Advertisment

ମଧ୍ୟାହ୍ନ ଭୋଜନ ଖାଇ ୪ ସ୍କୁଲର ୮୦ ଛାତ୍ରଛାତ୍ରୀ ଅସୁସ୍ଥ

ଭବାନୀପାଟଣା (ଓଡ଼ିଶା ରିପୋର୍ଟର): ପିଲାମାନଙ୍କୁ ବିଦ୍ୟାଳୟମୁଖୀ କରିବା ପାଇଁ ସରକାର ମଧ୍ୟାହ୍ନ ଭୋଜନ ଯୋଜନା କାର୍ଯ୍ୟକାରୀ କରିଛନ୍ତି। ଆଜି ସେହି ମଧ୍ୟାହ୍ନ ଭୋଜନ ଖାଇ ୪ଟି ସ୍କୁଲର ୮୦ରୁ ଅଧିକ ପିଲା ଅସୁସ୍ଥ ହୋଇପଡ଼ିଛନ୍ତି। ଏପରି ଘଟଣା କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ଅଞ୍ଚଳରେ ଘଟିଛି।

ଲାଞ୍ଜିଗଡ଼ ବ୍ଲକ ବନ୍ଧପାରି, ଲୁମା, କୁବରୀ ଓ ଡୁଙ୍ଗୁରୀ ସ୍କୁଲକୁ ଏକ ଟ୍ରଷ୍ଟ ପକ୍ଷରୁ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଇଏ। ଛାତ୍ରଛାତ୍ରୀମାନେ ଆଜି ମଧ୍ୟାହ୍ନ ଭୋଜନ ଖାଇବା ପରେ ଅସୁସ୍ଥ ହୋଇପଡ଼ି ଥିଲେ। ସ୍କୁଲ କର୍ତ୍ତୃପକ୍ଷ ଓ ଅଭିଭାବକମାନେ ପିଲାମାନଙ୍କୁ ବିଶ୍ୱନାଥପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ତେବେ ସେଠାରେ ଦୁଇ ଛାତ୍ରୀ ଓ ଜଣେ ଶିକ୍ଷକଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି। ଖବର ପାଇ ଉପଜିଲ୍ଲାପାଳ, ଡିଇଓ ଓ ତହସିଲଦାର ମେଡ଼ିକାଲରେ ପହଞ୍ଚି ପିଲାମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ପଚାରି ବୁଝିଛନ୍ତି।

author-image
Ordigital Desk