/odisha-reporter/media/post_attachments/uploadimage/library/16_9/16_9_0/loot_1674368010.jpg)
loot
ବନ୍ଧୁକ ଓ ଭୁଜାଲି ଦେଖାଇ କବାଡି ଗୋଦାମ ମାଲିକଙ୍କ ଠାରୁ ୭ ଲକ୍ଷ ଟଙ୍କା ଓ ମୋବାଇଲ ନେଇ ପଳାଇଲେ ଦୁର୍ବୃତ୍ତ। ଏଭଳି ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ରାମଚନ୍ଦ୍ରପୁର ଥାନା ଅନ୍ତର୍ଗତ ହସାନପୁର ଟୋଲଗେଟ ନିକଟରେ। ଏନେଇ ଗୋଦାମ ମାଲିକ ସନା ନାୟକ ଥାନାରେ ଅଭିଯୋଗ କରିଛନ୍ତି।
Advertisment
ହସାନପୁର ଟୋଲଗେଟ ନିକଟରେ ସନା ନାୟକଙ୍କ କବାଡ଼ି ଗୋଦାମ ରହିଛି। ଆଜି ସକାଳ ପ୍ରାୟ ୮ଟା ସମୟରେ ସନା ଗୋଦାମରେ ବସିଥିବା ବେଳେ ୫ଜଣ ଦୁର୍ବୃତ୍ତ ଦୁଇ ବାଇକ୍ରେ ଆସି ଗୋଦାମ ଭିତରେ ପଶିଥିଲେ। ସନା ଗୋଦାମରେ ଥିବା ବେଳେ ତାଙ୍କୁ ବନ୍ଧୁକ ଓ ଭୁଜାଲି ଦେଖାଇ ଟଙ୍କା ଦେବାକୁ କହିଥିଲେ ଦୁର୍ବୃତ୍ତ । ପରେ ତାଙ୍କ ପାଖରୁ ସାତ ଲକ୍ଷ ଟଙ୍କା ,ମୋବଇଲ ଓ ସୁନା ଚେନ ଲୁଟି ନେଇ ଚମ୍ପଟ ମାରିଥିଲେ। ଏନେଇ କବାଡି ଗୋଦାମ ମାଲିକ ରାମଚନ୍ଦ୍ରପୁର ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ଘଟଣାର କରୁଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
