Advertisment

ବ୍ୟାଟେରୀ ଚୋରି ଗ୍ୟାଙ୍ଗର ୭ ଗିରଫ

ରାଉରକେଲା(ସତ୍ୟାନନ୍ଦ ମହାନ୍ତି): ରାଉରକେଲା ସମେତ ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ମୋବାଇଲ ଟାୱାରରେ ଲାଗିଥିବା ବ୍ୟାଟେରୀ ଚୋରି କରୁଥିବା ଗ୍ୟାଙ୍ଗର ୭ ଜଣ ସଦସ୍ୟଙ୍କୁ ବ୍ରାହ୍ମଣୀ ତରଙ୍ଗ ଥାନା ପୁଲିସ୍‌ ଗିରଫ କରିଛି। ସେମାନଙ୍କ ଠାରୁ ୬୦ଟି ବ୍ୟାଟେରୀ ଜବତ କରାଯାଇଛି। ଏଥିସହ  ଚୋରି  ଏବଂ ଚୋରା ସାମଗ୍ରୀ ନେବା ଆଣିବାରେ ବ୍ୟବହୃତ ହେଉଥିବା ଗୋଟିଏ ଟାଟା ମ୍ୟାଜିକ ଗାଡି ଏବଂ ଅଟୋକୁ ମଧ୍ୟ ପୁଲିସ୍‌ ଜବତ କରିଛି। ଜବତ ହୋଇଥିବା ବ୍ୟାଟେରୀର ମୂଲ୍ୟ ଅଢ଼େଇ ଲକ୍ଷ ଟଙ୍କା […]

ବ୍ୟାଟେରୀ ଚୋରି ଗ୍ୟାଙ୍ଗର ୭ ଗିରଫ

rkl

Advertisment

ରାଉରକେଲା(ସତ୍ୟାନନ୍ଦ ମହାନ୍ତି): ରାଉରକେଲା ସମେତ ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ମୋବାଇଲ ଟାୱାରରେ ଲାଗିଥିବା ବ୍ୟାଟେରୀ ଚୋରି କରୁଥିବା ଗ୍ୟାଙ୍ଗର ୭ ଜଣ ସଦସ୍ୟଙ୍କୁ ବ୍ରାହ୍ମଣୀ ତରଙ୍ଗ ଥାନା ପୁଲିସ୍‌ ଗିରଫ କରିଛି। ସେମାନଙ୍କ ଠାରୁ ୬୦ଟି ବ୍ୟାଟେରୀ ଜବତ କରାଯାଇଛି। ଏଥିସହ  ଚୋରି  ଏବଂ ଚୋରା ସାମଗ୍ରୀ ନେବା ଆଣିବାରେ ବ୍ୟବହୃତ ହେଉଥିବା ଗୋଟିଏ ଟାଟା ମ୍ୟାଜିକ ଗାଡି ଏବଂ ଅଟୋକୁ ମଧ୍ୟ ପୁଲିସ୍‌ ଜବତ କରିଛି। ଜବତ ହୋଇଥିବା ବ୍ୟାଟେରୀର ମୂଲ୍ୟ ଅଢ଼େଇ ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଇଛି।

Advertisment

ସୂଚନା ଅନୁସାରେ, ଏହି ଗ୍ୟାଙ୍ଗର ସଦସ୍ୟମାନେ  ନିୟମିତ ଭାବେ ଜିଲ୍ଲାର ବିଭିନ୍ନ ମୋବାଇଲ ଟାୱାରରୁ ବ୍ୟାଟେରୀ ଚୋରି କରୁଥିଲେ। ଏହାପରେ ସେମାନେ ସ୍ଥାନୀୟ ଚୋରା ସାମଗ୍ରୀ କିଣା ବିକା କରୁଥିବା ବେପାରୀଙ୍କୁ ବିକ୍ରି କରୁଥିଲେ। ତେବେ ଗତ ୨୩ ତାରିଖରେ କଲଗା ଫାଣ୍ଡି ଅଞ୍ଚଳରୁ ସେମାନେ ଏକ ଏୟାରଟେଲ୍‌ ଟାୱାରରେ ଲାଗିଥିବା  ବ୍ୟାଟେରୀ ଚୋରି କରିଥିଲେ। ଏନେଇ ଏୟାରଟାଲ ବ୍ରାହ୍ମଣୀ ତରଙ୍ଗ ଥାନାରେ ଅଭିଯୋଗ ହୋଇଥିଲା। ଏହାପରେ ପୁଲିସ୍ ଘଟଣାର‌ ତଦନ୍ତ ଆରମ୍ଭ କରିଥିଲା।

ପୁଲିସ୍‌ ଆଜି ବିଭିନ୍ନ ସ୍ଥାନରେ ଚଢ଼ଉ କରି ବ୍ୟାଟେରୀ ଚୋରି ଗ୍ୟାଙ୍ଗର ୭ ଜଣ ସଦସ୍ୟଙ୍କୁ ଗିରଫ କରିଛି। ତେବେ ବ୍ୟାଟେରୀ କିଣିବା ଅଭିଯୋଗରେ ଦୁଇଜଣ ବ୍ୟବସୟୀଙ୍କୁ ମଧ୍ୟ ପୁଲିସ୍‌ ଗିରଫ କରିଛି। ଏଥିସହ ଏହି ଗ୍ୟାଙ୍ଗର ଅନ୍ୟ ସଦସ୍ୟମାନଙ୍କୁ ପୁଲିସ୍‌ ଖୋଜୁଛି।   ଏନେଇ ରାଉରକେଲା ଏସ୍‌ପି ଅସୀମ ପଣ୍ଡା ସୂଚନା ଦେଇଛନ୍ତି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe