Advertisment

ପଂଚାୟତ ନିର୍ବାଚନ: ୩୦ ଜିଲ୍ଲା ପାଇଁ ୭୨ଜଣ ପର୍ଯ୍ୟବେକ୍ଷକ ନିଯୁକ୍ତ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପଂଚାୟତ ନିର୍ବାଚନକୁ ମୁକ୍ତ,ଅବାଧ ଓ ନିରପେକ୍ଷ କରିବା ନିମନ୍ତେ ୩୦ଟି ଜିଲ୍ଲା ପାଇଁ ମୋଟ ୭୨ଜଣ ପର୍ଯ୍ୟବେକ୍ଷକଙ୍କୁ ରାଜ୍ୟ ନିର୍ବାଚନ କମିଶନର ନିଯୁକ୍ତି ଦେଇଛନ୍ତି। ଏମାନଙ୍କ ମଧ୍ୟରେ ୩୮ଜଣ ନିର୍ବାଚନ ପର୍ଯ୍ୟବେକ୍ଷକ ଓ ୩୪ଜଣ ଖର୍ଚ୍ଚ ପର୍ଯ୍ୟବେକ୍ଷକ ରହିଛନ୍ତି। ଆଜି ଏହି ପର୍ଯ୍ୟବେକ୍ଷକମାନଙ୍କ ସହ ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢ଼ୀ ବୈଠକ କରି ନିର୍ବାଚନୀ ଖର୍ଚ୍ଚ ଉପରେ ତୀକ୍ଷ୍ଣ ନଜର ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସୂଚନା ଅନୁସାରେ ଆଜିର ବୈଠକରେ ନିର୍ବାଚନ […]

author-image
Ranjit Kumar Jena
ଅଦ୍ୟତନ ହୋଇଛି
୧୨ରେ ଜିଲ୍ଲାପାଳ ଓ ଏସପିଙ୍କ ବୈଠକ ଡାକିଲେ ନିର୍ବାଚନ କମିଶନର

panchayat-election

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପଂଚାୟତ ନିର୍ବାଚନକୁ ମୁକ୍ତ,ଅବାଧ ଓ ନିରପେକ୍ଷ କରିବା ନିମନ୍ତେ ୩୦ଟି ଜିଲ୍ଲା ପାଇଁ ମୋଟ ୭୨ଜଣ ପର୍ଯ୍ୟବେକ୍ଷକଙ୍କୁ ରାଜ୍ୟ ନିର୍ବାଚନ କମିଶନର ନିଯୁକ୍ତି ଦେଇଛନ୍ତି। ଏମାନଙ୍କ ମଧ୍ୟରେ ୩୮ଜଣ ନିର୍ବାଚନ ପର୍ଯ୍ୟବେକ୍ଷକ ଓ ୩୪ଜଣ ଖର୍ଚ୍ଚ ପର୍ଯ୍ୟବେକ୍ଷକ ରହିଛନ୍ତି। ଆଜି ଏହି ପର୍ଯ୍ୟବେକ୍ଷକମାନଙ୍କ ସହ ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢ଼ୀ ବୈଠକ କରି ନିର୍ବାଚନୀ ଖର୍ଚ୍ଚ ଉପରେ ତୀକ୍ଷ୍ଣ ନଜର ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି।

Advertisment

ସୂଚନା ଅନୁସାରେ ଆଜିର ବୈଠକରେ ନିର୍ବାଚନ କମିଶନର ନିୟମିତ ବ୍ୟବଧାନରେ ରିପୋର୍ଟ ପ୍ରଦାନ କରିବାକୁ ସମସ୍ତ ପର୍ଯ୍ୟବେକ୍ଷକମାନଙ୍କୁ ତାଗିଦ୍ କରିଛନ୍ତି। ଜିଲ୍ଲାରେ ନିର୍ବାଚନ ଆଚରଣ ବିଧି ସଠିକ ପାଳନ ହେଉଛି କି ନାହିଁ ତା’ ଉପରେ ପର୍ଯ୍ୟବେକ୍ଷକମାନେ ଦୃଷ୍ଟି ରଖିବେ। ଚଳିତ ନିର୍ବାଚନପରେ ଯେକୌଣସି ପ୍ରକାର ର‌୍ୟାଲିକୁ ନିଷେଧ କରାଯାଇଥିବାବେଳେ ଏଥିପ୍ରତି ପର୍ଯ୍ୟବେକ୍ଷକମାନେ ସଜାଗ ରହିବେ।

ଖର୍ଚ୍ଚ ପର୍ଯ୍ୟବେକ୍ଷକମାନେ ପ୍ରାର୍ଥୀ ଓ ରାଜନୀତିକ ଦଳମାନଙ୍କ ଖର୍ଚ୍ଚ, ନିର୍ବାଚନରେ ବ୍ୟବହୃତ ଯାନ ଆଦି ତଦାରଖ କରିବା ସହ ନିୟମିତ ଖର୍ଚ୍ଚ ତାଲିକାକୁ ଯାଂଚ କରିବା ପାଇଁ କମିଶନର ପରାମର୍ଶ ଦେଇଛନ୍ତି। ଯଦି କୌଣସି ପ୍ରାର୍ଥୀ ଧାର୍ଯ୍ୟ ଖର୍ଚ୍ଚଠୁ ଅଧିକ ଖର୍ଚ୍ଚ କରିଥିବା ନଜରକୁ ଆସେ, ତା’ହେଲେ ଏ ସମ୍ପର୍କରେ ତୁରନ୍ତ କମିଶନରଙ୍କ ନଜରକୁ ଆଣିବା ପାଇଁ କମିଶନର କହିଛନ୍ତି।

Advertisment

ନିର୍ବାଚନ ପର୍ଯ୍ୟବେକ୍ଷକ ଓ ଜିଲ୍ଲା ନିର୍ବାଚନ ଅଧିକାରୀମାନଙ୍କ ସହ ଖର୍ଚ୍ଚ ପର୍ଯ୍ୟବେକ୍ଷକମାନେ ନିୟମିତ ଯୋଗାଯୋଗରେ ରହି ନିର୍ବାଚନ କମିଶନରଙ୍କ ପ୍ରତିନିଧି ଭାବେ କାର୍ଯ୍ୟ କରିବେ । କମିଶନରଙ୍କ ବିନା ଅନୁମତିରେ ପର୍ଯ୍ୟବେକ୍ଷକମାନେ ଛୁଟିରେ ରହିପାରିବେ ନାହିଁ କିମ୍ବା ଅନ୍ୟ କୌଣସି ସରକାରୀ କିମ୍ବା ବିଦେଶ ଗସ୍ତ କରିପାରିବେ ନାହିଁ ବୋଲି କମିଶନର କହିଛନ୍ତି ।

Odisha Panchayat Election 2022