koraput-1--1
କୋରାପୁଟ(ସୂର୍ଯ୍ୟ ପଣ୍ଡା): ଉଛୁଳା ନଦୀ ଦେଖିଲେ ଛାତିରେ ଛନକା ପଶି ଯାଉଥିବା ବେଳେ ଖଟିଆରେ ବୋହି ୭ ରୋଗୀଙ୍କୁ ନଦୀ ପାର କରାଇଛନ୍ତି ଆଦିବାସୀ ଅଧ୍ୟୁଷିତ କୋରାପୁଟ ଜିଲ୍ଲାର ବୈପାରିଗୁଡାବ୍ଲକମାଠପଡାପଞ୍ଚାୟତରବଣୁଆଗୁଡାଗ୍ରାମବାସୀ। ବଣୁଆଗୁଡା ଗାଁକୁ ସଂଯୋଗ କରୁଥିବା ରାସ୍ତାରେ ନଦୀ ପଡିଥାଏ । ଉକ୍ତ ନଦୀରେ ପୋଲ ନ ଥିବାରୁ ପ୍ରବଳ ପାଣି ପ୍ରବାହିତ ହୋଇ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି। ଏପରି ସ୍ଥିତିରେ ଗାଁକୁ ଆମ୍ବୁଲାନ୍ସ ଯାଇ ନ ପାରିବାରୁ ଗ୍ରାମବାସୀ ବାଧ୍ୟ ହୋଇ ଖଟିଆରେ ବୋହି ରୋଗୀଙ୍କୁ ମେଡିକାଲରେ ପହଞ୍ଚାଇଲେ।
/odisha-reporter/media/post_attachments/wp-content/uploads/2020/09/koraput-2-1.jpg)
ସୂଚନାଯୋଗ୍ୟ, ପ୍ରଥମେ ଗାଁର୩ଜଣଙ୍କର ଝାଡାବାନ୍ତିହୋଇଥିଲା । ସେମାନେବୈପାରୀଗୁଡାମେଡିକାଲରେଚିକିତ୍ସିତ ହେଉଥିବା ବେଳେ ଏହାପରେ ଗ୍ରାମର ୭ଜଣ ମଧ୍ୟ ଏଥିରେ ଆକାନ୍ତ ହେଲେ। ସେମାନଙ୍କ ଅବସ୍ଥା କ୍ରମଶଃ ଖରାପ ହେବାରୁ ଆଶାଦିଦି ସେମାନଙ୍କୁବୈପାରୀଗୁଡାଡାକ୍ତରଖାନାନେବାପାଇଁ 108 ଆମ୍ବୁଲାନ୍ସକୁ ଫୋନ୍ କଲେ। କିନ୍ତୁବଣୁଆଗୁଡାକୁ ସଂଯୋଗ କରୁଥିବା ନଦୀରେ ପ୍ରବଳ ପାଣି ଥିବା ବେଳେ ଆମ୍ବୁଲାନ୍ସଟି ନଦୀ ପାର କରି ପାରି ନ ଥିଲା। ତେଣୁ ଗ୍ରାମବାସୀନିଜେ ନିଜ ପରିବାର ଲୋକ ତଥା ସମ୍ପର୍କୀୟଙ୍କୁ ଖଟିଆରେ ବୋହି ନଦୀ ପାର କରାଇଲେ। ଏହାପରେ ସେମାନଙ୍କୁ ଆମ୍ବୁଲାନ୍ସ ଯୋଗେ ବୈପାରୀଗୁଡାମେଡିକାଲରେ ଭର୍ତ୍ତି କରାଯାଇଛି। ଅସୁସ୍ଥଙ୍କ ମଧ୍ୟରେ ଛୋଟ ପିଲାଠୁ ଆରମ୍ଭ କରି ବୁଢ଼ା ଯାଏ ଥିବା ଜଣାଯାଇଛି।
ଦୀର୍ଘ ଦିନ ହେବ ନଦୀରେ ପୋଲ ନିର୍ମାଣ ନିମନ୍ତେ ଗ୍ରାମବାସୀ ଦାବି କରି ଆସୁଥିବା ବେଳେ ଏହାକୁ ପ୍ରଶାସନ କର୍ଣ୍ଣପାତ କରୁ ନାହିଁ। ଫଳରେ ଗ୍ରାମବାସୀ ବର୍ଷ ଦିନେ ବାହ୍ୟ ଜଗତରୁ ବିଚ୍ଛିନ୍ନ ହେବା ସହ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ କରିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2020/09/koraput-1-1.jpg)