/odisha-reporter/media/post_attachments/uploads/2020/06/puri-1-6.jpg)
puri-1
ପୁରୀ(ଓଡ଼ିଶା ରିପୋର୍ଟର): ରାତି ପାହିଲେ ବାହୁଡ଼ା । ଜନ୍ମ ବେଦୀରୁ ରତ୍ନ ବେଦୀକୁ ବାହୁଡ଼ିବେ ମହାପ୍ରଭୁ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ କେବଳ ପୁରୀରେ କଟକଣାଯୁକ୍ତ ରଥଯାତ୍ରା ସୁରଖୁରରେ ସମ୍ପାଦନ ହୋଇଥିଲା। ସେହିପରି ବାହୁଡ଼ା ଯାତ୍ରାକୁ ସୁରୁଖୁରରେ ସମ୍ପାଦନ ପାଇଁ ପୁରୀରେ ମୁତୟନ ହେବେ ୭୦ ପ୍ଲାଟୁନ ଫୋର୍ସ। ଏଥିସହ ୪ଶହ ଅଫିସର ମଧ୍ୟ ନିୟୋଜିତ ହେବେ। ପ୍ରେସମିଟରେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି ପୁଲିସ୍ ଏଡିଜି ସୌମେନ୍ଦ୍ର ପ୍ରିୟଦର୍ଶୀ।
ଏଥିସହ ସେ ଆହୁରି କହିଛନ୍ତି, ରଥକୁ କେବଳ ସେବାୟତମାନେ ଟାଣିବେ । କୋଭିଡ ଟେଷ୍ଟ ନେଗେଟିଭ ଥିବା ସେବାୟତଙ୍କୁ ହିଁ ରଥ ଟାଣିବାକୁ ଅନୁମତି ମିଳିବ। ବଡ଼ ଦାଣ୍ଡକୁ କେହି ନ ଆସିବାକୁ ବା ବାହାରକୁ ନ ବାହାରିବାକୁ ପରାମର୍ଶ ଦେଇଛନ୍ତି ଏଡିଜି।
ସୂଚନାଯୋଗ୍ୟ ଯେ, ରଥଯାତ୍ରାରେ ସାମିଲ ହୋଇଥିବା ପୁଲିସ୍ କର୍ମଚାରୀ, ସେବାୟତଙ୍କ ସମେତ ପ୍ରାୟ ୫ ହଜାର ଜଣଙ୍କର କରୋନା ଟେଷ୍ଟ ହୋଇଥିଲା। ସେମାନଙ୍କ ମଧ୍ୟରୁ ସେବାୟତଙ୍କର ୨ ରାଉଣ୍ଟ କୋଭିଡ ଟେଷ୍ଟ ହୋଇଥିଲା। ଯେଉଁ ମାନଙ୍କ ଟେଷ୍ଟ ରିପୋର୍ଟ ନେଗେଟିଭ ଆସିବ ସେମାନେ ହିଁ ରଥ ଟାଣି ପାରିବେ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଥିଲା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
