Advertisment

ଭୁବନେଶ୍ୱରରେ ଜି-୨୦ ସଂସ୍କୃତି କାର୍ଯ୍ୟଗୋଷ୍ଠୀର ଦ୍ୱିତୀୟ ବୈଠକ, ଯୋଗଦେଲେ ୮ ଅତିଥି

ଆସନ୍ତାକାଲି ସନ୍ଧ୍ୟାରେ "Sustain: The Craft Edium" ଶୀର୍ଷକ ପ୍ରଦର୍ଶନୀକୁ ଉଦଘାଟନ କରିବେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଜି. କିଶନ ରେଡ୍ଡି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

G-20

G-20

Advertisment

ଆଜିଠାରୁ ଭୁବନେଶ୍ୱରରେ ଆରମ୍ଭ ହୋଇଛି ଜି-୨୦ ସଂସ୍କୃତି କାର୍ଯ୍ୟଗୋଷ୍ଠୀର ଦ୍ୱିତୀୟ ବୈଠକ। ଏଥିରେ ଯୋଗଦେଉଛନ୍ତି ଜି -୨୦ ସଦସ୍ୟ ରାଷ୍ଟ୍ରର ୮ ଜଣ ଅତିଥି ଓ ଅନ୍ତର୍ଜାତୀୟ ସଂଗଠନର ପ୍ରତିନିଧି। ବୈଠକରେ ୪ଟି ପ୍ରମୁଖ ବିଷୟ ଉପରେ ଆଲୋଚନା ହେବ। ସାଂସ୍କୃତିକ ସମ୍ପତ୍ତିର ସଂରକ୍ଷଣ ଓ ପୁନଃ ପ୍ରତିଷ୍ଠା, ଦୀର୍ଘ ସ୍ଥାୟୀ ଭବିଷ୍ୟତ ପାଇଁ ଜୀବନ୍ତ ଐତିହ୍ୟର ଉପଯୋଗ ନେଇ ଆଲୋଚନା ହେବ। ଏହାବ୍ୟତୀତ ସଂସ୍କୃତି ଏବଂ ସୃଜନଶୀଳ ଉଦ୍ୟୋଗ ଓ ଅର୍ଥ ବ୍ୟବସ୍ଥାର ପ୍ରୋତ୍ସାହନ ନେଇ ଆଲୋଚନା ହେବ।

Advertisment

ଆସନ୍ତାକାଲି ସନ୍ଧ୍ୟାରେ "Sustain: The Craft Edium" ଶୀର୍ଷକ ପ୍ରଦର୍ଶନୀକୁ ଉଦଘାଟନ କରିବେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଜି. କିଶନ ରେଡ୍ଡି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହା ସହିତ ଆସନ୍ତାକାଲି ଓଡ଼ିଶାରେ ଥିବା ଏଏସଆଇ ଅନୁମୋଦିତ କୀର୍ତ୍ତିରାଜୀ ଉପରେ ସମୀକ୍ଷା କରାଯିବ ବୋଲି ମନ୍ତ୍ରୀ କହିଛନ୍ତି। ଆସନ୍ତା ୧୭ ତାରିଖ ପର୍ଯ୍ୟନ୍ତ ଏହି ବୈଠକ ଚାଲିବ।

ASI ଡିଜି କିଶୋର ବାସା କହିଛନ୍ତି, ବିଭିନ୍ନ କୀର୍ତ୍ତିରାଜିର ବାଇ-ଲ ପ୍ରସ୍ତୁତି ଏକ ମନ୍ଥର ପ୍ରକ୍ରିୟା। ଗତ ୧୦ ବର୍ଷରେ ଦେଶରେ ବହୁତ କମ୍‌ ବାଇ-ଲ ପାସ ହୋଇଛି। ମୋର କାର୍ଯ୍ୟକାଳରେ ଓଡ଼ିଶାର ବିଭିନ୍ନ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବି। କପିଳେଶ୍ୱର ମନ୍ଦିରର ସଂରକ୍ଷଣକୁ ନେଇ ଉତ୍ତମ ଯୋଜନା କରାଯିବ ବୋଲି ଡିଜି କହିଛନ୍ତି।

Advertisment
Bhubaneswar Bhubaneswar News G20 Meet
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe