/odisha-reporter/media/post_attachments/uploads/2016/03/bnda.jpg)
bnda
ବ୍ରହ୍ମଗିରି:ଖାଦ୍ୟ ଯୋଗାଣ ମନ୍ତ୍ରୀ ସଞ୍ଜୟ ଦାସବର୍ମାଙ୍କ ଇସ୍ତଫା ସହିତ ଆଠ ଦଫା ଦାବି ନେଇ ବ୍ରହ୍ମଗିରି କଂଗ୍ରେସ ପକ୍ଷରୁ ସୋମବାର ବ୍ରହ୍ମଗିରିରେ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। କଂଗ୍ରେସ କର୍ମୀମାନେ ବିଭିନ୍ନ ସ୍ଥାନରେ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି। ଫଳରେ ଦୋକାନ ବଜାର, ବିଭିନ୍ନ ବ୍ୟବସାୟ ପ୍ରତିଷ୍ଠାନ ଓ ଯାନବାହାନ ଚଳାଚଳ ବନ୍ଦ ରହିଛି। ବିବାଦୀୟ ପାଜେରୋ ଗାଡ଼ିକୁ ନେଇ ମନ୍ତ୍ରୀ ସଞ୍ଜୟ ଦାସବର୍ମାଙ୍କ ଇସ୍ତଫା ଦାବି କରିଛି କଂଗ୍ରେସ। ଏଥିସହ ତାଙ୍କ ବିରୋଧରେ ଆଇନ ଗତ କାର୍ଯ୍ୟାନୁଷ୍ଠାନ ଦାବି କରିଛି। ମନ୍ତ୍ରୀ ସଞ୍ଜୟ ଦାସବର୍ମା ଏଟି ଗ୍ରୁପଠାରୁ ଏକ ପାଜେରୋ ଗାଡ଼ି ଉପହାର ପାଇଥିବା ନେଇ ବରିଷ୍ଠ କଂଗ୍ରେସ ନେତା ଲୁଲୁ ମହାପାତ୍ର ଅଭିଯୋଗ କରିଥିଲେ। ଫାଇଲିନ୍ ସହାୟତା, ବ୍ରହ୍ମଗିରିକୁ ମରୁଡି ଗ୍ରସ୍ତ ଅଞ୍ଚଳ ଘୋଷଣା ଓ ରାସନକାର୍ଡ ଅନିୟମିତତା ପରି ବିଭିନ୍ନ ପ୍ରସଙ୍ଗ ନେଇ ଆଜି ବନ୍ଦ ଡାକରା ଦିଆଯାଇଛି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
