Advertisment

କୋଭିଡ୍‌ରେ ୭ ନକ୍ସଲ ନେତାଙ୍କ ମୃତ୍ୟୁ, ବହୁ ଆକ୍ରାନ୍ତ!

ମାଲକାନଗିରି (ଓଡ଼ିଶା ରିପୋର୍ଟର): ନିରୀହ ଲୋକଙ୍କ ରକ୍ତରେ ହୋଲି ଖେଳୁଥିବା ନକ୍ସଲ ନେତାଙ୍କ ଜୀବନ ଏବେ ବିପଦରେ।  ନକ୍ସଲମାନେ ମହାମାରୀ କୋଭିଡ୍‌ରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ଦୁର୍ଦ୍ଦାନ୍ତ ନକ୍ସଲ ନେତା ହିଡମା ସହ ବହୁ ନକ୍ସଲ ନେତା ଏହି ମାରାତାତ୍ମକ ଭୂତାଣୁ ଜାଲରେ ପଡ଼ିଛନ୍ତି। ଏନେଇ ସୂଚନା ଦେଇଛନ୍ତି ଛତିଶଗଡ଼ ଦନ୍ତେୱାଡ଼ା ଏସ୍‌ପି ଅଭିଷେକ ପଲ୍ଲବ। ନକ୍ସଲ ସଂଗଠନର କହିବା ଅନୁସାରେ କୋଭିଡ୍‌ରେ ୭ ଜଣ ନକ୍ସଲ ନେତାଙ୍କ ମୃତ୍ୟୁ ଘଟିଛି। ହରିଭୂଷଣ ଓ ଶୋଭରୟ ପରି […]

ଅଦ୍ୟତନ ହୋଇଛି
କୋଭିଡ୍‌ରେ ୭ ନକ୍ସଲ ନେତାଙ୍କ ମୃତ୍ୟୁ, ବହୁ ଆକ୍ରାନ୍ତ!

Naxal

Advertisment

ମାଲକାନଗିରି (ଓଡ଼ିଶା ରିପୋର୍ଟର): ନିରୀହ ଲୋକଙ୍କ ରକ୍ତରେ ହୋଲି ଖେଳୁଥିବା ନକ୍ସଲ ନେତାଙ୍କ ଜୀବନ ଏବେ ବିପଦରେ।  ନକ୍ସଲମାନେ ମହାମାରୀ କୋଭିଡ୍‌ରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ଦୁର୍ଦ୍ଦାନ୍ତ ନକ୍ସଲ ନେତା ହିଡମା ସହ ବହୁ ନକ୍ସଲ ନେତା ଏହି ମାରାତାତ୍ମକ ଭୂତାଣୁ ଜାଲରେ ପଡ଼ିଛନ୍ତି। ଏନେଇ ସୂଚନା ଦେଇଛନ୍ତି ଛତିଶଗଡ଼ ଦନ୍ତେୱାଡ଼ା ଏସ୍‌ପି ଅଭିଷେକ ପଲ୍ଲବ।

Advertisment

ନକ୍ସଲ ସଂଗଠନର କହିବା ଅନୁସାରେ କୋଭିଡ୍‌ରେ ୭ ଜଣ ନକ୍ସଲ ନେତାଙ୍କ ମୃତ୍ୟୁ ଘଟିଛି। ହରିଭୂଷଣ ଓ ଶୋଭରୟ ପରି ବଡ଼ ବଡ଼ ନକ୍ସଲଙ୍କ ଜୀବନ ନେଇଛି କୋଭିଡ୍‌। ଏହାଛଡ଼ା ହିଡ୍‌ମା, ସୋନୁ, ବିନୋଦ, ରାଜେଶ, ନନ୍ଦୁ ଭଳି ଦୁର୍ଦ୍ଦାନ୍ତ ନକ୍ସଲ ନେତାମାନେ ଗୁରୁତର ଅଛନ୍ତି। ଘଞ୍ଚ ଜଙ୍ଗଲ ଭିତରେ କିଛି ଅଳ୍ପ ଔଷଧରେ ଚିକିତ୍ସା ଚାଲିଥିବା ଦନ୍ତେୱାଡ଼ା ଏସ୍‌ପି ସୂଚନା ଦେଇଛନ୍ତି। ଗୁରୁତର ଥିବା ନକ୍ସଲ ନେତାମାନେ ଶୀଘ୍ର ଆତ୍ମସମର୍ପଣ କରି ଚିକିତ୍ସିତ ହୁଅନ୍ତୁ। ନହେଲେ ସମସ୍ତେ ମରିଯିବେ ବୋଲି ଦନ୍ତେୱାଡ଼ା ଏସ୍‌ପି କହିଛନ୍ତି।

ସୂଚନାରୁ ପ୍ରକାଶ, ଓଡ଼ିଶାର ମାଲ୍‌କାନଗିରି ଜିଲ୍ଲାକୁ ସଂଯୋଗ କରୁଥିବା ଛତିଶଗଡ଼ ରାଜ୍ୟର ଦନ୍ତେୱାଡ଼ା ଜିଲ୍ଲାରେ ବହୁ ନକ୍ସଲ କୋଭିଡ୍‌ରେ ଆକ୍ରାନ୍ତ ହୋଇଥିବା ଆକଳନ କରାଯାଉଥିଲା। କାରଣ ଘଞ୍ଚ ଜଙ୍ଗଲରେ କମ୍ୱିଂ ଅପରେଶନ୍‌ କରାଯାଉଥିବା ବେଳେ ନକ୍ସଲ କ୍ୟାମ୍ପରୁ ବହୁ ପରିମାଣରେ କୋଭିଡ୍‌ ମେଡିସିନ୍‌ ମିଳିଥିଲା। ଏଥିରୁ ସ୍ପଷ୍ଟ ହେଉଥିଲା ନକ୍ସଲ ନେତାମାନେ କରୋନାରେ ଆକ୍ରାନ୍ତ ହୋଇଥାଇପାରନ୍ତି। ପରେ ସେମାନଙ୍କୁ ଆତ୍ମସମର୍କଣ ପାଇଁ ଅପିଲ୍‌ କରାଯାଇଥିଲା।

Advertisment

ସେପଟେ ଓଡ଼ିଶାରେ କନ୍ଧମାଳ ଜିଲ୍ଲାରେ ଘଞ୍ଚ ଜଙ୍ଗଲରେ କମ୍ୱିଂ ଅପରେଶନ୍‌ ବେଳେ ବହୁ ପରିମାଣରେ କୋଭିଡ୍‌ ମେଡିସିନ୍‌ ମିଳିଥିଲା। ଏଠାରେ ମଧ୍ୟ ନକ୍ସଲମାନେ କୋଭିଡ୍‌ରେ ଆକ୍ରାନ୍ତ ହୋଇଥାଇପାରନ୍ତି ବୋଲି ପୁଲିସ ସନ୍ଦେହ କରିଥିଲା। ସେଥିପାଇଁ କନ୍ଧମାଳ ଏସ୍‌ପି ନକ୍ସଲଙ୍କୁ ଆତ୍ମସମର୍ପଣ କରି ଚିକିତ୍ସା ହେବାକୁ ଅପିଲ୍‌ କରିଥିଲେ।

Chhattisgarh Naxal Dead
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe