ମଧ୍ୟାହ୍ନ ଭୋଜନ ଖାଇ ୪ ସ୍କୁଲର ୮୦ ଛାତ୍ରଛାତ୍ରୀ ଅସୁସ୍ଥ

Ordigital Desk
  • Published: Thursday, 14 September 2017
  • , Updated: 14 September 2017, 10:52 PM IST
<p>ଭବାନୀପାଟଣା (ଓଡ଼ିଶା ରିପୋର୍ଟର): ପିଲାମାନଙ୍କୁ ବିଦ୍ୟାଳୟମୁଖୀ କରିବା ପାଇଁ ସରକାର ମଧ୍ୟାହ୍ନ ଭୋଜନ ଯୋଜନା କାର୍ଯ୍ୟକାରୀ କରିଛନ୍ତି। ଆଜି ସେହି ମଧ୍ୟାହ୍ନ ଭୋଜନ ଖାଇ ୪ଟି ସ୍କୁଲର ୮୦ରୁ ଅଧିକ ପିଲା ଅସୁସ୍ଥ ହୋଇପଡ଼ିଛନ୍ତି। ଏପରି ଘଟଣା କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ଅଞ୍ଚଳରେ ଘଟିଛି।</p> <p>ଲାଞ୍ଜିଗଡ଼ ବ୍ଲକ ବନ୍ଧପାରି, ଲୁମା, କୁବରୀ ଓ ଡୁଙ୍ଗୁରୀ ସ୍କୁଲକୁ ଏକ ଟ୍ରଷ୍ଟ ପକ୍ଷରୁ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଇଏ। ଛାତ୍ରଛାତ୍ରୀମାନେ ଆଜି ମଧ୍ୟାହ୍ନ ଭୋଜନ ଖାଇବା ପରେ ଅସୁସ୍ଥ ହୋଇପଡ଼ି ଥିଲେ। ସ୍କୁଲ କର୍ତ୍ତୃପକ୍ଷ ଓ ଅଭିଭାବକମାନେ ପିଲାମାନଙ୍କୁ ବିଶ୍ୱନାଥପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ତେବେ ସେଠାରେ ଦୁଇ ଛାତ୍ରୀ ଓ ଜଣେ ଶିକ୍ଷକଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି। ଖବର ପାଇ ଉପଜିଲ୍ଲାପାଳ, ଡିଇଓ ଓ ତହସିଲଦାର ମେଡ଼ିକାଲରେ ପହଞ୍ଚି ପିଲାମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ପଚାରି ବୁଝିଛନ୍ତି।</p>

Related story