Advertisment

କରୋନା କବଳରେ ୮ ପୁଲିସ୍‌ କର୍ମଚାରୀ

ଭଦ୍ରକ(ଓଡ଼ିଶା ରିପୋର୍ଟର): କରୋନା ମହାମାରୀ କବଳରେ ଏବେ ସମ୍ମୁଖ ଯୋଦ୍ଧା। କରୋନା ବିରୋଧରେ ଚାଲିଥିବା ଲଢ଼େଇରେ ପ୍ରମୁଖ ଯୋଦ୍ଧା ସାଜିଥିବା ପୁଲିସ୍‌, ଡାକ୍ତର ଏବେ ନିଜେ କରୋନାରେ ଆକ୍ରାନ୍ତ ହେଉଛନ୍ତି। ଯାହାକି ରାଜ୍ୟ ସରକାରଙ୍କ ଚିନ୍ତା ବଢ଼ାଉଛି। ଭଦ୍ରକ ଜିଲ୍ଲାରେ କରୋନା ଲଢ଼େଇରେ ଆଗ ଧାଡ଼ିର ଯୋଦ୍ଧା ସାଜିଥିବା ୮ ପୁଲିସ୍‌ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏନେଇ ଭଦ୍ରକ ଏସ୍‌ପି ଟ୍ୱିଟ କରି ସୂଚନା ଦେଇଛନ୍ତି।  ଏହାକୁ ମିଶାଇ ଜିଲ୍ଲାରେ ସମୁଦାୟ ୧୫ ପୁଲିସ୍‌ କର୍ମଚାରୀ […]

author-image
Niharika Rout
ଅଦ୍ୟତନ ହୋଇଛି
କମୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ହ୍ରାସ ପାଉନାହିଁ ମୃତକଙ୍କ ସଂଖ୍ୟା

CORONA-11-1-1

ଭଦ୍ରକ(ଓଡ଼ିଶା ରିପୋର୍ଟର): କରୋନା ମହାମାରୀ କବଳରେ ଏବେ ସମ୍ମୁଖ ଯୋଦ୍ଧା। କରୋନା ବିରୋଧରେ ଚାଲିଥିବା ଲଢ଼େଇରେ ପ୍ରମୁଖ ଯୋଦ୍ଧା ସାଜିଥିବା ପୁଲିସ୍‌, ଡାକ୍ତର ଏବେ ନିଜେ କରୋନାରେ ଆକ୍ରାନ୍ତ ହେଉଛନ୍ତି। ଯାହାକି ରାଜ୍ୟ ସରକାରଙ୍କ ଚିନ୍ତା ବଢ଼ାଉଛି।

Advertisment

ଭଦ୍ରକ ଜିଲ୍ଲାରେ କରୋନା ଲଢ଼େଇରେ ଆଗ ଧାଡ଼ିର ଯୋଦ୍ଧା ସାଜିଥିବା ୮ ପୁଲିସ୍‌ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏନେଇ ଭଦ୍ରକ ଏସ୍‌ପି ଟ୍ୱିଟ କରି ସୂଚନା ଦେଇଛନ୍ତି।  ଏହାକୁ ମିଶାଇ ଜିଲ୍ଲାରେ ସମୁଦାୟ ୧୫ ପୁଲିସ୍‌ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇ ସାରିଲେଣି।

Advertisment

ଭଦ୍ରକ ଜିଲ୍ଲାରେ ସମୁଦାୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୮୩ରେ ପହଞ୍ଚିଥିବା ବେଳେ ସେମାନଙ୍କ ମଧ୍ୟରୁ ୩୨୮ ଜଣ ସୁସ୍ଥ ହୋଇ ସାରିଲେଣି । ୧୫୦ ଜଣ ଏବେ ଚିକିତ୍ସାଧୀନ ଅଛନ୍ତି। କରୋନା ଯୋଗୁ ଜିଲ୍ଲାରେ ୨ ଜଣ ଆଖି ବୁଜି ସାରିଥିବା ବେଳେ କରୋନାରେ ଆକ୍ରାନ୍ତ  ହୋଇ ଅନ୍ୟ କାରଣ ଯୋଗୁ ୩ ଜଣଙ୍କ ମୃତ୍ୟୁ ହେଲାଣି।

Corona Police