ କେସ୍‌ ହେଉଛି ୨୬୧୧। ଅନୁଗୋଳରୁ ୧୭୩, ବାଲେଶ୍ୱରରୁ […]

ଅଦ୍ୟତନ ହୋଇଛି
ନାବାଳିକାଙ୍କ ସମେତ ୩୨ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ, ରାଜ୍ୟରେ ୨୫ ଶହ ଡେଇଁଲା ସଂଖ୍ୟା

Awareness pictures to wear mask

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ଲାଗି ରହିଛି କରୋନା ବିଭୀଷିକା। ଗତକାଲି ପରି ଆଜି ବି ୬ ହଜାର ଉପରେ ରହିଛି ସଂକ୍ରମିତଙ୍କ ସଂଖ୍ୟା।  ଆଜି ୬୨୧୫ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ଗତକାଲି ପରି ଆଜି ବି ଆଗରେ ରହିଛି ଖୋର୍ଦ୍ଧା ଜିଲ୍ଲା। ଏହି ଜିଲ୍ଲାରୁ ଆଜି ୯୫୦ ପଜିଟିଭ ଚିହ୍ନଟ ହୋଇଛନ୍ତି। ୬୨୧୫ ପଜିଟିଭଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୩୬୦୪ ଚିହ୍ନଟ ହୋଇଥିବା ବେଳେ ଲୋକାଲ କେସ୍‌ ହେଉଛି ୨୬୧୧।

Advertisment

ଅନୁଗୋଳରୁ ୧୭୩, ବାଲେଶ୍ୱରରୁ ୭୯, ବରଗଡ଼ରୁ ୨୬୮, ଭଦ୍ରକରୁ ୮୬, ବଲାଙ୍ଗିରରୁ ୨୧୧ ¸ବୌଦ୍ଧରୁ ୨୦, କଟକରୁ ୩୮୩, ଦେବଗଡ଼ରୁ ୩୩,  ଢେଙ୍କାନାଳରୁ ୧୬, ଗଜପତିରୁ ୪୭, ଗଞ୍ଜାମରୁ ୬୭, ଜଗତସିଂହପୁରରୁ ୬୨, ଯାଜପୁରରୁ ୮୫, ଝାରସୁଗୁଡ଼ାରୁ ୨୬୧ ଓ କଳାହାଣ୍ଡିରୁ ୬୮୨ ପଜିଟିଭ ଚିହ୍ନଟ ହୋଇଛନ୍ତି।

କନ୍ଧମାଳରୁ ୩୪, କେନ୍ଦ୍ରାପଡ଼ାରୁ ୪୧, କେନ୍ଦୁଝରରୁ ୧୫୭,  କୋରାପୁଟରୁ ୫୮, ମାଲକାନଗିରିରୁ ୨୧, ମୟୂରଭଞ୍ଜରୁ ୧୧୫, ନବରଙ୍ଗପୁରରୁ ୨୫୭, ନୟାଗଡ଼ରୁ ୮୨ ଓ ନୂଆପଡ଼ାରୁ ୪୪୬ ଆକ୍ରାନ୍ତ ବାହାରିଛନ୍ତି।

Advertisment

ଏହାବ୍ୟତୀତ ପୁରୀରୁ ୩୦୬, ରାୟଗଡ଼ାରୁ ୭୦, ସମ୍ବଲପୁରରୁ ୨୬୩,  ସୋନପୁରରୁ ୬୫, ସୁନ୍ଦରଗଡ଼ରୁ ୬୮୪ ଓ ଷ୍ଟେଟ୍‌ ପୁଲରୁ ୧୯୩ ପଜିଟିଭ ଚିହ୍ନଟ ହୋଇଛନ୍ତି।

ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୯୪,୬୯୪ରେ ପହଞ୍ଚି ଯାଇଛି। ଆକ୍ଟିଭ କେସ୍‌ ୩୯,୧୧୭ ଥିବା ବେଳେ ୩,୫୩,୫୫୧ ଜଣ ସୁସ୍ଥ ହୋଇ ସାରିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe