Advertisment

ଘସିପୁରା ନିର୍ବାଚନୀ ହିଂସା: ୮ ଗିରଫ

ଆନନ୍ଦପୁର (ମୁନା ସିଂହ):ଘସିପୁରା ନିର୍ବାଚନୀ ହିଂସା ଘଟଣାରେ ୮ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଉଭୟ ପକ୍ଷର ଅଭିଯୋଗ କ୍ରମେ ୮ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୁଲିସ। ଗତକାଲି ଘସିପୁରା ନିର୍ବାଚନ ମଣ୍ଡଳୀରେ ବିଜେଡି ସମର୍ଥକଙ୍କ ଗୁଣ୍ଡାଗିରି ଚରମ ସୀମାରେ ପହଞ୍ଚିଥିଲା। ରାମଚନ୍ଦ୍ରପୁର ଥାନା ଅନ୍ତର୍ଗତ ଭଣ୍ଡାରୀପଡ଼ା ଛକ ନିକଟରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଓ ତାଙ୍କ ସମର୍ଥକଙ୍କୁ ସଂଘବଦ୍ଧ ଆକ୍ରମଣ କରାଯାଇଥିଲା। ଏହାସହ ସେମାନଙ୍କ ସହ ଗାଡ଼ି ଭଙ୍ଗାରୁଜା କରାଯାଇଥିଲା। ଏହି ଘଟଣାରେ ୧୦ରୁ […]

ଅଦ୍ୟତନ ହୋଇଛି
ଘସିପୁରା ନିର୍ବାଚନୀ ହିଂସା: ୮ ଗିରଫ

b-11

Advertisment

ଆନନ୍ଦପୁର (ମୁନା ସିଂହ):ଘସିପୁରା ନିର୍ବାଚନୀ ହିଂସା ଘଟଣାରେ ୮ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଉଭୟ ପକ୍ଷର ଅଭିଯୋଗ କ୍ରମେ ୮ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୁଲିସ।

Advertisment

ଗତକାଲି ଘସିପୁରା ନିର୍ବାଚନ ମଣ୍ଡଳୀରେ ବିଜେଡି ସମର୍ଥକଙ୍କ ଗୁଣ୍ଡାଗିରି ଚରମ ସୀମାରେ ପହଞ୍ଚିଥିଲା। ରାମଚନ୍ଦ୍ରପୁର ଥାନା ଅନ୍ତର୍ଗତ ଭଣ୍ଡାରୀପଡ଼ା ଛକ ନିକଟରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଓ ତାଙ୍କ ସମର୍ଥକଙ୍କୁ ସଂଘବଦ୍ଧ ଆକ୍ରମଣ କରାଯାଇଥିଲା। ଏହାସହ ସେମାନଙ୍କ ସହ ଗାଡ଼ି ଭଙ୍ଗାରୁଜା କରାଯାଇଥିଲା। ଏହି ଘଟଣାରେ ୧୦ରୁ ଅଧିକ ଆହତ ହୋଇଥିଲେ।

ପର୍ଯ୍ୟବେକ୍ଷକ ଦାୟିତ୍ୱରେ ଥିବା ସାନଖେମୁଣ୍ଡିର କଂଗ୍ରେସ ବିଧାୟକ ପ୍ରାର୍ଥୀ ରମେଶ ଜେନାଙ୍କ ଗାଡ଼ି ଉପରକୁ ମଧ୍ୟ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଥିଲା।  ବିଜେଡି କର୍ମୀ ଏହି ଆକ୍ରମଣ କରିଥିବା ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଅଭିଯୋଗ କରିଥିଲେ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe