Advertisment

ଏଣିକି କେବଳ କୋଭିଡ୍‌ ହସ୍ପିଟାଲରେ ହେବ କରୋନା ଆକ୍ରାନ୍ତଙ୍କ ଚିକିତ୍ସା

ଭୁବନେଶ୍ୱର(ଓଡିଶା ରିପୋର୍ଟର): କରୋନା ଆକ୍ରାନ୍ତଙ୍କ ସଂଖ୍ୟା ରାଜ୍ୟରେ ୪୦ ଛୁଇଁ ସାରିଥିବା ବେଳେ ଏହାକୁ ନେଇ ରାଜ୍ୟବାସୀ ଭୟଭୀତ ରହୁଛନ୍ତି। ସାମାଜିକ ବାସନ୍ଦ ହେବା ଭୟରେ ଲକ୍ଷଣ ଦେଖାଯିବା ସତ୍ୱେ  ବହୁ ଲୋକ ଏହାକୁ ଲୁଚାଉଛନ୍ତି। ମାତ୍ରା ଫ୍ଲୁ ପରି ଲକ୍ଷଣ ଦେଖାଦେଲେ ବିନା ସଂକୋଚରେ ୧୦୪କୁ ଫୋନ କରିବାକୁ ପରାମର୍ଶ ଦେଇଛନ୍ତି ସ୍ୱାସ୍ଥ୍ୟ ସଚିବ ନିକୁଞ୍ଜ ଧଳ। କରୋନା ମୁକାବିଲା ନେଇ ଆଜି ଆୟୋଜିତ ପ୍ରେସମିଟରେ ସ୍ୱା ସ୍ଥ୍ୟ ସଚିବ ନିକୁଞ୍ଜ ଧଳ ଓ DMET […]

ଏଣିକି କେବଳ କୋଭିଡ୍‌ ହସ୍ପିଟାଲରେ ହେବ କରୋନା ଆକ୍ରାନ୍ତଙ୍କ ଚିକିତ୍ସା

bbsr

Advertisment

ଭୁବନେଶ୍ୱର(ଓଡିଶା ରିପୋର୍ଟର): କରୋନା ଆକ୍ରାନ୍ତଙ୍କ ସଂଖ୍ୟା ରାଜ୍ୟରେ ୪୦ ଛୁଇଁ ସାରିଥିବା ବେଳେ ଏହାକୁ ନେଇ ରାଜ୍ୟବାସୀ ଭୟଭୀତ ରହୁଛନ୍ତି। ସାମାଜିକ ବାସନ୍ଦ ହେବା ଭୟରେ ଲକ୍ଷଣ ଦେଖାଯିବା ସତ୍ୱେ  ବହୁ ଲୋକ ଏହାକୁ ଲୁଚାଉଛନ୍ତି। ମାତ୍ରା ଫ୍ଲୁ ପରି ଲକ୍ଷଣ ଦେଖାଦେଲେ ବିନା ସଂକୋଚରେ ୧୦୪କୁ ଫୋନ କରିବାକୁ ପରାମର୍ଶ ଦେଇଛନ୍ତି ସ୍ୱାସ୍ଥ୍ୟ ସଚିବ ନିକୁଞ୍ଜ ଧଳ।

Advertisment

କରୋନା ମୁକାବିଲା ନେଇ ଆଜି ଆୟୋଜିତ ପ୍ରେସମିଟରେ ସ୍ୱା ସ୍ଥ୍ୟ ସଚିବ ନିକୁଞ୍ଜ ଧଳ ଓ DMET ନିର୍ଦ୍ଦେଶକ ସି ବି କେ ମହାନ୍ତି ଏପରି ସୂଚନା ଦେଇଛନ୍ତି।

ସ୍ୱାସ୍ଥ୍ୟ ସଚିବଙ୍କ ସୂଚନା ଅନୁଯାୟୀ, କରୋନା ମୁକାବିଲା ଲାଗି ରାଜ୍ୟ ସରକାର ଯୁଦ୍ଧକାଳୀନ ଭିତ୍ତିରେ ପ୍ରସ୍ତୁତି ଚଳାଇଛନ୍ତି। ଏଣିକି କରୋନା ଆକ୍ରାନ୍ତଙ୍କ ଚିକିତ୍ସା କେବଳ କୋଭିଡ୍ ହସ୍ପିଟାଲରେ ହେବ। ବର୍ତ୍ତମାନ  ସୁଦ୍ଧା ରାଜ୍ୟରେ ୭ଟି କୋଭିଡ୍ ହସ୍ପିଟାଲ ପ୍ରତିଷ୍ଠା କରାଯାଇଛି।

Advertisment

ବର୍ତ୍ତମାନ SCB ଓ କଟକ ସିଟି ହସ୍ପିଟାଲରେ ମଧ୍ୟ କେହି କୋଭିଡ ଆକ୍ରାନ୍ତ ନାହାନ୍ତି। କ୍ୟାପିଟାଲ ହସ୍ପିଟାଲରେ କେବଳ ଜଣେ କୋଭିଡ୍ ଆକ୍ରାନ୍ତ ଅଛନ୍ତି। ସେ ମଧ୍ୟ  କ୍ରମଶଃ  ସୁସ୍ଥ ହେଲେଣି। ନମୂନା ପରୀକ୍ଷା ପରେ ସେ ଖୁବ୍ ଶୀଘ୍ର ହସ୍ପିଟାଲରୁ ବାହାରିବେ। ତେଣୁ ଏହିସବୁ ହସ୍ପିଟାଲକୁ ବିନା ଆଶଙ୍କାରେ ଅନ୍ୟ ଚିକିତ୍ସା ପାଇଁ ରୋଗୀ ଆସିପାରିବେ।

ରାଜ୍ୟ ସରକାର କରୋନା ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ  ସମସ୍ତ ପ୍ରକାର ସହଯୋଗ କରିବାକୁ ପ୍ରତିଶୃତିବଦ୍ଧ ଥିବାବେଳେ ଜନସାଧାରଣ ମଧ୍ୟ ଆଗେଇ ଆସିବାକୁ ସ୍ୱାସ୍ଥ୍ୟ ସଚିବ ପରାମର୍ଶ ଦେଇଛନ୍ତି।  ଫ୍ଲୁ ଭଳି ଲକ୍ଷଣ ଦେଖାଦେଲେ କାଳବିଳମ୍ବ ନ କରି  ତୁରନ୍ତ ୧୦୪କୁ ଫୋନ୍ କରିବାକୁ  ସେ ପରାମର୍ଶ ଦେଇଛନ୍ତି। ହେଲପ୍‌ ଲାଇନ୍ -୧୦୪ରେ  ସବୁବେଳେ ଡାକ୍ତର ଉପଲବ୍ଧ ରହୁଛନ୍ତି।

ତାଙ୍କ ସହ ନିଜ ଲକ୍ଷଣ ସଂପର୍କରେ ସମ୍ପୃକ୍ତ ବ୍ୟକ୍ତି  କଥା ହେବା ପରେ ତାଙ୍କ  ଚିକିତ୍ସା ଆରମ୍ଭ ହେବ। ତୁରନ୍ତ ଚିକିତ୍ସା ଆରମ୍ଭ ହେବା ଦ୍ୱାରା  କୋଭିଡ୍ ଆକ୍ରାନ୍ତ ସୁସ୍ଥ ହୋଇ ନିଶ୍ଚୟ ଘରକୁ ଫେରିବେ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ସ୍ୱାସ୍ଥ୍ୟ ସଚିବ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe