Advertisment

କରୋନା ପଜିଟିଭ୍ ଚିହ୍ନଟ ପରେ ଦେବଗଡ଼ର ୭ ଗାଁ କଣ୍ଟେନମେଣ୍ଟ

ଦେବଗଡ଼(ସିଦ୍ଧାର୍ଥ ଗୁରୁ): ଗତକାଲି ଦେବଗଡ଼ ଜିଲ୍ଲା ତିଲେଇବଣି ବ୍ଲକ ଅନ୍ତର୍ଗତ ବାସୁଦେବପୁରରୁ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଏହାପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଗତକାଲି ରାତିରେ ବାସୁଦେବପୁର ସମେତ ସୁନାମୁଣ୍ଡା,ସାମନ୍ତ୍ରାପାଲି, ଝାଟକିପୋଶି, ଖୁଂଟପୋଶି, କମଳାବଗିଚା ଓ ନୂଆଁ ଗାଁ ଆଦି ୭ଟି ଗାଁକୁ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା କରାଯାଇଛି। ଏଥିସହ ଆକ୍ରାନ୍ତଙ୍କ ପରିବାର ଲୋକଙ୍କୁ ଆଇସୋଲେସନ୍‌ରେ ରଖାଯାଇଛି। ଅନ୍ୟପକ୍ଷରେ ସମ୍ପୃକ୍ତ ବାସୁଦେବପୁର ଗାଁକୁ ସଂଯୋଗ କରୁଥିବା ସମସ୍ତ ରାସ୍ତାର ପ୍ରବେଶ ପଥକୁ ପ୍ରଶାସନ ପକ୍ଷରୁ […]

author-image
Jyoshna Pradhan
ଅଦ୍ୟତନ ହୋଇଛି
କରୋନା ପ୍ରଭାବିତ ଦେଶ ତାଲିକା, ଚୀନ ପଛକୁ ଭାରତ

corona

ଦେବଗଡ଼(ସିଦ୍ଧାର୍ଥ ଗୁରୁ): ଗତକାଲି ଦେବଗଡ଼ ଜିଲ୍ଲା ତିଲେଇବଣି ବ୍ଲକ ଅନ୍ତର୍ଗତ ବାସୁଦେବପୁରରୁ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଏହାପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଗତକାଲି ରାତିରେ ବାସୁଦେବପୁର ସମେତ ସୁନାମୁଣ୍ଡା,ସାମନ୍ତ୍ରାପାଲି, ଝାଟକିପୋଶି, ଖୁଂଟପୋଶି, କମଳାବଗିଚା ଓ ନୂଆଁ ଗାଁ ଆଦି ୭ଟି ଗାଁକୁ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା କରାଯାଇଛି। ଏଥିସହ ଆକ୍ରାନ୍ତଙ୍କ ପରିବାର ଲୋକଙ୍କୁ ଆଇସୋଲେସନ୍‌ରେ ରଖାଯାଇଛି।

Advertisment

ଅନ୍ୟପକ୍ଷରେ ସମ୍ପୃକ୍ତ ବାସୁଦେବପୁର ଗାଁକୁ ସଂଯୋଗ କରୁଥିବା ସମସ୍ତ ରାସ୍ତାର ପ୍ରବେଶ ପଥକୁ ପ୍ରଶାସନ ପକ୍ଷରୁ ସିଲ୍ କରି ଦିଆଯାଇଛି। ଗାଁକୁ ସଂଯୋଗ କରୁଥିବା ସମସ୍ତ ରାସ୍ତା କଡ଼ରେ ପୁଲିସ ପଇଁତରା ମାରୁଛି। ଏଥିସହ ଘରୁ ବାହାରକୁ ନବାହାରିବା ନିମନ୍ତେ ଡାକବାଜି ଯନ୍ତ୍ର ସାହାଯ୍ୟରେ ଗାଁଲୋକଙ୍କୁ ସଚେତନ କରାଯାଉଛି। ଏହାସହ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା ହୋଇ ‌ଥିବା ଗାଁଗୁଡିକୁ ସାଇଟାଇଜ କରାଯାଉଛି।

ସୂଚନା ଅନୁସାରେ, ରାଜ୍ୟ ସରକାରଙ୍କ ତରଫରୁ ଦିଆଯାଇଥିବା ଆକ୍ରାନ୍ତଙ୍କ ଟ୍ରାଭେଲ ହିଷ୍ଟ୍ରି ଅନୁଯାୟୀ, ୧୨୨ ନଂ ଆକ୍ରାନ୍ତ ଦେବଗଡ଼ ଜିଲ୍ଲା ବାସୁଦେବପୁର ସୁଗୁଡ଼ାର ୩୪ ବର୍ଷୀୟ ଯୁବକ। ସେ ଏପ୍ରିଲ ୨୫ରୁ କୋଲକାତାରୁ ଟ୍ରକ୍‌ରେ ରେଢ଼ାଖୋଲ ଫେରିଥିଲେ। ଏହାପରେ ସେଠାରୁ ଚାଲି ଚାଲି ଘରକୁ ଯାଇ ୨୬ ତାରିଖରେ ପହଞ୍ଚିଥିଲେ। ଦେବଗଡ଼ ଡିଏଚ୍ଏଚ୍‌କୁ ପରୀକ୍ଷା ପାଇଁ ଜଣାଇବା ପରେ ୨୭ରେ ତାଙ୍କ ସାମ୍ପଲ୍ ସଂଗ୍ରହ କରାଯାଇଥିଲା। ୨୯ରେ ନମୂନା ପଜିଟିଭ୍ ଆସିବା ପରେ ତାଙ୍କୁ ରାଉରକେଲା ହାଇଟେକ୍‌ରେ ଭର୍ତ୍ତି କରାଯାଇଛି ।

Advertisment

ଏହାପରେ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବେଶ୍ ତତ୍ପରତା ପ୍ରକାଶ ପାଇଛି।  ତାଙ୍କ ସଂସ୍ପର୍ଶରେ କିଏ କିଏ ଆସିଛନ୍ତି, ଏନେଇ କଂଟ୍ରାକ୍ଟ ଟ୍ରେସିଂ ଚାଲିଛି।