Advertisment

୭୫୦ଜଣ ନୂଆ ଡାକ୍ତରଙ୍କୁ ନିଯୁକ୍ତି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ମହାମାରୀ ସଂକ୍ରମଣ ଭିତରେ ରାଜ୍ୟ ସରକାର ଆଉ ୭୫୦ଜଣ ନୂଆ ଡାକ୍ତରଙ୍କୁ ନିଯୁକ୍ତି ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ନୂଆ ଡାକ୍ତରମାନଙ୍କୁ ନିଯୁକ୍ତି ଦେଇ ପ୍ରତିଟି ଜୀବନ ମୂଲ୍ୟବାନର ଭାବନା ନେଇ କାର୍ଯ୍ୟ କରିବାକୁ ପଡ଼ିବ ତଥା ଜନସେବାରେ ଫାଇଭ-ଟି ହେଉଛି ନୂଆ ମନ୍ତ୍ର ବୋଲି କହିଛନ୍ତି। ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ୭୫୦ଜଣ ମେଡିକାଲ ଅଫିସରଙ୍କୁ ୭ଦିନ ମଧ୍ୟରେ ସେମାନଙ୍କୁ ନିଯୁକ୍ତି ମିଳିଥିବା ସ୍ଥାନରେ ଯୋଗ […]

ଅଦ୍ୟତନ ହୋଇଛି
ସରକାରୀ ମେଡିକାଲ କଲେଜ ଅଧ୍ୟାପକଙ୍କ ଦରମା ଦ୍ୱିଗୁଣ ବଢ଼ିଲା

doctors

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ମହାମାରୀ ସଂକ୍ରମଣ ଭିତରେ ରାଜ୍ୟ ସରକାର ଆଉ ୭୫୦ଜଣ ନୂଆ ଡାକ୍ତରଙ୍କୁ ନିଯୁକ୍ତି ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ନୂଆ ଡାକ୍ତରମାନଙ୍କୁ ନିଯୁକ୍ତି ଦେଇ ପ୍ରତିଟି ଜୀବନ ମୂଲ୍ୟବାନର ଭାବନା ନେଇ କାର୍ଯ୍ୟ କରିବାକୁ ପଡ଼ିବ ତଥା ଜନସେବାରେ ଫାଇଭ-ଟି ହେଉଛି ନୂଆ ମନ୍ତ୍ର ବୋଲି କହିଛନ୍ତି।

Advertisment

ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ୭୫୦ଜଣ ମେଡିକାଲ ଅଫିସରଙ୍କୁ ୭ଦିନ ମଧ୍ୟରେ ସେମାନଙ୍କୁ ନିଯୁକ୍ତି ମିଳିଥିବା ସ୍ଥାନରେ ଯୋଗ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ସେମାନଙ୍କୁ ନିର୍ଦ୍ଧାରିତ ଫର୍ମାଟରେ ଦାୟିତ୍ୱ ଗ୍ରହଣ କରିବା,ଭାରତୀୟ ସମ୍ବିଧାନ ପ୍ରତି ଆନୁଗତ୍ୟର ଶପଥ ନେବା, ବହୁବିବାହ କରିନଥିବାର ଘୋଷଣାପତ୍ର ଦେବା, ଭିନ୍ନକ୍ଷମ କିମ୍ବା ଅନୁସୂଚିତ ଜାତିଜନଜାତି ଓ ଏସଇବିସି ବର୍ଗର ହୋଇଥିଲେ ଜାତିଗତ ପ୍ରମାଣପତ୍ର ଦେବା ଏବଂ ନିଜର ବ୍ୟକ୍ତିଗତ ସୂଚନା ନିର୍ଦ୍ଧାରିତ ଫର୍ମାଟରେ ଚାକିରିରେ ଯୋଗ ଦେବାବେଳେ ଦାଖଲ କରିବାକୁ ସେମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ସେମାନଙ୍କୁ ଜାରି କରାଯାଇଥିବା ନିଯୁକ୍ତି ପତ୍ର ହିଁ କୋଭିଡ୍ ଜନିତ ଲକଡାଉନ୍ ଓ ଶଟଡାଉନ୍‌ବେଳେ ସେମାନଙ୍କ ନିଯୁକ୍ତି ସ୍ଥାନରେ ଯୋଗ ଦେବାକୁ ଯିବା ପାଇଁ ପାସ୍ ଭାବେ କାର୍ଯ୍ୟ କରିବ। ସମ୍ପୃକ୍ତ ଡାକ୍ତରମାନଙ୍କୁ ସାଙ୍ଗରେ ନିଜର ଆଧାର କାର୍ଡ, ପାନ୍ କାର୍ଡ ଅବା ଭୋଟର କାର୍ଡ ଭଳି ପରିଚୟପତ୍ର ନେଇ କରି ଯିବାକୁ ପରାମର୍ଶ ଦିଆଯାଇଛି । ଏହି ଡାକ୍ତରମାନଙ୍କ ନିଯୁକ୍ତି ଅସ୍ଥାୟୀ ଓ ବିନା ସୂଚନାରେ ସେମାନଙ୍କୁ ଚାକିରିରୁ ବାଦ୍ ଦିଆଯାଇପାରିବ ବୋଲି ସ୍ୱାସ୍ଥ୍ୟ ବିଭାଗର ବିଜ୍ଞପ୍ତିରେ ଉଲ୍ଲେଖ ରହିଛି।

Advertisment

ସୂଚନାଯୋଗ୍ୟ, ଚଳିତବର୍ଷ ପ୍ରାରମ୍ଭରେ ରାଜ୍ୟ ସରକାର ୭୮୬ଜଣ ନୂଆ ଡାକ୍ତରଙ୍କୁ ମଧ୍ୟ ନିଯୁକ୍ତି ଦେଇଥିଲେ। ଏବେ କୋଭିଡ୍ ମହାମାରୀବେଳେ ଡାକ୍ତରମାନଙ୍କର ଆବଶ୍ୟକତା ଅଧିକ ରହିଥିବାବେଳେ ଏହି ୭୫୦ଜଣ ନୂଆ ଡାକ୍ତରଙ୍କ ନିଯୁକ୍ତି ରାଜ୍ୟରେ ଡାକ୍ତର ଅଭାବ ସମସ୍ୟାକୁ ଅନେକାଂଶରେ ଦୂର କରିବାରେ ସକ୍ଷମ ହେବ।

Government Of Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe