hocky
ରାଉରକେଲା (ପୱନ ତିୱାରୀ): ଚଳିତ ମାସ ୧୯ ରୁ ଆରମ୍ଭ ହୋଇଥିବା ରାଜ୍ୟ ପୋଲିସ ହକି ଚାମ୍ପିୟନଶିପ୍ ରବିବାର ଉଦ୍ଯାପିତ ହୋଇଯାଇଛି। ଏହି କ୍ରୀଡ଼ାରେ ରାଜ୍ୟରୁ ୧୮ ଟି ଟିମ୍ ଭାଗ ନେଇଥିବା ବେଳେ ଫାଇନାଲ୍ ମ୍ୟାଚ୍ରେ କଟକର ଷଷ୍ଠ ଓଏସଏପି ବାଟାଲିୟନ ଓ ରାଉରକେଲାର ଚତୁର୍ଥ ଓଏସଏପି ବାଟାଲିୟନକୁ ମୈଦାନରେ ଦେଖଇବାକୁ ମିଳିଥିଲା। ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହିତ ଆରମ୍ଭ ହୋଇଥିବା ଏହି ଫାଇନାଲ୍ ମ୍ୟାଚ୍ରେ ରାଉରକେଲା ୨-୦ ଗୋଲ୍ରେ କଟକକୁ ପରାସ୍ତ କରି ଚାମ୍ପିୟନ ହୋଇଥିଲା।
ରବିବାର ଉଦ୍ଯାପନୀ ମ୍ୟାଚ୍ ଥିବାରୁ ଦର୍ଶକ ଗ୍ୟାଲେରୀରେ ହକି ପ୍ରେମିଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା। ଏଥିସହିତ ପୋଲିସ ଅଧିକାରୀଙ୍କ ପରିବାର ବର୍ଗ ମଧ୍ୟ ଉପସ୍ଥିତ ଥିଲେ। ଖେଳାଳିଙ୍କୁ ଉତ୍ସାହିତ କରିବା ପାଇଁ ଦର୍ଶକ ଗ୍ୟାଲେରୀରେ ବ୍ୟାଣ୍ଡ୍ ବାଜା ସାଙ୍ଗକୁ ନୃତ୍ୟ ପରିବେଷଣ କରାଯାଇଥିଲା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2019/02/hocky.jpg)