highcourt
ଭୁବନେଶ୍ୱର:ବନ୍ଦ ପଡିଥବା ୮ଟି ଖଣିର ପୁନଃ ପଞ୍ଜିକରଣ ନ କରାଯିବାକୁ ନେଇ ସରକାରଙ୍କ ନିର୍ଦ୍ଦେଶ ଉପରେ ହାଇକୋର୍ଟ ଅନ୍ତରୀଣ ରହିତାଦେଶ ଜାରି କରିଛନ୍ତି। ଅନ୍ୟାଦେଶ ପର୍ଯ୍ୟନ୍ତ ଏମାନଙ୍କ ବିରୋଧରେ କୌଣସି କଠୋର ପଦକ୍ଷେପ ଗ୍ରହଣ ନକରିବାକୁ କୋର୍ଟ କହିଛନ୍ତି। ଗତ ମେ' ୧ ତାରିଖରେ ଖଣି ନଖୋଲିବା ନେଇ ବିଭାଗୀୟ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ଦାଏର ଏକାଧିକ ମାମଲାର ଶୁଣାଣି କରି କୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି। ଏହି ଖଣି ଗୁଡିକର ଚୁକ୍ତି ଅବଧି କାହିଁକି ଶେଷ କରାନିଯବ ସେ ନେଇ କାରଣ ଦର୍ଶାଇବାକୁ ଖଣି ବିଭାଗ ପକ୍ଷରୁ ସଂପୃକ୍ତ ଖଣି କମ୍ପାନୀକୁ ନିଦ୍ଦେର୍ଶ ଦିଆଯାଇଥିଲା। ମେ' ୧୨ତାରିଖ ସୁଦ୍ଧା ଏ ପ୍ରସଙ୍ଗରେ ନିଜର ପକ୍ଷ ରଖିବା ଲାଗି ଖଣି କମ୍ପାନୀ ଗୁଡିକୁ ନୋଟିସରେ କୁହାଯାଇଥିଲା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2015/05/highcourt.jpg)