ରାଗିଂ କରିବା ସାଂଘାତିକ ହେଲା: ୭ ଛାତ୍ରଙ୍କୁ କଲେଜ କ୍ୟାମ୍ପସ ମନା

ବ୍ରହ୍ମପୁର(ଅଶୋକ ବ୍ରହ୍ମା) : ରାଗିଂ ପାଇଁ ୭ ଛାତ୍ରଙ୍କୁ କଲେଜ କ୍ୟାମ୍ପସ ମନା । ବ୍ରହ୍ମପୁରସ୍ଥିତ ଖଲ୍ଲିକୋଟ ଜୁନିୟର କଲେଜର ୭ଜଣ ଛାତ୍ରଙ୍କୁ ସବୁଦିନ ପାଇଁ କ୍ୟାମ୍ପସରୁ ସସପେଣ୍ଡ କରାଯାଇଛି । ଆଣ୍ଟି ରାଗିଂ କମିଟିର ସୁପାରିସ ଅନୁସାରେ କଲେଜ ଅଧ୍ୟକ୍ଷ ଏପରି ନିର୍ଦ୍ଦେଶ ଜାରି କରିଛନ୍ତି  । ଯଦି ସେମାନେ କ୍ୟାମ୍ପସକୁ ଆସନ୍ତି ପୁଲିସ କାର୍ଯ୍ୟାନୁଷ୍ଠାନ ନେବ ବୋଲି ନୋଟିସରେ ଉଲ୍ଲେଖ ରହିଛି । ଜଣେ ଛାତ୍ରୀଙ୍କୁ ରାଗିଂ ଅଭିଯୋଗରେ କଲେଜ କର୍ତ୍ତୃପକ୍ଷ ୭ଜଣ ଛାତ୍ରଙ୍କ […]

ragging

ragging

Niharika Rout
  • Published: Wednesday, 07 December 2022
  • Updated: 07 December 2022, 11:40 AM IST

ବ୍ରହ୍ମପୁର(ଅଶୋକ ବ୍ରହ୍ମା) : ରାଗିଂ ପାଇଁ ୭ ଛାତ୍ରଙ୍କୁ କଲେଜ କ୍ୟାମ୍ପସ ମନା । ବ୍ରହ୍ମପୁରସ୍ଥିତ ଖଲ୍ଲିକୋଟ ଜୁନିୟର କଲେଜର ୭ଜଣ ଛାତ୍ରଙ୍କୁ ସବୁଦିନ ପାଇଁ କ୍ୟାମ୍ପସରୁ ସସପେଣ୍ଡ କରାଯାଇଛି । ଆଣ୍ଟି ରାଗିଂ କମିଟିର ସୁପାରିସ ଅନୁସାରେ କଲେଜ ଅଧ୍ୟକ୍ଷ ଏପରି ନିର୍ଦ୍ଦେଶ ଜାରି କରିଛନ୍ତି  । ଯଦି ସେମାନେ କ୍ୟାମ୍ପସକୁ ଆସନ୍ତି ପୁଲିସ କାର୍ଯ୍ୟାନୁଷ୍ଠାନ ନେବ ବୋଲି ନୋଟିସରେ ଉଲ୍ଲେଖ ରହିଛି ।

ଜଣେ ଛାତ୍ରୀଙ୍କୁ ରାଗିଂ ଅଭିଯୋଗରେ କଲେଜ କର୍ତ୍ତୃପକ୍ଷ ୭ଜଣ ଛାତ୍ରଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ ଦଣ୍ଡବିଧାନ କରିଛନ୍ତି  ।  ଅନ୍ୟପକ୍ଷରେ ରାଗିଂ କରିଥିବା ଛାତ୍ରମାନେ ଯଦି ଫର୍ମ ଫିଲ୍ ଅପ୍ କରିଛନ୍ତି ତେବେ ପରୀକ୍ଷା ଦେଇପାରିବେ ବୋଲି କଲେଜ ଅଧ୍ୟକ୍ଷ ସୂଚନା ଦେଇଛନ୍ତି  ।

ଗତମାସ  ଖଲ୍ଲିକୋଟ ଜୁନିୟର କଲେଜର  ପ୍ରଥମ ବର୍ଷର ଜଣେ ଛାତ୍ରୀଙ୍କୁ ରାଗିଂ କରାଯାଇଥିବା ଅଭିଯୋଗ ହୋଇଥିଲା। ଦ୍ୱିତୀୟ ବର୍ଷର କିଛି ଛାତ୍ର କଲେଜ କ୍ୟାମ୍ପସ ଭିତରେ ପ୍ରଥମ ବର୍ଷର ଛାତ୍ରୀଙ୍କୁ ହଇରାଣ କରୁଥିଲେ। ଏମିତିକି ସମ୍ପୃକ୍ତ ଛାତ୍ରୀଙ୍କୁ ଉକ୍ତ ଛାତ୍ରମାନେ  ପିଛା କରିବା ସହ କ୍ଲାସକୁ ଯିବା ବେଳେ ବି ଦୁର୍ବ୍ୟବହାର ପ୍ରଦର୍ଶନ କରୁଥିଲେ। ଏନେଇ ଛାତ୍ରୀଜଣକ କଲେଜ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରିଥିଲେ।

ଛାତ୍ରୀଜଣଙ୍କୁ ଉକ୍ତ ଯୁବକମାନେ ବାରମ୍ବାର ଏପରି ହଇରାଣ କରୁଥିବାରୁ ପୂର୍ବରୁ  ୧୦ଜଣ ଛାତ୍ରଙ୍କୁ ଚିହ୍ନଟ କରି ୧୦ଦିନ ପାଇଁ କ୍ୟାମ୍ପସରୁ ବହିଷ୍କୃତ କରିଥିଲେ କଲେଜ କର୍ତ୍ତୃପକ୍ଷ। ଏହାପରେ ବି ସେମାନଙ୍କ ଆଚରଣ ଓ ବ୍ୟବହାରରେ କୌଣସି ସୁଧାର ନ ଆସିବାରୁ ଏଥର କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏଥର ସେମାନଙ୍କୁ କଲେଜ କ୍ୟାମ୍ପସ୍‌ ବାରଣ କରି ଦିଆଯାଇଛି।

କିଛିଦିନ ପୂର୍ବେ  ରାଗିଂ ଅଭିଯୋଗରେ କେନ୍ଦୁଝରର ଓଡ଼ିଶା ସ୍କୁଲ ଅଫ୍ ମାଇନିଂ କର୍ତ୍ତୃପକ୍ଷ   ୮୨ ଛାତ୍ରଙ୍କୁ ୮୨ ହଜାର ଟଙ୍କା ଫାଇନ ପକାଇଥିଲେ। କେନ୍ଦୁଝରର ଓଡ଼ିଶା ସ୍କୁଲ ଅଫ୍ ମାଇନିଂ କର୍ତ୍ତୃପକ୍ଷ ଏହି ଫାଇନ୍‌ କରିଥିଲେ। ଏହାସହ ସମ୍ପୃକ୍ତ ଛାତ୍ରମାନଙ୍କୁ ଲାଇବ୍ରେରୀରୁ ବହି ମଧ୍ୟ ଦିଆଯିବନି ବୋଲି କୁହାଯାଇଥିଲା। ଅଭିଯୋଗ ଅନୁସାରେ, ଦ୍ୱିତୀୟ ବର୍ଷର ଛାତ୍ରଙ୍କୁ ତୃତୀୟ ବର୍ଷର ଛାତ୍ର ରାଗିଂ କରିଥିଲେ।  ଏ ସମ୍ପର୍କରେ ଇଞ୍ଜିନିୟରିଂ ସ୍କୁଲର ଅଧ୍ୟକ୍ଷଙ୍କ ନିକଟରେ ଲିଖିତ ଅଭିଯୋଗ ହୋଇଥିଲା।

ସୂଚନାଯୋଗ୍ୟ, ରାଗିଂ ବିରୋଧୀ ଅଭିଯାନକୁ  ଏବେ ଚାରିଆଡ଼େ ଜୋରଦାର କରାଯାଉଛି। ରାଗିଂ ନିମନ୍ତେ ବହୁ ଛାତ୍ରଛାତ୍ରୀ ଅକାଳରେ ଜୀବନ ହାରୁଛନ୍ତି । ଏହାକୁ ରୋକିବାକୁ ଏବେ କଲେଜ ପ୍ରଶାସନ ସମେତ ପୁଲିସ୍‌ ପ୍ରଶାସନ ବି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story