ଚିହ୍ନଟ ହେଲେ ୭୩ କରୋନା ଆକ୍ରାନ୍ତ, ୬୦୦ ପାର୍‌ କଲା ସଂଖ୍ୟା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ପୁଣି ୭୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହା ସହିତ ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୬୧୧ରେ ପହଞ୍ଚିଛି। ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି। ରାଜ୍ୟ ସରକାରଙ୍କ ତରଫରୁ ମିଳିଥିବା ସୂଚନା ଅନୁଯାୟୀ, ନୂଆ ଚିହ୍ନଟ ହୋଇଥିବା ୭୩ ଜଣଙ୍କ ମଧ୍ୟରୁ ଗଞ୍ଜାମର ୪୨ ଜଣ ଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରୁ ୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାବ୍ୟତୀତ ୧୭ ଜଣ ଯାଜପୁରର ହୋଇଥିବା ବେଳେ […]

corona-3-1

Niharika Rout
  • Published: Thursday, 14 May 2020
  • , Updated: 14 May 2020, 12:14 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ପୁଣି ୭୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହା ସହିତ ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୬୧୧ରେ ପହଞ୍ଚିଛି। ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି।

ରାଜ୍ୟ ସରକାରଙ୍କ ତରଫରୁ ମିଳିଥିବା ସୂଚନା ଅନୁଯାୟୀ, ନୂଆ ଚିହ୍ନଟ ହୋଇଥିବା ୭୩ ଜଣଙ୍କ ମଧ୍ୟରୁ ଗଞ୍ଜାମର ୪୨ ଜଣ ଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରୁ ୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାବ୍ୟତୀତ ୧୭ ଜଣ ଯାଜପୁରର ହୋଇଥିବା ବେଳେ ଭଦ୍ରକରୁ ୯ ଜଣ ଓ ସୁନ୍ଦରଗଡ଼ ଜିଲ୍ଲାରୁ ୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଗଞ୍ଜାମରୁ ସର୍ବାଧିକ ୪୨ ଚିହ୍ନଟ ହୋଇଥିବା ବେଳେ ସମସ୍ତେ ସୁରତ ଫେରନ୍ତା ଓ କ୍ୱାରେଣ୍ଟାଇନ୍‌ ସେଣ୍ଟରରେ ଥିଲେ। ଭଦ୍ରକକୁ ଚିହ୍ନଟ ୯  ଆକ୍ରାନ୍ତ କ୍ୱାରେଣ୍ଟାଇନ୍‌ ସେଣ୍ଟରରେ ଥିବା ବେଳେ ସେମାନଙ୍କ  ମଧ୍ୟରୁ ୫ ଜଣ ସୁରତରୁ, ୩ ଜଣ ପଶ୍ଚିମବଙ୍ଗରୁ ଓ ଜଣେ କର୍ଣ୍ଣାଟକରୁ ଫେରିଥିବା ଜଣାଯାଇଛି।  ଯାଜପୁରରୁ ଚିହ୍ନଟ ୧୭ ଆକ୍ରାନ୍ତ କୋଲକାତା ଫେରନ୍ତା ।

ଖୋର୍ଦ୍ଧାର ୩ ଜଣ ବି ସୁରତ ଫେରନ୍ତା ହୋଇଥିବା ବେଳେ ସେମାନେ ମଧ୍ୟ କ୍ୱାରେଣ୍ଟାଇନ୍‌ ସେଣ୍ଟରରେ ଥିଲେ। ଖୋର୍ଦ୍ଧା ଜିଲ୍ଲାପାଳଙ୍କ ନିକଟରୁ ମିଳିଥିବା ସୂଚନା ଅନୁଯାୟୀ, ଏହି ୩ ଆକ୍ରାନ୍ତ ଟାଙ୍ଗୀ ବ୍ଲକ ଲେଣ୍ଡୋ, କୁହୁଡ଼ି ଓ ବାଣପୁର ପଞ୍ଚାୟତର । ସେମାନଙ୍କୁ ଭୁବନେଶ୍ୱରସ୍ଥିତ ସମ୍ କୋଭିଡ୍ ହସ୍ପିଟାଲକୁ ପଠାଯାଇଛି । ୩ ପଞ୍ଚାୟତରେ ଥିବା କ୍ୱାରେଣ୍ଟାଇନ୍ କେନ୍ଦ୍ର ଚତୁଃପାର୍ଶ୍ୱରେ ୧୪୪ ଧାରା ଲାଗୁ କରାଯାଇଛି।

ସୁନ୍ଦରଗଡ଼ର ୨ କରୋନା ଆକ୍ରାନ୍ତ କଣ୍ଟେନମେଣ୍ଟ ଜୋନ୍‌ରେ ଥିବା ବେଳେ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏ ସମ୍ପର୍କରେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ମିଳିଛି ।

ଏବେ ରାଜ୍ୟରେ ସମୁଦାୟ ୬୧୧ ଆକ୍ରାନ୍ତଙ୍କ ମଧ୍ୟରୁ ୪୬୫ ଆକ୍ଟିଭ କେସ୍ ଥିବା ବେଳେ ୧୪୩  ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୩ ଜଣଙ୍କ ମୃତ୍ୟୁ ହୋଇଥିବା  ସୂଚନା ମିଳିଛି।

Related story