ଏପ୍ରିଲ ୧୧ରୁ ୭ ପର୍ଯ୍ୟାୟ ଭୋଟ ଗ୍ରହଣ, ମେ' ୨୩ରେ ଫଳାଫଳ

ନୂଆଦିଲ୍ଲୀ: ଅନେକ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ୨୦୧୯ ସାଧାରଣ ନିର୍ବାଚନ ତାରିଖ ଘୋଷଣା କରିଛନ୍ତି ମୁଖ୍ୟ ନିର୍ବାଚନ କମିଶନର ସୁନୀଲ ଆରୋରା। ୭ଟି ପର୍ଯ୍ୟାୟରେ ହେବାକୁ ଥିବା ଏହି ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟ୍‌ ଗ୍ରହଣ ଏପ୍ରିଲ ୧୧ ତାରିଖରେ ହେବ ବୋଲି ସେ ନୂଆଦିଲ୍ଲୀସ୍ଥିତ ବିଜ୍ଞାନ ଭବନଠାରେ ଘୋଷଣା କରିଛନ୍ତି। ଚଳିତ ମାର୍ଚ୍ଚ ମାସ ୧୮ ତାରିଖକୁ ନାମାଙ୍କନ ପତ୍ର ଦାଖଲ ଆରମ୍ଭ ତାରିଖ ରୂପେ ବଛାଯାଇଥିବାବେଳେ ୨୫ ତାରିଖ ନାମାଙ୍କନ ପତ୍ର ଦାଖଲ […]

election

election

Sampad Mahapatra
  • Published: Sunday, 10 March 2019
  • Updated: 10 March 2019, 07:45 PM IST

Sports

Latest News

ନୂଆଦିଲ୍ଲୀ: ଅନେକ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ୨୦୧୯ ସାଧାରଣ ନିର୍ବାଚନ ତାରିଖ ଘୋଷଣା କରିଛନ୍ତି ମୁଖ୍ୟ ନିର୍ବାଚନ କମିଶନର ସୁନୀଲ ଆରୋରା। ୭ଟି ପର୍ଯ୍ୟାୟରେ ହେବାକୁ ଥିବା ଏହି ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟ୍‌ ଗ୍ରହଣ ଏପ୍ରିଲ ୧୧ ତାରିଖରେ ହେବ ବୋଲି ସେ ନୂଆଦିଲ୍ଲୀସ୍ଥିତ ବିଜ୍ଞାନ ଭବନଠାରେ ଘୋଷଣା କରିଛନ୍ତି।

ଚଳିତ ମାର୍ଚ୍ଚ ମାସ ୧୮ ତାରିଖକୁ ନାମାଙ୍କନ ପତ୍ର ଦାଖଲ ଆରମ୍ଭ ତାରିଖ ରୂପେ ବଛାଯାଇଥିବାବେଳେ ୨୫ ତାରିଖ ନାମାଙ୍କନ ପତ୍ର ଦାଖଲ ପାଇଁ ଶେଷ ତାରିଖ ରଖାଯାଇଛି। ୨୬ ତାରିଖରେ ନାମାଙ୍କନ ପତ୍ର ଯାଞ୍ଚ ଆରମ୍ଭ ହେବ ଏବଂ ପ୍ରାର୍ଥୀପତ୍ର ପ୍ରତ୍ୟାହାର ପାଇଁ ମାର୍ଚ୍ଚ ୨୯ ତାରିଖ ଶେଷ ତାରିଖ ନିର୍ଦ୍ଧାରିତ ହୋଇଛି।

୭ଟି ପର୍ଯ୍ୟାୟରେ ଭୋଟ୍‌ ଗ୍ରହଣ କ୍ରମରେ ଏପ୍ରିଲ ୧୧ ତାରିଖରେ ପ୍ରଥମ ପର୍ଯ୍ୟାୟ ଭୋଟ୍‌ ଗ୍ରହଣ,ଏପ୍ରିଲ ୧୮ ତାରିଖରେ ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍‌ ଗ୍ରହଣ,ଏପ୍ରିଲ ୨୩ ତାରିଖରେ ତୃତୀୟ ପର୍ଯ୍ୟାୟ ଭୋଟ୍‌ ଗ୍ରହଣ, ଏପ୍ରିଲ ୨୯ ତାରିଖରେ ଚତୁର୍ଥ ପର୍ଯ୍ୟାୟ, ମେ ୬ ତାରିଖରେ ପଞ୍ଚମ ପର୍ଯ୍ୟାୟ, ମେ ୧୨ ତାରିଖରେ ଷଷ୍ଠ ପର୍ଯ୍ୟାୟ ଭୋଟ୍‌ ଗ୍ରହଣ ଏବଂ ମେ ୧୯ ତାରିଖରେ ସପ୍ତମ ବା ଶେଷ ପର୍ଯ୍ୟାୟ ଭୋଟ୍‌ ଗ୍ରହଣ ହେବ।

ଓଡ଼ିଶାରେ ହେବାକୁ ଥିବା ଲୋକସଭା ନିର୍ବାଚନ ମଧ୍ୟରୁ ପ୍ରଥମ ପର୍ଯ୍ୟାୟ ଅର୍ଥାତ ଏପ୍ରିଲ ୧୧ରେ ୪ଟି ଆସନ, ଏପ୍ରିଲ ୧୮ରେ ୫ଟି ଆସନ, ଏପ୍ରିଲ ୨୩ରେ ୬ଟି ଆସନ ଏବଂ ଏପ୍ରିଲ ୨୯ରେ ୬ଟି ଆସନ ପାଇଁ ଭୋଟ୍‌ ଗ୍ରହଣ ହେବ।

ପ୍ରଥମ ପର୍ଯ୍ୟାୟରେ ୨୦ଟି ରାଜ୍ୟର ୯୧ ଆସନ ପାଇଁ ଭୋଟ୍‌ ଗ୍ରହଣ ହେବ। ଦ୍ୱିତୀୟ ପର୍ଯ୍ୟାୟରେ ୧୩ଟି ରାଜ୍ୟର ୯୭ ଆସନ ପାଇଁ ଭୋଟ୍‌ ଗ୍ରହଣ ହେବ। ତୃତୀୟ ପର୍ଯ୍ୟାୟରେ ୧୪ଟି ରାଜ୍ୟର ୧୧୫ ଆସନ ପାଇଁ ଭୋଟ୍‌ ଗ୍ରହଣ ହେବ। ଚତୁର୍ଥ ପର୍ଯ୍ୟାୟରେ ୯ଟି ରାଜ୍ୟର ୭୧ ଆସନ ପାଇଁ ଭୋଟ୍‌ ଗ୍ରହଣ ହେବ। ପଞ୍ଚମ ପର୍ଯ୍ୟାୟରେ ୭ଟି ରାଜ୍ୟର ୫୧ ଆସନ ପାଇଁ ଭୋଟ୍‌ ଗ୍ରହଣ ହେବ। ଷଷ୍ଠ ପର୍ଯ୍ୟାୟରେ ୭ଟି ରାଜ୍ୟର ୫୯ ଆସନ ପାଇଁ ଭୋଟ୍‌ ଗ୍ରହଣ ହେବ। ସପ୍ତମ ପର୍ଯ୍ୟାୟରେ ୮ଟି ରାଜ୍ୟର ୫୯ ଆସନ ପାଇଁ ଭୋଟ୍‌ ଗ୍ରହଣ ହେବ।

ମୁଖ୍ୟ ନିର୍ବାଚନ କମିଶନର କହିଛନ୍ତି, ଓଡ଼ିଶା ସହିତ ଆନ୍ଧ୍ରପ୍ରଦେଶ, ଅରୁଣାଚଳ ପ୍ରଦେଶ ଏବଂ ସିକ୍କିମ୍‌ରେ ଉଭୟ ଲୋକସଭା ଏବଂ ବିଧାନସଭା ନିର୍ବାଚନ ଏକାସାଥିରେ ହେବ। ସେ କହିଛନ୍ତି, ଏହି ୪ ରାଜ୍ୟରେ ଲୋକସଭା ପାଇଁ ନିର୍ଦ୍ଧାରିତ ତାରିଖ ଅନୁଯାୟୀ ହିଁ ଭୋଟ୍‌ ଗ୍ରହଣ ହେବ। ଅନ୍ୟପକ୍ଷରେ ଜମ୍ମୁକଶ୍ମୀରରେ ପୁଲ୍‌ୱାମା ଘଟଣା ପରେ ଅଶାନ୍ତି ଲାଗି ରହିଥିବାରୁ ସେଠାରେ ହେବାକୁ ଥିବା ବିଧାନସଭା ନିର୍ବାଚନ ହେବ ନାହିଁ। କେବଳ ଲୋକସଭା ଆସନଗୁଡ଼ିକ ପାଇଁ ସେଠାରେ ଭୋଟ୍‌ ଗ୍ରହଣ ହେବ। ସେହିଭଳି ବାକି ରହିଥିବା ଉପ-ନିର୍ବାଚନ ମଧ୍ୟ ଲୋକସଭା ନିର୍ବାଚନ ସହିତ ଅନୁଷ୍ଠିତ ହେବ।
 
ଚଳିତ ଲୋକସଭାର ଅବଧି ଜୁନ୍‌ ୩ରେ ସରିବାକୁ ଅଛି। ଏହା ପୂର୍ବରୁ ୫୪୩ଟି ଲୋକସଭା ଆସନ ପାଇଁ ୧୦ ଲକ୍ଷ ପୋଲିଂ ବୁଥ୍‌ରେ ପ୍ରାୟ ୯୦ କୋଟି ଭୋଟର ମତଦାନ କରିବେ। ଏହି ଏଥିମଧ୍ୟରୁ ୧.୫ କୋଟି ମତଦାତାଙ୍କ ବୟସ ୧୮ରୁ ୧୯ ବର୍ଷ ଏବଂ ସେମାନେ ପ୍ରଥମ ଥର ପାଇଁ ଭୋଟ୍‌ ଦେବାକୁ ଯାଉଛନ୍ତି।
 
ଆଜିର ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟ ନିର୍ବାଚନ କମିଶନର ସୂଚନା ଦେଇଥିଲେ, ନିର୍ବାଚନ ସମୟରେ ଆଇନ ଶୃଙ୍ଖଳା ନିୟନ୍ତ୍ରଣ ପାଇଁ ବିଭିନ୍ନ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କ ସହିତ ଆଲୋଚନା କରାଯାଇଛି। ନିର୍ବାଚନ ସମୟରେ ଗମନାଗମନ ସୁବିଧା ପାଇଁ ରେଳ ବିଭାଗ ସହିତ ମଧ୍ୟ ଆଲୋଚନା ହୋଇଛି। ସମସ୍ତ ରାଜ୍ୟରେ ହେବାକୁ ଥିବା ପରୀକ୍ଷା ଏବଂ ବିଭିନ୍ନ ପର୍ବପର୍ବାଣୀ ପ୍ରଭୃତି ପ୍ରସଙ୍ଗକୁ ବିଚାରକୁ ନେଇ ତାରିଖ ନିର୍ଦ୍ଧାରଣ କରାଯାଇଥିବା ଶ୍ରୀ ଅରୋଡ଼ା କହିଛନ୍ତି।
 
ଭୋଟରଙ୍କ ସୁବିଧା ପାଇଁ ଭୋଟର୍ ଗାଇଡ୍‌ ପ୍ରସ୍ତୁତ କରାଯାଇଥିବାବେଳେ ୨୦୧୪ ନିର୍ବାଚନ ତୁଳନାରେ ଏଥର ୧ ଲକ୍ଷ ଅଧିକ ପୋଲିଂ ବୁଥ୍‌ ଖୋଲାଯିବାର ଅଛି। ସମସ୍ତ ବୁଥ୍‌ରେ ପିଇବାପାଣି, ଜଳ ଏବଂ ବିଦ୍ୟୁତ ଆଦିର ସୁବିଧା ରହିବ ବୋଲି ସେ କହିଛନ୍ତି।
 
