Advertisment

କ୍ୟାବିନେଟ ନିଷ୍ପତ୍ତିକୁ ବିରୋଧ: ୩ରେ ମହାସମାବେଶ କରିବ ୬୬୨ବର୍ଗ କଲେଜ ସଂଘ

କ୍ୟାବିନେଟର ନିଷ୍ପତ୍ତି ବିରୁଦ୍ଧରେ ଆସନ୍ତା ଫେବୃୟାରୀ ୩ତାରିଖରେ ସଂଘ ପକ୍ଷରୁ ଭୁବନେଶ୍ୱରରେ ମହାସମାବେଶ କରାଯିବା ସହ ଆଜିଠୁ କଳାବ୍ୟାଜ୍ ପିନ୍ଧି ପ୍ରତିବାଦ କରିବ ବୋଲି ଘୋଷଣା କରାଯାଇଛି।

representational image

representational image

Advertisment

ଅନୁଦାନପ୍ରାପ୍ତ ବେସରକାରୀ କଲେଜ ଓ ଜୁନିୟର କଲେଜର ଯୋଗ୍ୟ କର୍ମଚାରୀମାନଙ୍କୁ ସଂଶୋଧିତ ବେତନ ହାର ନିୟମ-୨୦୧୭ ଅନୁସାରେ ବର୍ଦ୍ଧିତ ଅନୁଦାନ ୨୦୨୨ ଜାନୁୟାରୀ ପହିଲାରୁ ଦେବା ପାଇଁ ଆଜି ରାଜ୍ୟ କ୍ୟାବିନେଟର ନିଷ୍ପତ୍ତିକୁ ନିଖିଳ ଓଡ଼ିଶା ୬୬୨ ବର୍ଗ ବେସରକାରୀ କଲେଜ ଅଧ୍ୟାପକ ଓ କର୍ମଚାରୀ ସଂଘ ତୀବ୍ର ବିରୋଧ କରିଛି । କ୍ୟାବିନେଟର ଏଭଳି ନିଷ୍ପତ୍ତି ବିରୁଦ୍ଧରେ ଆସନ୍ତା ଫେବୃୟାରୀ ୩ତାରିଖରେ ସଂଘ ପକ୍ଷରୁ ଭୁବନେଶ୍ୱରରେ ମହାସମାବେଶ କରାଯିବା ସହ ଆଜିଠୁ କଳାବ୍ୟାଜ୍ ପିନ୍ଧି ପ୍ରତିବାଦ କରିବ ବୋଲି ଘୋଷଣା କରିଛି ।

Advertisment

ସଂଘର ସଭାପତି ଗୋଲକ ନାୟକ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ଅନୁଦାନପ୍ରାପ୍ତ ବେସରକାରୀ କଲେଜର ଶିକ୍ଷକ ଓ କର୍ମଚାରୀଙ୍କୁ ସଂଶୋଧିତ ହାରରେ ଦରମା ଦେବା ପାଇଁ ରାଜ୍ୟ କ୍ୟାବିନେଟ ଆଜି ଯେଉଁ ନିଷ୍ପତ୍ତି ତାକୁ ଆମେ ବିରୋଧ କରୁଛୁ । ସରକାରଙ୍କ ଏଭଳି ନୀତି ଯୋଗୁ ଆମେ ୪୮୮ବର୍ଗର କଲେଜ ଅଧ୍ୟାପକ ଓ କର୍ମଚାରୀମାନଙ୍କଠୁ ବି କମ୍ ଦରମା ପାଇବୁ । କ୍ୟାବିନେଟର ଏହି ନିଷ୍ପତ୍ତି ପ୍ରତିବାଦରେ ଆଜିଠୁ ୬୬୨ ବର୍ଗର କଲେଜ ଅଧ୍ୟାପକ ଓ କର୍ମଚାରୀମାନେ କଳାବ୍ୟାଜ୍ ପିନ୍ଧିବେ । ଆସନ୍ତା ୨୫ରୁ ସବୁ ଜିଲ୍ଲାପାଳମାନଙ୍କ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଦାବିପତ୍ର ପଠାଇବେ । ଆଉ ଫେବୃୟାରୀ ୩ ତାରିଖରେ ରାଜଧାନୀ ଭୁବନେଶ୍ୱରରେ ଏକ ମହାସମାବେଶ କରାଯିବ ବୋଲି ସେ ଘୋଷଣା କରିଛନ୍ତି । ସରକାରଙ୍କ ଏଭଳି ନୀତି ଯୋଗୁ ଆସନ୍ତା +୨ ଓ +୩ ପରୀକ୍ଷାରେ ଅସହଯୋଗ କରାଯିବ ଓ ମୂଲ୍ୟାଙ୍କନକୁ ବି ବର୍ଜନ କରାଯିବ ବୋଲି ସେ ଚେତାବନୀ ଦେଇଛନ୍ତି ।

ସୂଚନାଯୋଗ୍ୟ, ରାଜ୍ୟ କ୍ୟାବିନେଟ ଆଜି ଅନୁଦାନପ୍ରାପ୍ତ ବେସରକାରୀ କଲେଜ ଓ ପୂର୍ବର ଜୁନିୟର କଲେଜର ଯୋଗ୍ୟ କର୍ମଚାରୀଙ୍କୁ ୨୦୧୭ ସଂଶୋଧିତ ବେତନ ହାରରେ ୨୦୨୨ ଜାନୁୟାରୀ ପହିଲାରୁ ବର୍ଦ୍ଧିତ ଅନୁଦାନ ଦେବାକୁ ନିଷ୍ପତ୍ତି ନେଇଛନ୍ତି । ଏହାଦ୍ୱାରା ୧୫,୭୭୧ଜଣ ଅଧ୍ୟାପକ ଓ କର୍ମଚାରୀ ଉପକୃତ ହେବେ ତଥା ୨୯୦କୋଟି ଟଙ୍କାର ଅତିରିକ୍ତ ଆର୍ଥିକ ବୋଝ ପଡ଼ିବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଥିଲା ।

Advertisment
Strike
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe