Advertisment

ଆଉ ୭ ଦୁର୍ନୀତିଖୋର ଅଫିସରଙ୍କୁ ବାଧ୍ୟତାମୂଳକ ଅବସର

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଦୁର୍ନୀତି ବିରୋଧରେ ପୁଣି କଠୋର ହୋଇଛନ୍ତି ରାଜ୍ୟ ସରକାର। ଦୁର୍ନୀତି ଓ ଅପରାଗତ ପାଇଁ ରାଜ୍ୟ ସରକାର ଆଜି ଆଉ ୭ଜଣ ଅଫିସରଙ୍କୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି। ସେମାନଙ୍କ ମଧ୍ୟରେ ଜଣେ ଜେଲ୍ ଡିଆଇଜି, ଜଣେ କମାଣ୍ଡାଣ୍ଟ, ଜଣେ ଡିଏସପି, ଜଣେ ଡେପୁଟୀ କମାଣ୍ଡାଣ୍ଟ ଥିବା ବେଳେ ୨ଜଣ ଖସି ଅଧିକାରୀ ଓ ଜଣେ ସିଡିପିଓ ଅଛନ୍ତି। ବାଧ୍ୟତାମୂଳକ ଅବସର ଦିଆଯାଇଥିବା ଅଫିସରମାନେ ହେଲେ ଜେଲ୍‌ ବିଭାଗର ଡିଆଇଜି ଗୋପବନ୍ଧୁ ମଲ୍ଲିକ୍, କୋରାପୁଟ […]

author-image
Ranjit Kumar Jena
ଆଉ ୭ ଦୁର୍ନୀତିଖୋର ଅଫିସରଙ୍କୁ ବାଧ୍ୟତାମୂଳକ ଅବସର

officers

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଦୁର୍ନୀତି ବିରୋଧରେ ପୁଣି କଠୋର ହୋଇଛନ୍ତି ରାଜ୍ୟ ସରକାର। ଦୁର୍ନୀତି ଓ ଅପରାଗତ ପାଇଁ ରାଜ୍ୟ ସରକାର ଆଜି ଆଉ ୭ଜଣ ଅଫିସରଙ୍କୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି। ସେମାନଙ୍କ ମଧ୍ୟରେ ଜଣେ ଜେଲ୍ ଡିଆଇଜି, ଜଣେ କମାଣ୍ଡାଣ୍ଟ, ଜଣେ ଡିଏସପି, ଜଣେ ଡେପୁଟୀ କମାଣ୍ଡାଣ୍ଟ ଥିବା ବେଳେ ୨ଜଣ ଖସି ଅଧିକାରୀ ଓ ଜଣେ ସିଡିପିଓ ଅଛନ୍ତି।

Advertisment

ବାଧ୍ୟତାମୂଳକ ଅବସର ଦିଆଯାଇଥିବା ଅଫିସରମାନେ ହେଲେ ଜେଲ୍‌ ବିଭାଗର ଡିଆଇଜି ଗୋପବନ୍ଧୁ ମଲ୍ଲିକ୍, କୋରାପୁଟ ନନ୍ଦପୁର ସିଡିପିଓ ସ୍ନିଗ୍ଧାରାଣୀ ମିଶ୍ର, ଓଡ଼ିଶା ସଶସ୍ତ୍ର ପୁଲିସ୍ କମାଣ୍ଡାଣ୍ଟ ଏକାନ୍ତ ପ୍ରିୟ ନାୟକ, ଡିଏସପି ଗୌତମ ମଲ୍ଲିକ, ଓଡିଶା ସଶସ୍ତ୍ର ପୁଲିସ ସେବାର ଡେପୁଟୀ କମାଣ୍ଡାଣ୍ଟ ଦେବେନ୍ଦ୍ର ନାଥ ବେହେରା, କନିଷ୍ଠ ଖଣି ଅଧିକାରୀ ସତ୍ୟବ୍ରତ ରାଉତ ଓ କନିଷ୍ଠ ଖଣି ଅଧିକାରୀ ରମେଶ ଚନ୍ଦ୍ର ପଣ୍ଡା।

ଡିଆଇଜି ଗୋପବନ୍ଧୁ ମଲ୍ଲିକଙ୍କ ନାଁରେ ଜେଲ ୱାର୍ଡର ଚୟନ ନିମନ୍ତେ ଥିବା କମିଟିର ମୁଖ୍ୟ ଭାବରେ ନିଜ ପଦବୀର ଅପବ୍ୟବହାର କରି ଚୟନ ପ୍ରକ୍ରିୟାରେ ଅହେତୁକ ଅନୁକମ୍ପା ପ୍ରଦର୍ଶନ କରିଥିବାର ଅଭିଯୋଗ ରହିଥିଲା। ସେହିପରି ସ୍ନିଗ୍ଧାରାଣୀ ମିଶ୍ରଙ୍କ ନାଁରେ ଦୁଇଟି ଭିଜିଲାନ୍ସ କେସ୍‌ ରହିଛି। ୨୦୧୬ରେ ୮୦ ଲକ୍ଷ ଟଙ୍କାର ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ମୋକଦ୍ଦମା ଦାୟର କରାଯାଇଥିବା ବେଳେ ଅକ୍ଟୋବର ୨୦୨୦ ରେ ଛତୁଆ ବିଲ୍‌ ପାଇଁ ସ୍ୱୟଂ ସହାୟକ ଗୋଷ୍ଠୀର ଜଣେ ସଦସ୍ୟଙ୍କ ଠାରୁ ୧ ଲକ୍ଷ ୭୫ ହଜାର ଟଙ୍କା ଲାଞ୍ଚ ନେଉଥିଲା ବେଳେ ଧରା ପଡିଥିଲେ। ସେ ବର୍ତ୍ତମାନ ନିଲମ୍ବିତ ଅଛନ୍ତି।

Advertisment

ସେହିପରି ଏକାନ୍ତ ପ୍ରିୟ ନାୟକଙ୍କ ବିରୋଧରେ ଦୁର୍ବ୍ୟବହାର ତଥା ତାଙ୍କ ଅଧସ୍ତନ କର୍ମଚାରୀଙ୍କୁ ମାଡ଼ମାରିବା ଅଭିଯୋଗ ରହିଛି। ଏଥିପାଇଁ ତାଙ୍କ ବିରୋଧରେ ଏକ ବିଭାଗୀୟ କାର୍ଯ୍ୟାନୁଷ୍ଠାନ କରାଯାଇଛି ଏବଂ ତାଙ୍କୁ ଚାକିରୀରୁ ନିଲମ୍ବିତ କରାଯାଇଥିଲା। ଏପରିକି ଜଣେ ମଦ୍ୟପ ତଥା ଅଯୋଗ୍ୟ ଅଫିସର ଭାବରେ ତାଙ୍କ ନାମରେ ଅନେକ ଅଭିଯୋଗ ମଧ୍ୟ ରହିଥିଲା।

ଗୌତମ ମଲ୍ଲିକଙ୍କ ବିରୋଧରେ ଦୁଇଟି ଫୌଜଦାରୀ ମାମଲା ରୁଜୁ କରାଯାଇଥିବା ବେଳେ ତାଙ୍କୁ ମଧ୍ୟ ଚାକିରୀରୁ ନିଲମ୍ବିତ କରାଯାଇଥିଲା। ଦେବେନ୍ଦ୍ର ନାଥ ବେହେରାଙ୍କ ନାମରେ ଜଙ୍ଗଲରୁ କାଠ ଚୋରୀ ଅଭିଯୋଗରେ ଏକ ଫୌଜଦାରୀ ମୋକଦ୍ଦମା ରୁଜୁ କରାଯାଇଛି। ଏହାଛଡ଼ା ସେ ବିନା ଅନୁମତିରେ ସରକାରୀ ଗାଡ଼ିରେ ଅଧସ୍ତନ କର୍ମଚାରୀଙ୍କୁ ବ୍ୟବହାର କରି କାଠର ଚୋରା ଚାଲାଣ କରିବାର ଅଭିଯୋଗ ରହିଛି।

ସତ୍ୟବ୍ରତ ରାଉତଙ୍କ ବିରୋଧରେ ୫ଟି ଭିଜିଲାନ୍ସ ମାମଲା ରହିଛି। ଦାୟିତ୍ୱରେ ଅବହେଳା ଏବଂ ଦୁର୍ବ୍ୟବହାର ଆଦି ଗୁରୁତର ଅଭିଯୋଗରେ ତାଙ୍କ ବିରୋଧରେ ୩ଟି ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ବର୍ତ୍ତମାନ ସେ ନିଲମ୍ବିତ ଅଛନ୍ତି। ରମେଶ ଚନ୍ଦ୍ର ପଣ୍ଡାଙ୍କ ବିରୋଧରେ ୩ଟି ଭିଜିଲାନ୍ସ କେସ୍‌ ରହିଛି।

ସୂଚନାଯୋଗ୍ୟ ଯେ ଏହା ପୂର୍ବରୁ ଡିସେମ୍ବର ୩୦ ତାରିଖରେ ରାଜ୍ୟ ସରକାର ୬ ଜଣ ଅଧିକାରୀଙ୍କୁ ଚାକିରୀରୁ ବାଧ୍ୟତାମୂଳକ ଅବସର ଦେଇଥିଲେ। ବର୍ଷକ ମଧ୍ୟରେ ରାଜ୍ୟ ସରକାର ୧୧୦ ଜଣଙ୍କୁ ବାଧ୍ୟତାମୂଳକ ଅବସର ଦେଇସାରିଛନ୍ତି।