ବିସ୍ଥାପିତଙ୍କ ଟେଣ୍ଟ ଭାଙ୍ଗିବା ଘଟଣା, ବନ୍ଧା ହେଲେ ୬୭

କଟକ(ଓଡ଼ିଶା ରିପୋର୍ଟର): କାଳବୈଶାଖୀରେ କଟକ ନୂଆପଡ଼ା ବାଲିସାହି ବିସ୍ଥାପିତଙ୍କ ଟେଣ୍ଟ ଭାଙ୍ଗିବା ପରେ ଘଟଣା ସ୍ଥଳରେ ପହଞ୍ଚିଥିବା ପୁଲିସ୍‌କୁ ଆକ୍ରମଣ କରିଥିବା ୬୭ ବସ୍ତିବାସିନ୍ଦାଙ୍କୁ ଗିରଫ କରିଛି ମଧୁପାଟଣା ପୁଲିସ୍‌। CMC କର୍ମଚାରୀ,ପୁଲିସ୍‌କୁ ଆକ୍ରମଣ ଓ ଗାଡ଼ି ଭଙ୍ଗାରୁଜା ପାଇଁ ଏହି କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଆକ୍ରମଣ ଅଭିଯୋଗରେ ଗିରଫ ହୋଇଥିବା ୬୭ ବସ୍ତିବାସିନ୍ଦାଙ୍କ ମଧ୍ୟରେ ୧୫ ମହିଳା ଅଛନ୍ତି । ଗତ ମଙ୍ଗଳବାର ଘଣ୍ଟାଏର ଖଣ୍ଡପ୍ରଳୟରେ ସାଂଘାତିକ କ୍ଷତିଗ୍ରସ୍ତ ହୋଇଥିଲେ କଟକ ବାଲିସାହିର […]

tension-situation-in-cuttack

Niharika Rout
  • Published: Thursday, 13 May 2021
  • , Updated: 13 May 2021, 03:30 PM IST

କଟକ(ଓଡ଼ିଶା ରିପୋର୍ଟର): କାଳବୈଶାଖୀରେ କଟକ ନୂଆପଡ଼ା ବାଲିସାହି ବିସ୍ଥାପିତଙ୍କ ଟେଣ୍ଟ ଭାଙ୍ଗିବା ପରେ ଘଟଣା ସ୍ଥଳରେ ପହଞ୍ଚିଥିବା ପୁଲିସ୍‌କୁ ଆକ୍ରମଣ କରିଥିବା ୬୭ ବସ୍ତିବାସିନ୍ଦାଙ୍କୁ ଗିରଫ କରିଛି ମଧୁପାଟଣା ପୁଲିସ୍‌।

CMC କର୍ମଚାରୀ,ପୁଲିସ୍‌କୁ ଆକ୍ରମଣ ଓ ଗାଡ଼ି ଭଙ୍ଗାରୁଜା ପାଇଁ ଏହି କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଆକ୍ରମଣ ଅଭିଯୋଗରେ ଗିରଫ ହୋଇଥିବା ୬୭ ବସ୍ତିବାସିନ୍ଦାଙ୍କ ମଧ୍ୟରେ ୧୫ ମହିଳା ଅଛନ୍ତି ।

ଗତ ମଙ୍ଗଳବାର ଘଣ୍ଟାଏର ଖଣ୍ଡପ୍ରଳୟରେ ସାଂଘାତିକ କ୍ଷତିଗ୍ରସ୍ତ ହୋଇଥିଲେ କଟକ ବାଲିସାହିର ଅସ୍ଥାୟୀ ଟେଣ୍ଟରେ ଥିବା ବସ୍ତିବାସିନ୍ଦା । ଏହାକୁ ନେଇ ଉତ୍ତେଜନା ଦେଖାଦେବା ପରେ ଘଟଣାସ୍ଥଳରେ ପହଞ୍ଚିଥିଲା ପୁଲିସ୍‌।

କିନ୍ତୁ ବସ୍ତି ବାସିନ୍ଦାଙ୍କ ଆକ୍ରୋଶର ଶିକାର ହେବାକୁ ପଡ଼ିଥିଲା । ଉତ୍ତ୍ୟକ୍ତ ଲୋକେ ପୋଲିସ ସହ ଗାଡ଼ିକୁ ଢେଲା ପଥର ମାଡ଼ କରି ଏଭଳି ଭଙ୍ଗାରୁଜା କରିଥିଲେ ।

ସୂଚନାଯୋଗ୍ୟ, କଟକ ନୂଆପଡ଼ା ବାଲିସାହି ବସ୍ତିରେ କାଳବୈଶାଖି ଯୋଗୁ ବସ୍ତିବାସିନ୍ଦାଙ୍କ ଦୁର୍ଦ୍ଦଶା, ତାହାକୁ ନେଇ ସେଠାରେ ସୃଷ୍ଟି ହୋଇଥିବା ତୁମୁଳ କାଣ୍ଡକୁ ନେଇ ଜୋର ଧରିଛି ରାଜନୀତି।

Related story