Advertisment

୮ ଅତିରିକ୍ତ ପୁଲିସ୍ ଏସପି ଓ ୪ ଡିଏସପିଙ୍କ ବଦଳି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ ପୁଲିସ ଏଷ୍ଟାବ୍ଲିସମେଣ୍ଟ ବୋର୍ଡ ନିଷ୍ପତ୍ତିକ୍ରମେ ୧୨ଜଣ ପୁଲିସ ଅଧିକାରୀଙ୍କ ବଦଳି ହୋଇଛି। ଏହି ଅଧିକାରୀମାନଙ୍କର ପଦୋନ୍ନତି ପରେ ସେମାନଙ୍କୁ ବଦଳି କରାଯାଇଛି। ଆଜି ରାଜ୍ୟ ପୁଲିସ ମୁଖ୍ୟାଳୟରୁ ଜାରି ବିଜ୍ଞପ୍ତି ଅନୁସାରେ, ଅତିରିକ୍ତ ଏସପି ପାହ୍ୟାକୁ ପଦୋନ୍ନତି ପାଇବା ପରେ ଓପିଏସ୍ କେଦାରନାଥ ସାହୁଙ୍କୁ ଟୁଇନସିଟି କମିଶନରେଟ୍ ପୁଲିସରେ ଅତିରିକ୍ତ ଡିସିପି ଭାବେ ବଦଳି କରାଯାଇଛି। ସେହିପରି ପଦୋନ୍ନତି ପରେ ପ୍ରିୟରଞ୍ଜନ ଶତପଥୀଙ୍କୁ ରାଜ୍ୟ ପୁଲିସ ମୁଖ୍ୟାଳରେ ଅତିରିକ୍ତ ଏସପି, ତପନ କୁମାର […]

author-image
Ordigital Desk
ଅଦ୍ୟତନ ହୋଇଛି
ଅରୁଣ ରାୟଙ୍କୁ ଡିଜି ପାହ୍ୟା, ତୁଷ୍ଟୀକରଣ ପାଇଁ ନିୟମକୁ ଫୁ’

dgp-office

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ ପୁଲିସ ଏଷ୍ଟାବ୍ଲିସମେଣ୍ଟ ବୋର୍ଡ ନିଷ୍ପତ୍ତିକ୍ରମେ ୧୨ଜଣ ପୁଲିସ ଅଧିକାରୀଙ୍କ ବଦଳି ହୋଇଛି। ଏହି ଅଧିକାରୀମାନଙ୍କର ପଦୋନ୍ନତି ପରେ ସେମାନଙ୍କୁ ବଦଳି କରାଯାଇଛି।

Advertisment

ଆଜି ରାଜ୍ୟ ପୁଲିସ ମୁଖ୍ୟାଳୟରୁ ଜାରି ବିଜ୍ଞପ୍ତି ଅନୁସାରେ, ଅତିରିକ୍ତ ଏସପି ପାହ୍ୟାକୁ ପଦୋନ୍ନତି ପାଇବା ପରେ ଓପିଏସ୍ କେଦାରନାଥ ସାହୁଙ୍କୁ ଟୁଇନସିଟି କମିଶନରେଟ୍ ପୁଲିସରେ ଅତିରିକ୍ତ ଡିସିପି ଭାବେ ବଦଳି କରାଯାଇଛି। ସେହିପରି ପଦୋନ୍ନତି ପରେ ପ୍ରିୟରଞ୍ଜନ ଶତପଥୀଙ୍କୁ ରାଜ୍ୟ ପୁଲିସ ମୁଖ୍ୟାଳରେ ଅତିରିକ୍ତ ଏସପି, ତପନ କୁମାର ମହାନ୍ତିଙ୍କୁ ସମ୍ବଲପୁରର ଅତିରିକ୍ତ ଏସପି, ଉମାଶଙ୍କର ମହାରଣାଙ୍କୁ ରାଜ୍ୟ ପୁଲିସ ମୁଖ୍ୟାଳୟରେ ଅତିରିକ୍ତ ଏସପି, ହରେଶ ଚନ୍ଦ୍ର ପାଣ୍ଡେଙ୍କୁ କେନ୍ଦ୍ରାପଡ଼ା ଅତିରିକ୍ତ ଏସପି, ଇନ୍ଦ୍ରମଣୀ ବେହେରାଙ୍କୁ କେନ୍ଦ୍ରାପଡ଼ା ଆଇୟୁସିଏଡବ୍ଲ୍ୟୁ ଅତିରିକ୍ତ ଏସପି, ଶିଶୁରଞ୍ଜନ ମହାପାତ୍ରଙ୍କୁ ଢେଙ୍କାନାଳ ଆଇୟୁସିଏଡବ୍ଲ୍ୟୁ ଅତିରିକ୍ତ ଏସପି ଏବଂ ଉଗ୍ରସେନ ପ୍ରଧାନଙ୍କୁ ସୁନ୍ଦରଗଡ଼ ଆଇୟୁସିଏଡବ୍ଲ୍ୟୁ ଅତିରିକ୍ତ ଏସପି ଭାବେ ବଦଳି କରାଯାଇଛି।

ସେହିପରି ଡିଏସପି ପାହ୍ୟାକୁ ପଦୋନ୍ନତି ପରେ ରମେଶ କୁମାର ମୁଖୀଙ୍କୁ କେନ୍ଦୁଝର ଆଇୟୁସିଏଡବ୍ଲ୍ୟୁ ଡିଏସପି, ଅନୁପ କୁମାର କାନୁନଗୋଙ୍କୁ ସ୍ପେଶାଲ ବ୍ରାଂଚ ଡିଏସପି ଭାବେ ବଦଳି କରାଯାଇଛି। ସେହିପରି ଭବାନୀ ଶଙ୍କର ଉଦଗାତାଙ୍କୁ ଅନୁଗୋଳ ଏସଡିପିଓ ଏବଂ ଦେବୀଶଙ୍କର ପ୍ରତାପଙ୍କୁ ଚାନ୍ଦବାଲି ଏସଡିପିଓ ଭାବେ ବଦଳି କରାଯାଇଛି।

Advertisment
Bhubaneswar Odisha Police