ଅଦ୍ୟତନ ହୋଇଛି
88888888888000
Advertisment
ନୟାଗଡ଼ (ଆର୍ତ୍ତତ୍ରାଣ ପ୍ରଧାନ): ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ବ୍ଲକ୍ ବଡ଼ବାଣପୁରରୁ ଆଠଟି ଗୋରୁ ବୋଝେଇ ଗାଡ଼ି ଜବତ କରିଛି ପୁଲିସ୍। ଏହି ଗାଡ଼ିରୁ ଶହ ଶହ ଗୋରୁଙ୍କୁ ଉଦ୍ଧାର କରାଯାଇଛି। ଜବତ ୮ଟି ଗାଡ଼ିର ଡ୍ରାଇଭରଙ୍କୁ ଅଟକ ରଖି ପଚରାଉଚରା କରୁଛି ପୁଲିସ୍।
Advertisment
ଗତକାଲି ବିଳମ୍ବିତ ରାତିରେ ଆଠଟି ଗାଡ଼ିରେ ଗୋରୁ ଚଲାଣ ହେଉଥିବା କଣ୍ଟିଲୋ ପୁଲିସ କୌଣସି ସୂତ୍ରରୁ ଖବର ପାଇଥିଲା। ବଡ଼ବାଣପୁର ଛକରେ ପୁଲିସ ଗାଡ଼ି ଗୁଡ଼ିକ ଅଟକାଇଥିଲା। ସେଥିରୁ ଶହ ଶହ ଗୋରୁଙ୍କୁ ଉଦ୍ଧାର କରିଥିଲା। ଏହା ପଛରେ ବଡ଼ ଧରଣର ରାକେଟର ହାତ ଥିବା ପୁଲିସ ସନ୍ଦେହ କରୁଥିବା ବେଳେ ଏହାର ଅଧିକ ତଦନ୍ତ ଜାରି ରଖିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2020/06/88888888888000.jpg)