Advertisment

Odisha: ୮୮ରୁ ୮ କ୍ଷୀର ଓ ଦୁଗ୍ଧଜାତ ପଦାର୍ଥ ନମୁନା ନିମ୍ନ ମାନର: ମନ୍ତ୍ରୀ

ଡ଼ିଶାରେ ଓମଫେଡ୍ ବ୍ୟତୀତ 22ଟି କମ୍ପାନୀ ଦୁଗ୍ଧଜାତ ଦ୍ରବ୍ୟର ବ୍ୟବସାୟ କରୁଛନ୍ତି। ଏଥିରୁ 10ଟି କମ୍ପାନୀ ରାଜ୍ୟ ଭିତରୁ ଥିବାବେଳେ 12ଟି କମ୍ପାନୀ ରାଜ୍ୟ ବାହାରୁ ରହିଛି।

Odisha

ଲ୍ୟାବ୍‌

Advertisment

ଆପଣ ହୁଏତ ଅସୁରକ୍ଷିତ କ୍ଷୀର ପିଉନାହାନ୍ତି। କାରଣ ମାତ୍ର ଓଡ଼ିଶା ବଜାରରେ ପ୍ରାୟ 9 ପ୍ରତିଶତ କ୍ଷୀର ଓ ଦୁଗ୍ଧଜାତ ପଦାର୍ଥ(Milk Product) ନିମ୍ନମାନର ରହୁଥିବା ଦେଖାଯାଉଛି। ବିଧାନସଭାରେ ବୁଧବାର ଦିଆଯାଇଥିବା ତଥ୍ୟରୁ ଏହି ଖବର ପଦାକୁ ଆସିଛି। ଓଡ଼ିଶାରେ ଓମଫେଡ୍ ବ୍ୟତୀତ 22ଟି କମ୍ପାନୀ ଦୁଗ୍ଧଜାତ ଦ୍ରବ୍ୟର ବ୍ୟବସାୟ କରୁଛନ୍ତି। ଏଥିରୁ 10ଟି କମ୍ପାନୀ ରାଜ୍ୟ ଭିତରୁ ଥିବାବେଳେ 12ଟି କମ୍ପାନୀ ରାଜ୍ୟ ବାହାରୁ ରହିଛି। 

Advertisment

2025 ମସିହାରେ ଅର୍ଥାତ୍ ଗତ ବର୍ଷ ଜାନୁଆରୀ 1ତାରିଖରୁ ଡିସେମ୍ବର 31 ତାରିଖ ମଧ୍ୟରେ ସ୍ବାସ୍ଥ୍ୟ ବିଭାଗ ଅଧୀନରେ ଥିବା ଖାଦ୍ୟ ସୁରକ୍ଷା କମିଶନରେଟ୍ (FSSAI-Food Safety and Standards Authority of India) ପକ୍ଷରୁ ରାଜ୍ୟ ଖାଦ୍ୟ ପରୀକ୍ଷଣ ବିଜ୍ଞାନାଗାର (State Food Testing Laboratory, Bhubaneswar)ରେ 88ଟି ଦୁଗ୍ଧ ଓ ଦୁଗ୍ଧଜାତ ପଦାର୍ଥର ନମୁନା ପରୀକ୍ଷା କରାଯାଇଥିଲା।

ସେଥିରୁ 80ଟି ନମୁନା FSSAI ମାନ ପୂରଣ କରୁଥିବାବେଳେ କୌଣସି ନମୁନା ଅସୁରକ୍ଷିତ ବା ବିପଦପୂର୍ଣ୍ଣ ନଥିଲା। କୌଣସି ନମୁନାର ବ୍ରାଣ୍ଡ୍ ବି ବଦଳାଯାଇନଥିଲା ବା ଅନ୍ୟ ଭାବେ କହିଲେ misbranded ନଥିଲା। ମାତ୍ର 8ଟି ନମୁନା ନିମ୍ନ ମାନର ବା substandard ଥିବା ଚିହ୍ନଟ ହୋଇଥିଲା। ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ପ୍ରଶ୍ନରେ ବିଧାନସଭାରେ ଏଭଳି ଲିଖିତ ଉତ୍ତର ଦେଇଛନ୍ତି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ।

Advertisment

ଏଠାରେ ଉଲ୍ଲେଖ କରାଯାଇପାରେ, ନିକଟରେ ଓଟିଭି ନେଟଓ୍ବର୍କ ପକ୍ଷରୁ ଭୁବନେଶ୍ବରରେ 4ଟି ବ୍ରାଣ୍ଡେଡ୍ ଓ ଗୋଟିଏ ଖୋଲାରେ ଗାଡ଼ିରେ ମିଳୁଥିବା କ୍ଷୀର ନମୁନାକୁ ରାଜ୍ୟ ଖାଦ୍ୟ ପରୀକ୍ଷଣ ବିଜ୍ଞାନାଗାରରେ ପରୀକ୍ଷା କରାଯାଇଥିଲା। ଫୁଡ୍ ସେଫ୍ଟି ଷ୍ଟାଣ୍ଡାର୍ଡ ଅନୁସାରେ ବ୍ରାଣ୍ଡେଡ୍ କ୍ଷୀରରେ କୌଣସି ସମସ୍ୟା ଦେଖା ଦେଇନଥିବାବେଳେ ଖୋଲାରେ ମିଳୁଥିବା ମିଲକ୍ ଭ୍ୟାନ୍ କ୍ଷୀର ନିମ୍ନ ମାନର ଥିବା ରିପୋର୍ଟ ଆସିଥିଲା। 

ଓମଫେଡର ପୂର୍ବତନ ଜିଏମ୍ ଡ. ଜ୍ଞାନ ଦାସ ପଟ୍ଟନାୟକ କହିଥିଲେ- `ଓମଫେଡ୍ ଭଳି ବ୍ରାଣ୍ଡେଡ୍ କ୍ଷୀର କମ୍ପାନୀଗୁଡ଼ିକ କ୍ଷୀରକୁ ପ୍ରଥମେ ଷ୍ଟାଣ୍ଡାର୍ଡାଇଜ୍ କରନ୍ତି। କ୍ଷୀରରେ 87% ପାଣି ରହିଛି। ବଳକା 13%ରେ ରହିଛି ପ୍ରାୟ 4% ଫ୍ୟାଟ୍ ଓ ଅବଶିଷ୍ଟ 9% SNF- Solids- Not-Fats ବା ଖାଦ୍ୟାସାର। SNF ହେଉଛି କ୍ଷୀରରେ ଥିବା ପ୍ରୋଟିନ, ଲାକ୍ଟୋଜ, ମିନେରାଲ୍ସ ଓ ଭିଟାମିନ୍।

ସାଧାରଣତଃ ଗାଈ କ୍ଷୀରରେ SNF କମ ଥିବାରୁ କ୍ଷୀରର ପାଉଡର ଦ୍ବାରା ତାହାକୁ ପ୍ରଥମେ ବଢ଼ାଯାଇଥାଏ। ଟୋନଡ ମିଲକ୍ ବା ଡବଲ ଟୋନଡ୍ ମିଲ୍କ ପାଇଁ ସାଧାରଣ କ୍ଷୀରରୁ କିଛି ଫ୍ୟାଟ୍ କାଢ଼ି ନିଆଯାଏ। ସେହିଥିରୁ ଲହୁଣୀ ଓ ଘିଅ କରାଯାଇଥାଏ। ତା’ ପରେ କ୍ଷୀରକୁ ହୋମୋଜନାଇଜଡ୍ କରାଯାଏ। ଅର୍ଥାତ୍ ମେସିନ୍ ଜରିଆରେ କ୍ଷୀରର ଫ୍ୟାଟକୁ ସବୁ ସ୍ତରରେ ସମାନ ଭାବରେ ଖେଳାଇ ଦିଆଯାଏ। ତା’ପରେ କ୍ଷୀରକୁ ପାସ୍ଚରାଇଜ୍ ବା ଜୀବାଣୁମୁକ୍ତ କରାଯାଏ।’ ଅନ୍ୟପଟରେ ବୟସ୍କ ଓ ମଧୁମେହ ଭଳି ରୋଗରେ ପୀଡ଼ିତ ଲୋକେ ଅଧିକ ଫ୍ୟାଟ୍ ଯୁକ୍ତ କ୍ଷୀର ପିଇବା ଉଚିତ ନୁହେଁ ବୋଲି କହିଥିଲେ ଭେଷଜ ବିଶେଷଜ୍ଞ ଡା. ବି କେ ମିଶ୍ର।

ରିପୋର୍ଟ: ଲକ୍ଷ୍ମୀନାରାୟଣ କାନୁନଗୋ, ଓଡ଼ିଶା ରିପୋର୍ଟର

Milk Product
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe