corona1
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱରରୁ ୭ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସୂଚନା ଦିଆଯାଇଛି।
୭ ଆକ୍ରାନ୍ତ ମଧ୍ୟରୁ ୪ ଜଣ ହୋମ୍ କ୍ୱାରେଣ୍ଟାଇନ୍ରେ ଥିଲେ। ଆଉ ୩ ଜଣ ଲୋକାଲ କେସ୍ ବୋଲି ଜଣାପଡ଼ିଛି। ତେବେ ହୋମ୍ କ୍ୱାରେଣ୍ଟାଇନ୍ ଥିବା ସମସ୍ତ ୪ ଆକ୍ରାନ୍ତ ରେଲୱେ କର୍ମଚାରୀ। ସେମାନେ ସମସ୍ତେ ଦିଲ୍ଲୀରୁ ଫେରିଥିଲେ। ସମସ୍ତ ଆକ୍ରାନ୍ତ ପୁରୁଷ। ସେମାନଙ୍କ ବୟସ ଯଥାକ୍ରମେ ୩୦,୩୧,୩୪ ଓ ୩୮। ଲୋକାଲ କେସ୍ ମଧ୍ୟରୁ ୨ ଜଣ ଡୁମୁଡୁମା ହାଉସିଂ ବୋର୍ଡ କଲୋନୀର । ସେମାନଙ୍କ ମଧ୍ୟରୁ ଜଣେ ୪୫ ବର୍ଷୀୟା ମହିଳା ଏବଂ ଅନ୍ୟ ଜଣେ ୧୦ ବର୍ଷର ନାବାଳକ । ଅନ୍ୟ ଜଣେ ଆକ୍ରାନ୍ତ ୩୧ ବର୍ଷୀୟ ମହିଳା ଘରୋଇ ହସ୍ପିଟାଲ କର୍ମଚାରୀ।
ସୂଚନାଯୋଗ୍ୟ, ରାଜ୍ୟର ୧୭ ଜିଲ୍ଲାରୁ ଆଉ ୧୬୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୪୦ କ୍ୱାରେଣ୍ଟାଇନ୍ କେନ୍ଦ୍ରରୁ ଓ ୨୫ ଲୋକାଲ କେସ୍ ବୋଲି ଜଣାଯାଇଛି। ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ୧୬୫ ଆକ୍ରାନ୍ତଙ୍କ ମଧ୍ୟରୁ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୪୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2020/05/corona-1-1.jpg)