ଏହି ନିର୍ବାଚନ ସମୟରେ ସମସ୍ତ ପୋଲିଂ ବୁଥ୍‌ରେ ଭିଭିପ୍ୟାଟ୍‌ ବ୍ୟବହାର କରାଯିବ। ଏଥିପାଇଁ ୧୭.୪ ଲକ୍ଷ ଭିଭିପ୍ୟାଟ୍‌ ଉପଲବ୍ଧ ହେବ। ଇଭିଏମ୍‌ ଓ ଭିଭିପ୍ୟାଟ୍‌ ବାବଦରେ ଅଧିକରୁ ଅଧିକ ଭୋଟରଙ୍କୁ ସଚେତନ କରାଯିବାକୁ ପ୍ରୟାସ କରାଯିବ। ଭୋଟରଙ୍କ ସୁବିଧା ପାଇଁ ‘୧୯୫୦’ ଟୋଲ୍‌ ଫ୍ରି ନମ୍ବର ମଧ୍ୟ ଜାରି କରାଯାଇଛି। ଏଥିରେ କଲ୍‌ କରି ନିଜ ନାମ ଥିବା ନିର୍ବାଚନମଣ୍ଡଳୀ ଏବଂ ଅନ୍ୟ ତଥ୍ୟ ଜାଣିହେବ। ଏଥର ପ୍ରଥମ ଥର ପାଇଁ ଇଭିଏମ୍‌ରେ ଦଳୀୟ ଚିହ୍ନ ସହିତ ପ୍ରାର୍ଥୀଙ୍କ ଫଟୋ ମଧ୍ୟ ରହିବ।
 
ଶବ୍ଦ ପ୍ରଦୂଷଣକୁ ରୋକିବା ପାଇଁ ରାତି ୧୦ରୁ ସକାଳ ୬ ଯାଏ ଲାଉଡ୍‌ ସ୍ପିକର ବ୍ୟବହାର ବନ୍ଦ ରହିବ। ସେହିଭଳି ପରିବେଶକୁ କ୍ଷତି ପହଞ୍ଚାଉଥିବା ସାମଗ୍ରୀ ବ୍ୟବହାର ନକରିବା ପାଇଁ ରାଜନୀତିକ ଦଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଆଜିଠାରୁ ସମଗ୍ର ଦେଶରେ ଆଚରଣ ବିଧି ଲାଗୁ ହୋଇଯାଇଛି। ଏହାର ଉଲ୍ଲଂଘନ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି। ସମସ୍ତ ଘଟଣା ଓ ଅଘଟଣର ଭିଡିଓ ରେକର୍ଡ଼ିଂ କରାଯିବ।
 
ସେହିଭଳି ସୋଶାଲ ମିଡିଆ ବାବଦରେ ଶ୍ରୀ ଅରୋଡ଼ା କହିଛନ୍ତି, ମଡେଲ୍‌ ଅଫ୍‌ କୋଡ୍‌ ଅଫ୍ କଣ୍ଡକ୍ଟ ଅଧୀନରେ ସୋଶାଲ ମିଡିଆକୁ ଅନ୍ତର୍ଭୁକ୍ତ କରାଯିବ। ପ୍ରାର୍ଥୀମାନେ ନିଜ ନିଜର ସୋଶାଲ ମିଡିଆ ଆକାଉଣ୍ଟର ତଥ୍ୟ ଦେବାକୁ ହେବ। ସୋଶାଲ ମିଡ଼ିଆରେ ପ୍ରାର୍ଥୀ ଯାହା ଖର୍ଚ୍ଚ କରୁଥିବେ, ତାହା ମଧ୍ୟ ହିସାବକୁ ନିଆଯିବ। 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story