Advertisment

ଭଦ୍ରକ ମଦମୃତ୍ୟୁ: ମୃତ୍ୟୁ ସିଂଖ୍ୟା ୮କୁ ବୃଦ୍ଧି, ୪୦ ଚିକିତ୍ସାଧୀନ

ଭଦ୍ରକ(ଓଡ଼ିଶା ରିପୋର୍ଟର): ଭଦ୍ରକ ଜିଲ୍ଲା ତିହିଡ଼ି ଓ ଚାନ୍ଦବାଲି ଥାନା ଅନ୍ତର୍ଗତ ବିଭିନ୍ନ ଅଞ୍ଚଳରେ ମଦମୃତ୍ୟୁ ସଂଖ୍ୟା ୮କୁ ବୃଦ୍ଧି ପାଇଥିବା ବେଳେ ଏବେବି ପ୍ରାୟ ୪୦ ଜଣ ଚିକିତ୍ସାଧୀନ ଅଛନ୍ତି । ସେପଟେ ଏହି ମାମଲାରେ ୨ଜଣଙ୍କୁ ତିହିଡ଼ି ଥାନାରେ ଅଟକ ରଖି ଘଟଣାର ଖୋଳତାଡ଼ କରୁଛି ପୁଲିସ୍‌ । ଅନ୍ୟପକ୍ଷରେ ଏଭଳି ଘଟଣାର ପ୍ରକୃତ କାରଣ ଏବେ ବି ସ୍ପଷ୍ଟ ହୋଇନାହିଁ ବୋଲି ଭଦ୍ରକ ଜିଲ୍ଲାପାଳ ଓ ଅବକାରୀ ବିଭାଗ ସଚିବ କହିଛନ୍ତି। ହେଲେ […]

ଭଦ୍ରକ ମଦମୃତ୍ୟୁ: ମୃତ୍ୟୁ ସିଂଖ୍ୟା ୮କୁ ବୃଦ୍ଧି, ୪୦ ଚିକିତ୍ସାଧୀନ

v6

Advertisment

ଭଦ୍ରକ(ଓଡ଼ିଶା ରିପୋର୍ଟର): ଭଦ୍ରକ ଜିଲ୍ଲା ତିହିଡ଼ି ଓ ଚାନ୍ଦବାଲି ଥାନା ଅନ୍ତର୍ଗତ ବିଭିନ୍ନ ଅଞ୍ଚଳରେ ମଦମୃତ୍ୟୁ ସଂଖ୍ୟା ୮କୁ ବୃଦ୍ଧି ପାଇଥିବା ବେଳେ ଏବେବି ପ୍ରାୟ ୪୦ ଜଣ ଚିକିତ୍ସାଧୀନ ଅଛନ୍ତି । ସେପଟେ ଏହି ମାମଲାରେ ୨ଜଣଙ୍କୁ ତିହିଡ଼ି ଥାନାରେ ଅଟକ ରଖି ଘଟଣାର ଖୋଳତାଡ଼ କରୁଛି ପୁଲିସ୍‌ । ଅନ୍ୟପକ୍ଷରେ ଏଭଳି ଘଟଣାର ପ୍ରକୃତ କାରଣ ଏବେ ବି ସ୍ପଷ୍ଟ ହୋଇନାହିଁ ବୋଲି ଭଦ୍ରକ ଜିଲ୍ଲାପାଳ ଓ ଅବକାରୀ ବିଭାଗ ସଚିବ କହିଛନ୍ତି। ହେଲେ ଏହି ଘଟଣାକୁ ନେଇ ଜାରି ରହିଛି ରାଜନୈତିକ ଆରୋପ ପ୍ରତ୍ୟାରୋପ। .

Advertisment

ଭୋଟ୍ ପୂର୍ବ ରାତିର ମଦ ପିଇ ୬ଜଣଙ୍କ ମୃତ୍ୟୁ ଘଟିଥିଲା। ପୀରହାଟ ନୂଆସାହିରେ ଘଟିଥିବା ଏହି ଘଟଣାରେ ଗତରାତିରେ ଆଉ ୨ ଜଣ ଆଖି ବୁଜିବା ପରେ ମୃତ୍ୟୁସଂଖ୍ୟା ୮ରେ ପହଞ୍ଚିଛି । ଏପଟେ ଶତାଧିକ ଅସୁସ୍ଥଙ୍କ ଭିତରୁ ୬୭ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୩୫ ଜଣ ଭଦ୍ରକ ମେଡିକାଲରେ ଓ ୭ରୁ ଅଧିକ ଗୁରୁତର ଅବସ୍ଥାରେ କଟକ ବଡ଼ ମେଡିକାଲ୍‌ରେ ଏବେବି ଚିକିତ୍ସାଧୀନ ଅଛନ୍ତି।

ହେଲେ ନିର୍ବାଚନ ବେଳେ ମଦ ବିକ୍ରି ନିଷିଦ୍ଧ ଥିବାରୁ କେଉଁଠାରୁ ଏତେ ପରିମାଣର ମଦ ଆସିଲା ତାହାକୁ ନେଇ ଆରମ୍ଭ ହୋଇଛି ତୁମ୍ବି ତୋଫାନ। କେଉଁଠୁ ଏହି ବିଷାକ୍ତ ମଦ ଆସିଲା, କିଏ ଓ କାହିଁକି ବାଣ୍ଟିଥିଲା, ତାହାର କାରଣ ଖୋଜୁଛି ପୋଲିସ ଓ ଅବକାରୀ ବିଭାଗ। ଏହି ମାମଲାରେ ଦୌଲତପୁରର ୨ଜଣଙ୍କୁ ତିହିଡ଼ି ଥାନାରେ ଅଟକ ରଖି ପଚରାଉଚରା କରୁଛି ପୋଲିସ । ଅନ୍ୟପଟେ ଏହାକୁ ନେଇ ତେଜିବାରେ ଲାଗିଛି ରାଜନୈତିକ ଆରୋପ ପ୍ରତ୍ୟାରୋପ। ଆଜି ବିଜେପି ଓ କଂଗ୍ରେସର ପ୍ରତିନିଧି ଦଳ ଭଦ୍ରକ ହସ୍ପିଟାଲରେ ଅସୁସ୍ଥଙ୍କୁ ଭେଟିଛନ୍ତି । ବିଜେପି ଏଭଳି ଘଟଣା ପାଇଁ ଶାସକ ଦଳକୁ ଦାୟୀ କରିଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe