/odisha-reporter/media/post_attachments/uploads/2021/07/rrr-1.jpg)
arrest
ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର): ସୁରତ ବ୍ୟବସାୟୀଙ୍କଠାରୁ ଟଙ୍କା, ମୋବାଇଲ ଝାମ୍ପି ଓଡ଼ିଶା ଆସୁଥିବା ୭ ଲୁଟେରାଙ୍କୁ କାବୁ କଲା ପୁଲିସ୍ ପୁଲିସ୍। ଲୁଟ କରି ଓଡିଶା ଫେରୁଥିବା ବେଳେ ଟ୍ରେନ୍ରେ ହିଁ ସେମାନଙ୍କୁ କାବୁ କରିନେଲା ସୁରତ ପୁଲିସ୍।
ପୁଲିସ୍ ସୂଚନା ଅନୁଯାୟୀ, ସୁରତ ଅମରୋଲିର ହରିଶ ଗୋଣ୍ଡାଲିଆ ନାମକ ବ୍ୟବସାୟୀ ସାଢେ ୭ ଲକ୍ଷ ଓ ୩ଟି ମୋବାଇଲ ଧରି ଦୋକାନରୁ ଘରକୁ ଆସୁଥିଲେ । ତେବେ ଘରକୁ ଯିବା ବାଟରେ ଏକ ରେଲୱେ ଲେବଲ କ୍ରସିଂ ନିକଟରେ ଅଚାନକ ବାଇକ୍ରେ ପ୍ରାୟ ୮ ଜଣ ଦୁର୍ବୃତ୍ତ ଆସି ତାଙ୍କୁ ଆକ୍ରମଣ କରିଥିଲେ । ଏହାପରେ ମାରଣାସ୍ତ୍ର ଦେଖାଇ ଟଙ୍କା ଭର୍ତ୍ତି ବ୍ୟାଗ ଓ ମୋବାଇଲକୁ ଛଡାଇ ନେଇ ଫେରାର ହୋଇଯାଇଥିଲେ ।
ଥାନାରେ ଏନେଇ ଅଭିଯୋଗ ହେବା ପରେ ପୁଲିସ୍ ମାମଲାର ଖୋଲତାଡ୍ କରିଥିଲା । ୮ ଲୁଟେରାଙ୍କ ମଧ୍ୟରୁ ୭ ଜଣ ଓଡ଼ିଶାର ଥିଲେ ବୋଲି ତଦନ୍ତରୁ ଜଣାପଡ଼ିଲା। ମୋବାଇଲ ସର୍ଭିଲାନ୍ସ ଜରିଆରେ ସେମାନେ ତାପ୍ତି ଗଙ୍ଗା ଟ୍ରେନରେ ବସି ଗଞ୍ଜାମ ଅଭିମୁଖେ ଯାଉଥିବା ଜଣାପଡିଥିଲା । ଏହାପରେ ରେଲୱେ ପୁଲିସ୍ ସହ ଯୋଗାଯୋଗ କରି ରାୟପୁର ଷ୍ଟେସନରେ ସେମାନଙ୍କୁ କାବୁ କରିଥିଲା।
ସୁରତ ପୁଲିସ୍ ଅଧିକାରୀଙ୍କ ତରଫରୁ ମିଳିଥିବା ସୂଚନା ଅନୁଯାୟୀ, ଏହି ଘଟଣାରେ ୮ ଅଭିଯୁକ୍ତ ସାମିଲ ଥିଲେ। ସେମାନଙ୍କ ମଧ୍ୟରୁ ଓଡ଼ିଶାର ୭ ଜଣ ସୁରତରୁ ଟ୍ରେନରେ ବସି ପୁରୀ ଏକ୍ସପ୍ରେସରେ ଓଡ଼ିଶା ଯାଉଥିଲେ। ସୁରତ କ୍ରାଇମବ୍ରାଞ୍ଚ ପକ୍ଷରୁ ଏନେଇ ରେଲୱେ ପୁଲିସ୍ ଓ ରେଲୱେ ପ୍ରୋଟେକ୍ସନ ଫୋର୍ସ ସହ ଯୋଗାଯୋଗ କରାଯାଇଥିଲା। ଛତିଶଗଡ଼ ଷ୍ଟେଶନରେ ସେମାନଙ୍କୁ କାବୁ କଲା ରେଲୱେ ପୁଲିସ୍। ଲୁଟ୍ ସାଢେ ୭ ଲକ୍ଷ ଟଙ୍କାରୁ ଲକ୍ଷେ ୨୫ ହଜାର ଟଙ୍କା ଜବତ ହୋଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
