ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗତକାଲି ତୁଳନାରେ ରାଜ୍ୟରେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା କମିଥିଲେ ମଧ୍ୟ ଏବେ ବି ଲୋକଙ୍କୁ ଡରାଉଛି। ଆଜି ରାଜ୍ୟରେ ୬୯୯୮ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୯୧୯ ପଜିଟିଭ୍ ଚିହ୍ନଟ ହୋଇଛନ୍ତି।
କଟକରୁ ୫୧୭ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡ଼ରୁ ୪୭୪, ନୂଆପଡ଼ାରୁ ୪୨୦, ଝାରସୁଗୁଡ଼ାରୁ ୩୯୬, ବରଗଡ଼ରୁ ୩୩୦, ଅନୁଗୁଳରୁ ୩୨୫ ପଜିଟିଭ ଚିହ୍ନଟ ହୋଇଛନ୍ତି।
ସମ୍ବଲପୁରରୁ ୩୨୩, ମୟୂରଭଞ୍ଜରୁ ୩୦୮, କଳାହାଣ୍ଡିରୁ ୨୯୨, ପୁରୀରୁ ୨୮୮, ନବରଙ୍ଗପୁରରୁ ୨୫୫, ବଲାଙ୍ଗିରରୁ ୨୩୬, ଯାଜପୁରରୁ ୨୨୬, , ରାୟଗଡ଼ାରୁ ୧୮୧, କେନ୍ଦୁଝରରୁ ୧୬୦, ସୁବର୍ଣ୍ଣପୁରରୁ ୧୩୧, ଗଞ୍ଜାମରୁ ୧୨୮, ଗଜପତି ଓ ନୟାଗଡ଼ରୁ ୧୨୧ ଲେଖାଏଁ, ବାଲେଶ୍ୱରରୁ ୯୭, ଭଦ୍ରକରୁ ୯୧, କେନ୍ଦ୍ରାପଡ଼ାରୁ ୭୭, ଦେବଗଡ଼ରୁ ୭୪, ବୌଦ୍ଧରୁ ୬୫ ଓ ଷ୍ଟେଟ୍ ପୁଲ୍ରୁ ୧୮୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।