Advertisment

ଚତୁର୍ଥ ପର୍ଯ୍ୟାୟରେ ୭୩% ମତଦାନ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଜି ଚତୁର୍ଥ ପର୍ଯ୍ୟାୟ ପଂଚାୟତ ନିର୍ବାଚନରେ ମତଦାନ ହାରାହାରି ୭୩ ପ୍ରତିଶତ ରହିଛି। ଅନ୍ୟ ୩ଟି ପର୍ଯ୍ୟାୟ ମତଦାନ ଭଳି ଆଜି ରାଜ୍ୟରେ ବିଶେଷ ବଡ଼ଧରଣର ହିଂସାକାଣ୍ଡ କିମ୍ବା ଗଣ୍ଡଗୋଳର ସୂଚନା ନଥିଲେ ମଧ୍ୟ ବିଭିନ୍ନ କାରଣରୁ ୪/୫ଟି ସ୍ଥାନରେ ମତଦାନ ପ୍ରଭାବିତ ହୋଇଥିବା ଜଣାପଡ଼ିଛି। ରାଜ୍ୟ ନିର୍ବାଚନ କମିଶନ ଆଦିତ୍ୟ ପ୍ରସାଦ ପାଢ଼ୀ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, ରାଜ୍ୟରେ ୪ର୍ଥ ପର୍ଯ୍ୟାୟରେ ୭୩ ପ୍ରତିଶତ ମତଦାନ ହୋଇଛି। […]

author-image
Ordigital Desk
ଅଦ୍ୟତନ ହୋଇଛି
ଚତୁର୍ଥ ପର୍ଯ୍ୟାୟରେ ୭୩% ମତଦାନ

Vote

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଜି ଚତୁର୍ଥ ପର୍ଯ୍ୟାୟ ପଂଚାୟତ ନିର୍ବାଚନରେ ମତଦାନ ହାରାହାରି ୭୩ ପ୍ରତିଶତ ରହିଛି। ଅନ୍ୟ ୩ଟି ପର୍ଯ୍ୟାୟ ମତଦାନ ଭଳି ଆଜି ରାଜ୍ୟରେ ବିଶେଷ ବଡ଼ଧରଣର ହିଂସାକାଣ୍ଡ କିମ୍ବା ଗଣ୍ଡଗୋଳର ସୂଚନା ନଥିଲେ ମଧ୍ୟ ବିଭିନ୍ନ କାରଣରୁ ୪/୫ଟି ସ୍ଥାନରେ ମତଦାନ ପ୍ରଭାବିତ ହୋଇଥିବା ଜଣାପଡ଼ିଛି।

Advertisment

ରାଜ୍ୟ ନିର୍ବାଚନ କମିଶନ ଆଦିତ୍ୟ ପ୍ରସାଦ ପାଢ଼ୀ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, ରାଜ୍ୟରେ ୪ର୍ଥ ପର୍ଯ୍ୟାୟରେ ୭୩ ପ୍ରତିଶତ ମତଦାନ ହୋଇଛି। ସକାଳ ୯ଟା ସୁଦ୍ଧା ୨୦ ପ୍ରତିଶତ ଓ ୧୨ଟା ସୁଦ୍ଧା ୪୫ ପ୍ରତିଶତ ମତଦାନ ହୋଇଥିଲା। ପ୍ରାରମ୍ଭିକ ରିପୋର୍ଟ ଅନୁସାରେ ମୋଟ ୭୩ ପ୍ରତିଶତ ମତଦାନ ହୋଇଛି। ନକ୍ସଲପ୍ରବଣ ନିୟମଗିରିର ତ୍ରିଲୋଚନପୁରରେ ୮୦ ପ୍ରତିଶତ ମତଦାନ ହୋଇଥିବାବେଳେ ଯାଜପୁରର ନଗଡ଼ାରେ ୮୩ ପ୍ରତିଶତ ମତଦାନ ହୋଇଛି। ସେଠାରେ ୨୦ବର୍ଷ ପରେ ଭୋଟ୍ ପଡ଼ିଛି । ବିଭିନ୍ନ କାରଣରୁ ଆଜି ୪/୫ଟି ସ୍ଥାନରେ ମତଦାନ ପ୍ରଭାବିତ ହୋଇଛି ଓ ଜିଲ୍ଲାପାଳମାନଙ୍କୁ ଏନେଇ ରିପୋର୍ଟ ମଗାଯାଇଛି। ରିପୋର୍ଟ ମିଳିବା ପରେ ଯାହା ପଦକ୍ଷେପ ନିଆଯିବ। ବାଲାଟ ପେପରରେ ତ୍ରୁଟି ଯୋଗୁ କେନ୍ଦ୍ରାପଡ଼ା ଓ ଯାଜପୁରର ୨ଟି ସ୍ଥାନରେ ଭୋଟ୍‌ ଗ୍ରହଣ ବାତିଲ କରାଯାଇଛି।

ଆଜି ୨୭ଟି ଜିଲ୍ଲାର ୬୪ଟି ବ୍ଲକର ୧୨୫୪ଟି ପଂଚାୟତର ୧୭୦୮୯ଟି ବୁଥରେ ୫୧.୩୧ଲକ୍ଷ ଭୋଟର ନିଜର ମତାଧିକାର ସାବ୍ୟସ୍ତ କରିଥିଲେ। ଏହି ବୁଥ ମଧ୍ୟରୁ ୨୫୬୩ଟି ବୁଥକୁ ନିର୍ବାଚନ କମିଶନ ଅତି ସମ୍ବେଦନଶୀଳ ଘୋଷଣା କରିଥିଲେ।

Advertisment

ଉଲ୍ଲେଖଯୋଗ୍ୟ, ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ ବ୍ୟାପକ ହିଂସା, ଗଣ୍ଡଗୋଳ ଓ ବାଲାଟ ପେପରେ ତ୍ରୁଟି ଯୋଗୁ ଆସନ୍ତାକାଲି ଅର୍ଥାତ ୨୩ତାରିଖରେ ୪୫ଟି ବୁଥରେ ମତଦାନ ହେବ । ସକାଳ ୭ଟାରୁ ଦିନ ୧ଟା ପର୍ଯ୍ୟନ୍ତ ଏହି ଭୋଟଗ୍ରହଣ କରାଯିବାକୁ କମିଶନ ନିର୍ଦ୍ଦେଶ ଦେଇଛନ୍ତି ।

ରାଜ୍ୟରେ ଫେବୃୟାରୀ ୧୬ରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ୭୭.୨%, ଫେବୃୟାରୀ ୧୮ ଦ୍ୱିତୀୟ ପର୍ଯ୍ୟାୟରେ ୭୮.୩%, ଫେବୃୟାରୀ ୨୦ ତୃତୀୟ ପର୍ଯ୍ୟାୟରେ ୭୮.୬% ମତଦାନ ହୋଇଛି । ୨୪ତାରିଖରେ ପଂଚମ ତଥା ଶେଷ ପର୍ଯ୍ୟାୟ ଭୋଟ ବାକି ରହିଛି ।

Odisha Panchayat Election 2022