Advertisment

ରେକର୍ଡ ପାର୍‌ କଲା ଆକ୍ରାନ୍ତଙ୍କ ସଂଖ୍ୟା; ଦିନକରେ ୭୫୫ ପଜିଟିଭ ଚିହ୍ନଟ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ରେକର୍ଡ ସଂଖ୍ୟକ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ପ୍ରଥମ ଥର ପାଇଁ ରାଜ୍ୟରେ ସର୍ବାଧିକ ୭୫୫ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।  ସମୁଦାୟ ୨୩ ଜିଲ୍ଲାରୁ ଏହି ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।  ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ୍‌ ସେଣ୍ଟରରୁ ୫୦୮ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଲୋକାଲ କେସ୍‌ ହେଉଛି ୨୪୭। ଗଞ୍ଜାମରୁ ସର୍ବାଧିକ ୩୨୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। Covid-19 […]

author-image
Niharika Rout
ଅଦ୍ୟତନ ହୋଇଛି
ରେକର୍ଡ ପାର୍‌ କଲା ଆକ୍ରାନ୍ତଙ୍କ ସଂଖ୍ୟା; ଦିନକରେ ୭୫୫ ପଜିଟିଭ ଚିହ୍ନଟ

corona-4.6

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ରେକର୍ଡ ସଂଖ୍ୟକ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ପ୍ରଥମ ଥର ପାଇଁ ରାଜ୍ୟରେ ସର୍ବାଧିକ ୭୫୫ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।  ସମୁଦାୟ ୨୩ ଜିଲ୍ଲାରୁ ଏହି ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।  ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ୍‌ ସେଣ୍ଟରରୁ ୫୦୮ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଲୋକାଲ କେସ୍‌ ହେଉଛି ୨୪୭। ଗଞ୍ଜାମରୁ ସର୍ବାଧିକ ୩୨୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Advertisment

ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୩୨୦ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେହିପରି  ଯାଜପୁରରୁ ୮୬, ସୁନ୍ଦରଗଡ଼ ଜିଲ୍ଲାରୁ ୬୨, ଖୋର୍ଦ୍ଧାରୁ ୫୯, କଟକରୁ ୫୫,  କେନ୍ଦୁଝରରୁ ୩୨, ଗଜପତିରୁ ୩୦, ମାଲକାନଗିରିରୁ ୧୮, ନୟାଗଡ଼- ୧୬, ମୟୂରଭଞ୍ଜ, ବଲାଙ୍ଗିରରୁ ୧୨ଜଣ ଲେଖାଏ , ପୁରୀରୁ ୧୧, ବାଲେଶ୍ୱରରୁ ୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Advertisment

କେନ୍ଦ୍ରାପଡ଼ା, କୋରାପୁଟ ଓ ଜଗତସିଂହପୁରରୁ ୫ ଜଣ ଲେଖାଏ, ଦେବଗଡ଼ ଓ ଢେଙ୍କାନାଳରୁ ୪ ଜଣ ଲେଖାଏ , ଅନୁଗୋଳରୁ ୩, କନ୍ଧମାଳ, ସମ୍ବଲପୁର, ଭଦ୍ରକରୁ ୨ ଜଣ ଲେଖା ଓ ବରଗଡ଼ରୁ ଜଣେ ଚିହ୍ନଟ ହୋଇଛନ୍ତି।

ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୧୧,୯୫୬ରେ ପହଞ୍ଚିଥିବା ବେଳେ ସେମାନଙ୍କ ମଧ୍ୟରୁ ୭୪୦୭ ସୁସ୍ଥ ହୋଇଛନ୍ତି। ଏହାବ୍ୟତୀତ ରାଜ୍ୟରେ ୪୪୭୬ଜଣ ଚିକିତ୍ସିତ ହେଉଛନ୍ତି।