Advertisment

ରାଜ୍ୟରେ ୭,୨୯୧ ପଜିଟିଭ ଚିହ୍ନଟ, ଖୋର୍ଦ୍ଧାରୁ କେବଳ ୧,୭୦୫

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ଗତ ୨୪ ଘଣ୍ଟାରେ ରାଜ୍ୟରେ ୭,୨୯୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୂତନ ଭାବେ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବର୍ଗର ୯୫୪ ଜଣ ଅଛନ୍ତି। ସେହିପରି ୪୨୨୬ ଜଣ କ୍ୱାରେଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବା ବେଳେ ୩୦୬୫ଟି ହେଉଛି ଲୋକାଲ୍ କେସ୍‌। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧,୭୦୫ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ଼ ସୁନ୍ଦରଗଡ଼ରୁ ୬୪୬, କଟକରୁ ୫୬୧, ଷ୍ଟେଟ୍‌ପୁଲ୍‌ରୁ ୩୬୫, ବାଲେଶ୍ୱରରୁ ୩୪୩, ରାୟଗଡ଼ାରୁ ୨୯୫, ସୁବର୍ଣ୍ଣପୁରରୁ ୨୮୨, ମୟୂରଭଞ୍ଜରୁ […]

ଅଦ୍ୟତନ ହୋଇଛି
ଦିଲ୍ଲୀରେ ଆଜି କେତେ ମାମଲା ଆସିବ: କହିଲେ ମନ୍ତ୍ରୀ  

Corona

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ଗତ ୨୪ ଘଣ୍ଟାରେ ରାଜ୍ୟରେ ୭,୨୯୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୂତନ ଭାବେ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବର୍ଗର ୯୫୪ ଜଣ ଅଛନ୍ତି। ସେହିପରି ୪୨୨୬ ଜଣ କ୍ୱାରେଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବା ବେଳେ ୩୦୬୫ଟି ହେଉଛି ଲୋକାଲ୍ କେସ୍‌।

Advertisment

ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧,୭୦୫ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ଼ ସୁନ୍ଦରଗଡ଼ରୁ ୬୪୬, କଟକରୁ ୫୬୧, ଷ୍ଟେଟ୍‌ପୁଲ୍‌ରୁ ୩୬୫, ବାଲେଶ୍ୱରରୁ ୩୪୩, ରାୟଗଡ଼ାରୁ ୨୯୫, ସୁବର୍ଣ୍ଣପୁରରୁ ୨୮୨, ମୟୂରଭଞ୍ଜରୁ ୨୨୯, ବଲାଙ୍ଗିରରୁ ୨୧୮, ଯାଜପୁରରୁ ୨୦୩, ନୟାଗଡ଼ରୁ ୧୯୨, ଅନୁଗୋଳରୁ ୧୮୩, ସମ୍ବଲପୁରରୁ ୧୭୬, ନୂଆପଡ଼ାରୁ ୧୬୦, କେନ୍ଦୁଝରରୁ ୧୩୨ ଓ ବରଗଡ଼ରୁ ୧୩୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଏହାବାଦ  ଭଦ୍ରକରୁ ୯୭,  ବୌଦ୍ଧ ୫୫, ଦେବଗଡ଼ ୬୨,  ଢେଙ୍କାନାଳ ୯୬, ଗଜପତି ୯୫,ଗଞ୍ଜାମ ୫୦, ଜଗତସିଂହପୁର ୧୨୧,ଝାରସୁଗୁଡ଼ା ୮୩,କନ୍ଧମାଳ ୯୮,  କେନ୍ଦ୍ରାପଡ଼ା ୧୦୯, କୋରାପୁଟ ୧୧୧, ମାଲକାନଗିରି ୫୭ ଓ  ପୁରୀରୁ ୧୧୬ ପଜିଟିଭ ଚିହ୍ନଟ ହୋଇଛନ୍ତି।

Advertisment

ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୧୧ ହଜାର ୯୫୧ରେପହଞ୍ଚିଥିବା ବେଳେ ୧୧ ଲକ୍ଷ ୨୧ହଜାର ୯୫୧ଜଣ ସୁସ୍ଥ ହୋଇସାରିଲେଣି। ଏବେ ରାଜ୍ୟରେ ୮୧ ହଜାର ୭୬୫ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି। ସେହିପରି କରୋନା ମୃତ୍ୟୁ ସଂଖ୍ୟା ୮,୫୨୫କୁ ବୃଦ୍ଧି ପାଇଛି।

ରାଜ୍ୟରେ ଆଉ ୫ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଛି। ଅଡିଟ୍ ପ୍ରୋସେସରେ ଆଉ ୫ଜଣଙ୍କ ମୃତ୍ୟୁ ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ବାଲେଶ୍ୱର, ଭୁବନେଶ୍ୱର ଓ କଟକରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ଘଟି ଥିବା ବେଳେ କେନ୍ଦୁଝର, ସୁନ୍ଦରଗଡ଼ ଜିଲ୍ଲାରୁ ମଧ୍ୟ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି।

Corona Cases In Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe