Advertisment

ତିନି ବସ୍ତା ଗଞ୍ଜେଇ ଜବତ, ୩ ଗିରଫ

ମୋହନା(ମିହିରି ଜତି): ବେଆଇନ୍‌ ଭାବରେ ଚାଲାଣ ହେଉଥିବା ୭୬ କିଲୋ ଗଞ୍ଜେଇ ଜବତ ହୋଇଛି। ଏହି ଘଟଣାରେ ପୁଲିସ ତିନିଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗଜପତି ଜିଲ୍ଲାରେ ଥିବା ଚୁଡ଼ଙ୍ଗପୁର ଅଞ୍ଚଳରେ ଗତକାଲି ପ୍ରାୟ ଭୋର ସମୟରେ ଗଞ୍ଜେଇ ଚୋରା ଚାଲାଣ ହେଉଥିଲା। ତେବେ ପାଟ୍ରୋଲିଂ କରୁଥିବା ପୁଲିସ ସମ୍ପୃକ୍ତ କାର୍‌କୁ ସନ୍ଦେହରେ ଅଟକାଇ ଥିଲା। ପରେ କାର୍‌କୁ ଯାଞ୍ଚ କରିବାରୁ ସେଥିରୁ ୩ ବସ୍ତା ଗଞ୍ଜେଇ ବାହାରିଥିଲା। ଏହି ଗଞ୍ଜେଇ ବ୍ରହ୍ମପୁରକୁ ଚାଲାଣ […]

author-image
Puspanjali Panda
ତିନି ବସ୍ତା ଗଞ୍ଜେଇ ଜବତ, ୩ ଗିରଫ

ganja

ମୋହନା(ମିହିରି ଜତି): ବେଆଇନ୍‌ ଭାବରେ ଚାଲାଣ ହେଉଥିବା ୭୬ କିଲୋ ଗଞ୍ଜେଇ ଜବତ ହୋଇଛି। ଏହି ଘଟଣାରେ ପୁଲିସ ତିନିଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

Advertisment

ଗଜପତି ଜିଲ୍ଲାରେ ଥିବା ଚୁଡ଼ଙ୍ଗପୁର ଅଞ୍ଚଳରେ ଗତକାଲି ପ୍ରାୟ ଭୋର ସମୟରେ ଗଞ୍ଜେଇ ଚୋରା ଚାଲାଣ ହେଉଥିଲା। ତେବେ ପାଟ୍ରୋଲିଂ କରୁଥିବା ପୁଲିସ ସମ୍ପୃକ୍ତ କାର୍‌କୁ ସନ୍ଦେହରେ ଅଟକାଇ ଥିଲା। ପରେ କାର୍‌କୁ ଯାଞ୍ଚ କରିବାରୁ ସେଥିରୁ ୩ ବସ୍ତା ଗଞ୍ଜେଇ ବାହାରିଥିଲା। ଏହି ଗଞ୍ଜେଇ ବ୍ରହ୍ମପୁରକୁ ଚାଲାଣ ହେଉଥିବା ଜଣାପଡ଼ିଛି। ଏହି ଘଟଣାରେ ପୁଲିସ ୩ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଚୁଡ଼ଙ୍ଗପୁରର ସଞ୍ଜୟ କୁମାର ପରିଛା, କିଶୋର କୁମାର ପରିଛା ଓ ରାୟଗଡ଼ାର ମନୋନୀତ ମାଳି।

ତେବେ କେତେଦିନ ଧରି ଗଞ୍ଜେଇ ଚାଲାଣ ହେଉଥିଲା ଓ ଏହି ଘଟଣା ପଛରେ ଆଉ କେଉଁମାନେ ସମ୍ପୃକ୍ତ ଅଛନ୍ତି, ସେହି ଦିଗରେ ପୁଲିସ ଖୋଳତାଢ଼ କରୁଛି।

Advertisment