Advertisment

୪୪ ଡିଗ୍ରୀ ଉପରେ ୮ ସହର; ୪୫ ଛୁଇଁଲା ବୌଦ୍ଧ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ବଢ଼ି ବଢ଼ି ଚାଲିଛି ଗ୍ରୀଷ୍ମ ପ୍ରବାହ। ଦିନକୁ ଦିନ ଆହୁରି ଟାଣ ହେଉଛି ଖରା। ଲାଗୁଛି, ସତେ ଯେମିତି ଆକାଶରୁ ଖସୁଛି ନିଆଁ। ଆଜି ରାଜ୍ୟର ୨୫ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରେକର୍ଡ କରାଯାଇଛି। ତା’ ମଧ୍ୟରେ ୮ଟିର ତାପମାତ୍ରା ୪୪ ଡିଗ୍ରୀ ବା ତା’ଠୁ ଅଧିକ ରହିଛି। ଆଉ ବୌଦ୍ଧ ପାଲଟିଛି ସର୍ବାଧିକ ଉତ୍ତପ୍ତ ସହର। ଆଜି ଏଠାରେ ଦିନର ସର୍ବାଧିକ ତାପମାତ୍ରା ୪୫ ଡିଗ୍ରୀ ଛୁଇଁଛି। […]

ଅଦ୍ୟତନ ହୋଇଛି
୪୪ ଡିଗ୍ରୀ ଉପରେ ୮ ସହର; ୪୫ ଛୁଇଁଲା ବୌଦ୍ଧ

summer

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ବଢ଼ି ବଢ଼ି ଚାଲିଛି ଗ୍ରୀଷ୍ମ ପ୍ରବାହ। ଦିନକୁ ଦିନ ଆହୁରି ଟାଣ ହେଉଛି ଖରା। ଲାଗୁଛି, ସତେ ଯେମିତି ଆକାଶରୁ ଖସୁଛି ନିଆଁ। ଆଜି ରାଜ୍ୟର ୨୫ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରେକର୍ଡ କରାଯାଇଛି। ତା’ ମଧ୍ୟରେ ୮ଟିର ତାପମାତ୍ରା ୪୪ ଡିଗ୍ରୀ ବା ତା’ଠୁ ଅଧିକ ରହିଛି। ଆଉ ବୌଦ୍ଧ ପାଲଟିଛି ସର୍ବାଧିକ ଉତ୍ତପ୍ତ ସହର। ଆଜି ଏଠାରେ ଦିନର ସର୍ବାଧିକ ତାପମାତ୍ରା ୪୫ ଡିଗ୍ରୀ ଛୁଇଁଛି। ଏହା ସହିତ ଆଜି ବୌଦ୍ଧରେ ରେକର୍ଡ ହୋଇଛି ରାଜ୍ୟର ଚଳିତ ବର୍ଷର ସର୍ବୋଚ୍ଚ ତାପମାତ୍ରା।

Advertisment

ବଲାଙ୍ଗିରରେ ୪୪.୫ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିବା ବେଳେ ଦେବଗଡ଼ରେ ୪୪.୫, ଝାରସୁଗୁଡ଼ାରେ ୪୪.୪, ଅନୁଗୋଳରେ ୪୪.୩, ଟିଟିଲାଗଡ଼ରେ ୪୪.୨, ସମ୍ବଲପୁରରେ ୪୪ ଓ ସୋନପୁରରେ ୪୪ ଡିଗ୍ରୀ ରହିଥିଲା।

ତାଳଚେର ଓ ବରଗଡ଼ରେ ତାପମାତ୍ରା ୪୩.୫ ଡିଗ୍ରୀ ରହିଥିବା ବେଳେ ହୀରାକୁଦରେ ୪୩.୧, ସୁନ୍ଦରଗଡ଼ ଓ ଭବାନୀପାଟଣାରେ ୪୩ ଡିଗ୍ରୀ ରହିଥିଲା। ସେହିପରି ବାରିପଦାରେ ୪୨.୪ ଡିଗ୍ରୀ, କେନ୍ଦୁଝରରେ ୪୨.୮, ଢେଙ୍କାନାଳରେ ୪୨, ନୂଆପଡ଼ାରେ ୪୨, ଫୁଲବାଣୀରେ ୪୧.୮, ଭଦ୍ରକରେ ୪୧.୫, ଯାଜପୁରରେ ୪୧, ନୟାଗଡ଼ରେ ୪୧.୫, ପାରଳାଖେମୁଣ୍ଡିରେ ୪୧.୫, ଚାନ୍ଦବାଲିରେ ୪୦.୪, କଟକ ୪୦ ଓ ମାଲକାନଗିରିରେ ୪୦ ଡିଗ୍ରୀ ରହିଥିଲା ତାପମାତ୍ରା।

Advertisment

ରାଜଧାନୀ ଭୁବନେଶ୍ୱରରେ ଆଜି ଦିନର ସର୍ବାଧିକ ତାପମାତ୍ରା ୩୯.୮ ଡିଗ୍ରୀ ରହିଥିବା ବେଳେ ଖୋର୍ଦ୍ଧାରେ ୩୯, ଜଗତସିଂହପୁରରେ ୩୭, କେନ୍ଦ୍ରାପଡ଼ାରେ ୩୯.୮, ନବରଙ୍ଗପୁରରେ ୩୮.୨, ରାୟଗଡ଼ାରେ ୩୯.୮, କୋରାପୁଟରେ ୩୮.୫ ଓ ବାଲେଶ୍ୱରରେ ୩୭.୭ ଡିଗ୍ରୀ ରେକର୍ଡ କରାଯାଇଥିଲା।

ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଏ ପ୍ରକାର ଗ୍ରୀଷ୍ମ ପ୍ରବାହ ମାସ ଶେଷ ପର୍ଯ୍ୟନ୍ତ ଜାରି ରହିବ। ସେଥିପାଇଁ ଏପ୍ରିଲ୍ ୩୦ ତାରିଖ ପର୍ଯ୍ୟନ୍ତ ସୁନ୍ଦରଗଡ଼, ଝାରସୁଗୁଡ଼ା, ଦେବଗଡ଼, କେନ୍ଦୁଝର, ମୟୂଭଭଞ୍ଜ, ଅନୁଗୋଳ, ସମ୍ବଲପୁର, ବରଗଡ଼, ସୁବର୍ଣ୍ଣପୁର, ବୌଦ୍ଧ ଓ ବଲାଙ୍ଗିର ଜିଲ୍ଲାକୁ ହିଟ୍ ୱେଭ୍ ନେଇ ସତର୍କ ସୂଚନା ଜାରି କରାଯାଇଛି। ତେବେ କାଳବୈଶାଖୀ ଯୋଗୁ ମେ’ ପ୍ରଥମ ସପ୍ତାହରେ ଏହି ହିଟ୍ ୱେଭ୍‌ରେ ବ୍ରେକ୍ ଲାଗିବାର ସମ୍ଭାବନା ରହିଛି।

Heat Wave Heat Wave In Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe