Advertisment

ପିକ୍‌ଅପ୍‌ ଭ୍ୟାନ୍ ଦୁର୍ଘଟଣାଗ୍ରସ୍ତ; ୮ ଗୁରୁତର

ତେଲକୋଇ (ଚିନ୍ମୟ କୁମାର ସାହୁ): କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ଗୁଣ୍ଡୁଳା ଘାଟିରେ ଏକ ପିକ୍‌ଅପ୍‌ ଭ୍ୟାନ୍‌ ଦୁର୍ଘଟଣାଗ୍ରସ୍ତ ହେବାରୁ ୮ ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଗତକାଲି ରାତିରେ ଏହି ଦୁର୍ଘଟଣା ଘଟିଥିଲା। ଦେବଗଡ଼ ଜିଲ୍ଲା ମାଦାଳିଆ ଗାଁର ୧୫ ଜଣ ଲୋକ ଏହି ପିକ୍‌ଅପ୍‌ ଭ୍ୟାନ୍‌ରେ ବୀରକଳା ଗାଁକୁ ଦଣ୍ଡନାଚ କରିବାକୁ ଯାଉଥିଲେ। ତେବେ ଗୁଣ୍ଡୁଳା ଘାଟିର ଏକ ବୁଲାଣିରେ ଗାଡ଼ିଟି ଭାରସାମ୍ୟ ହରାଇ […]

ଅଦ୍ୟତନ ହୋଇଛି
ପିକ୍‌ଅପ୍‌ ଭ୍ୟାନ୍ ଦୁର୍ଘଟଣାଗ୍ରସ୍ତ; ୮ ଗୁରୁତର

accident

Advertisment

ତେଲକୋଇ (ଚିନ୍ମୟ କୁମାର ସାହୁ): କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ଗୁଣ୍ଡୁଳା ଘାଟିରେ ଏକ ପିକ୍‌ଅପ୍‌ ଭ୍ୟାନ୍‌ ଦୁର୍ଘଟଣାଗ୍ରସ୍ତ ହେବାରୁ ୮ ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି।

Advertisment

ଗତକାଲି ରାତିରେ ଏହି ଦୁର୍ଘଟଣା ଘଟିଥିଲା। ଦେବଗଡ଼ ଜିଲ୍ଲା ମାଦାଳିଆ ଗାଁର ୧୫ ଜଣ ଲୋକ ଏହି ପିକ୍‌ଅପ୍‌ ଭ୍ୟାନ୍‌ରେ ବୀରକଳା ଗାଁକୁ ଦଣ୍ଡନାଚ କରିବାକୁ ଯାଉଥିଲେ। ତେବେ ଗୁଣ୍ଡୁଳା ଘାଟିର ଏକ ବୁଲାଣିରେ ଗାଡ଼ିଟି ଭାରସାମ୍ୟ ହରାଇ ରାସ୍ତାକଡ଼ ଡ୍ରେନ୍‌ରେ ଖସି ପଡ଼ିଥିଲା। ଫଳରେ ସମସ୍ତେ ଗାଡ଼ିରୁ ଛିଟିକି ପଡ଼ିଥିଲେ। ସମସ୍ତେ ଆହତ ହୋଇଥିଲେ ହେଁ ୮ ଜଣ ଗୁରୁତର ଆହତ ହୋଇଛନ୍ତି।

ଖବରପାଇ ବାଂଶପାଳ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲା ଓ ଗୁରୁତରଙ୍କୁ ଉଦ୍ଧାର କରି କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲା।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe