Advertisment

ତୃତୀୟ ପର୍ଯ୍ୟାୟରେ ୭୧% ମତଦାନ, ସୀମା ଟପିଲା ହିଂସା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ହିଂସା, ଉତ୍ତେଜନା, ଭୋଟ୍ ବର୍ଜନ ଓ ବିଶୃଙ୍ଖଳା ଭିତରେ ଶେଷ ହୋଇଛି ତୃତୀୟ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ। ତୃତୀୟ ପର୍ଯ୍ୟାୟରେ ୭୧ ପ୍ରତିଶତ ମତଦାନ ହୋଇଛି। ଆଜି ୨୯ଟି ଜିଲ୍ଲାର ୬୩ଟି ବ୍ଲକରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ହୋଇଛି। ୧୭୧ଟି ଜିଲ୍ଲା ପରିଷଦ ଆସନ, ୧୩୮୨ ପଂଚାୟତରେ ଉଭୟ ସରପଂଚ ଓ ସମିତି ସଭ୍ୟ ପଦବୀ ନିମନ୍ତେ ରାଜ୍ୟର ୫୬.୫୩ଲକ୍ଷ ଭୋଟର ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି। ପୂର୍ବ ଦୁଇଟି ପର୍ଯ୍ୟାୟ ଭଳି […]

author-image
Ranjit Kumar Jena
ତୃତୀୟ ପର୍ଯ୍ୟାୟରେ ୭୧% ମତଦାନ, ସୀମା ଟପିଲା ହିଂସା

election

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ହିଂସା, ଉତ୍ତେଜନା, ଭୋଟ୍ ବର୍ଜନ ଓ ବିଶୃଙ୍ଖଳା ଭିତରେ ଶେଷ ହୋଇଛି ତୃତୀୟ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ। ତୃତୀୟ ପର୍ଯ୍ୟାୟରେ ୭୧ ପ୍ରତିଶତ ମତଦାନ ହୋଇଛି। ଆଜି ୨୯ଟି ଜିଲ୍ଲାର ୬୩ଟି ବ୍ଲକରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ହୋଇଛି। ୧୭୧ଟି ଜିଲ୍ଲା ପରିଷଦ ଆସନ, ୧୩୮୨ ପଂଚାୟତରେ ଉଭୟ ସରପଂଚ ଓ ସମିତି ସଭ୍ୟ ପଦବୀ ନିମନ୍ତେ ରାଜ୍ୟର ୫୬.୫୩ଲକ୍ଷ ଭୋଟର ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି। ପୂର୍ବ ଦୁଇଟି ପର୍ଯ୍ୟାୟ ଭଳି ତୃତୀୟ ପର୍ଯ୍ୟାୟରେ ଅଧିକ ହିଂସା ଓ ଉତ୍ତେଜନା ଦେଖିବାକୁ ମିଳିଛି। ତେବେ କିଛି ସ୍ଥାନରେ ଶାନ୍ତିଶୃଙ୍ଖଳାର ସହ ମତଦାନ ହୋଇଛି ଏବଂ ସରପଞ୍ଚ ଓ ସମିତି ସଭ୍ୟଙ୍କ ଭାଗ୍ୟ ବାଲାଟ୍ ପେପରରେ ସିଲ୍ ହୋଇଛି।

Advertisment

ତୃତୀୟ ପର୍ଯ୍ୟାୟରେ ବିଭିନ୍ନ ସ୍ଥାନରେ ନାହିଁ ନଥିବା ଉତ୍ତେଜନା ଓ ହିଂସା ଦେଖିବାକୁ ମିଳିଛି। ବିଶେଷକରି ଯାଜପୁର ଜିଲ୍ଲା ବିଞ୍ଝାରପୁର ବାଛୋଳ ପଞ୍ଚାୟତରେ ହିଂସାର ସବୁ ସୀମା ଟପିଯାଇଛି। ଖବର ସଂଗ୍ରହ ବେଳେ ସାମ୍ବାଦିକଙ୍କୁ ଆକ୍ରମଣ କରାଯାଇଛି। ଏଠାକାର ୨ ନମ୍ବର ବୁଥରେ ରିପୋର୍ଟଂ ବେଳେ ବିଭିନ୍ନ ବୈଦ୍ୟୁତିକ ଗଣମାଧ୍ୟମର ୩ ଜଣ ପ୍ରତିନିଧି ଯଥା ଦେବାଶିଷ ସାହୁ, ଗୁଲସନ ଅଲ୍ଲୀ ନୱାଜ ଓ ବିଜୟ ସାହୁଙ୍କୁ ଦୁର୍ବୃତ୍ତ ମାଡ଼ ମାରିଛନ୍ତି। ସାମ୍ବାଦିକଙ୍କୁ ଆକ୍ରମଣ କରିଥିବା ଦୋଷୀଙ୍କୁ ଧରାଯାଇ ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଏସପି କହିଛନ୍ତି।

ରାୟଗଡ଼ା ଜିଲ୍ଲା ନିୟମଗିରିରେ ଭିନ୍ନ ଦୃଶ୍ୟ ଦେଖିବାକୁ ମିଳିଛି। ଏଠାକାର ଡଙ୍ଗରିଆ କନ୍ଧ ଭୋଟର ଲିଷ୍ଟରେ ନାଁ ନଥିବାରୁ ପ୍ରତିବାଦ କରି ଭୋଟ ବାକ୍ସ ଉଠାଇ ନେଇଥିଲେ। ଘଟଣାସ୍ଥଳରେ ଏସଡିପିଓ ଓ ପୁଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ପରେ ସେମାନେ ଭୋଟ୍ ବାକ୍ସ ଫେରାଇଥିଲେ। ହେଲେ ସେଠାରେ ମତବାନ ବାଧାପ୍ରାପ୍ତ ହୋଇଛି। ସେହିପରି ୧୫ ବର୍ଷ ପରେ ଭୋଟ୍ ଦେଉଥିବା ପାରସାଲି ପଂଚାୟତର ଅନେକ ବୁଥରେ ଖାଁ ଖାଁ ପରିବେଶରେ ମତଦାନ ହୋଇଛି।

Advertisment

ସେହିପରି ଗଂଜାମ ଧରାକୋଟ୍ ବ୍ଲକ ସାବା ପଂଚାୟତର କୋଟିଣଗଣ୍ଡା ଓ ଅଶୋକପଲ୍ଲୀରେ ଗଛମୂଳେ ଭୋଟର୍ ସେମାନଙ୍କର ମତଦାନ ସାବ୍ୟସ୍ତ କରିଛନ୍ତି। ଗାଁରେ କୌଣସି ସ୍କୁଲ ଗୃହ କିମ୍ବା କମ୍ୟୁନିଟି ହଲ୍ ନଥିବାରୁ ପ୍ରଶାସନ ଗଛ ତଳେ ଭୋଟ୍ କରିବାକୁ ବାଧ୍ୟ ହୋଇଥିଲା। ସେହିପରି କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକର କଟ୍ରକଣାରେ ଏକ ଅସ୍ଥାୟୀ ବୁଥରେ ମତଦାନ ହୋଇଥିଲା।

ଅନ୍ୟପକ୍ଷରେ ମାଓ ଇଲାକାଗୁଡ଼ିକରେ ଶାନ୍ତିଶୃଙ୍ଖଳାର ସତ ମତଦାନ ଶେଷ ହୋଇଛି। ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ତୁରେକେଲା, ବଙ୍ଗୋମୁଣ୍ଡା ଓ ମୁରିବାହାଲ ବ୍ଲକରେ ଭୋଟ ଦେବା ପାଇଁ ଭୋଟରଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଥିଲା l ତେବେ ତୁରେକେଲାରେ ପୁଲିସ୍ ଡ୍ରୋନ୍ ଉଡ଼ାଇ ସ୍ଥିତି ଉପରେ ନଜର ରଖିଥିଲା। ରାୟଗଡ଼ା କଲ୍ୟାଣସିଂହପୁର ଥାନା ଅନର୍ଗତ କାନୁସୁର ନିକଟ ଏକ ପୋଲ ନିକଟରୁ ମିଳିଥିବା ବୋମାକୁ ନିଷ୍କ୍ରିୟ କରାଯାଇଛି।

ସେପଟେ ଗାଁକୁ ରାସ୍ତା ନଥିବାରୁ କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ କେ.ବାଲିପାଳ ପଂଚାୟତ ଡଙ୍ଗାବାହାଳୀ ଗାଁ ଲୋକେ ସାମୂହିକ ଭୋଟ୍ ବର୍ଜନ କରିଥିଲେ। ଠିକ୍ ସେହିଭଳି କୁମ୍ଭାରିରୁ ଭୋଇଟିକ୍ରା ପର୍ଯ୍ୟନ୍ତ ରାସ୍ତା ନଥିବାରୁ ବରଗଡ଼ ବରପାଲି ବ୍ଲକ ଭୋଇଟିକ୍ରା ଗାଁ ଲୋକେ ବି ଭୋଟ୍ ଦେଇନାହାନ୍ତି।

ତୃତୀୟ ପର୍ଯ୍ୟାୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ହେଭିୱେଟ୍ ନେତାମାନେ ଭୋଟ୍ ଦେଇଛନ୍ତି। ବିଜେପି ବିଧାୟକ ବିଷ୍ଣୁ ସେଠୀ, ବିଜେଡି ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ, ଜଗତସିଂହପୁର ସାଂସଦ ରାଜଶ୍ରୀ ମଲ୍ଲିକ ନିଜ ନିଜ ବୁଥକୁ ଯାଇ ମତାଧିକାର ସାବ୍ୟସ୍ତ କରିଥିଲେ। ଆସନ୍ତା ୨୨ ଓ ୨୪ ତାରିଖରେ ଯଥାକ୍ରମେ ଚତୁର୍ଥ ଓ ପଞ୍ଚମ ପର୍ଯ୍ୟାୟ ମତଦାନ ହେବ।

Odisha Panchayat Election 2022