/odisha-reporter/media/post_attachments/uploads/2020/07/aarati-dutta.jpg)
aarati-dutta
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସପ୍ତାହେରୁ ଊର୍ଦ୍ଧ୍ୱ ବିତିଗଲାଣି। ହେଲେ ଘରକୁ ଫେରୁନାହାନ୍ତି ସେ। ପରିବାର ଲୋକେ ଖୋଜି ଖୋଜି ନୟାନ୍ତ ହେଲେଣି। ହେଲେ ତାଙ୍କ ପତା ମିଳୁନି। ଆରତି ଦତ୍ତ ନିଖୋଜ ହେବାର ୧୦ ଦିନ ପରେ ବି ତାଙ୍କ ଖୋଜଖବର ମିଳୁନି। ଆରତିଙ୍କ ଘର ହେଉଛି କଟକର ନୂଆବଜାର ଅଞ୍ଚଳରେ। ବୟସ ପାଖାପାଖି ୬୩। ଗତ ବୁଧବାର ଅପରାହ୍ନରେ ସେ ଘରୁ କେଉଁଆଡ଼େ ଚାଲିଯାଇଛନ୍ତି। ବହୁ ଖୋଜାଖୋଜି ପରେ ବି ତାଙ୍କ ସନ୍ଧାନ ମିଳୁନି। ଫଳରେ ପରିବାର ଲୋକେ ଚିନ୍ତାରେ ବ୍ୟତିବ୍ୟସ୍ତ ହୋଇପଡ଼ିଛନ୍ତି।
ପରିବାର ଲୋକଙ୍କ କହିବା ଅନୁଯାୟୀ ଆରତିଙ୍କୁ ବ୍ରେନ୍ ଷ୍ଟ୍ରୋକ୍ ହୋଇଥିଲା। ତେଣୁ ସେ ଅନେକ ସମୟରେ ମାନସିକ ଅବସାଦରେ ରହୁଥିଲେ ଓ ଛୋଟ ଛୋଟ କଥା ମନକୁ ନେଇଯାଉଥିଲେ। ହେଲେ ଯିବା ବେଳେ ପରିବାର ଲୋକଙ୍କୁ କିଛି କହିନଥିଲେ। ଏନେଇ କଟକ ସଦର ଥାନାରେ ମଧ୍ୟ ଅଭିଯୋଗ(ଷ୍ଟେସନ ଡାଏରୀ ନମ୍ବର 24/20) ହୋଇଛି। ଘରୁ ଯିବା ବେଳେ ସେ ଏକ ନାଲି ରଙ୍ଗର ଶାଢ଼ୀ ପିନ୍ଧିଥିଲେ। ତେଣୁ ଯଦି କେହି ସହୃଦୟ ବ୍ୟକ୍ତି ଏହି ମହିଳାଙ୍କ ସନ୍ଧାନ ପାଆନ୍ତି ତେବେ 9776630606, 7325913593, 9439738479, ନମ୍ବରରେ ଯୋଗାଯୋଗ କରିବାକୁ ଅନୁରୋଧ କରାଯାଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
