Advertisment

ଗଞ୍ଜେଇ ଧରି ଗାଡ଼ିକୁ ଅପେକ୍ଷା କରିଥିଲେ, ମାଡ଼ି ବସିଲା ପୁଲିସ୍‌

ମୋହନା (ମିହିର ଜତି): ଗଜପତି ଜିଲ୍ଲା ଅଡ଼ବା ଥାନା ପୁଲିସ୍‌ ଗଞ୍ଜେଇ ଚାଲଣା କରୁଥିବା ଅଭିଯୋଗରେ ୪ ଜଣଙ୍କୁ ଗିରଫ କରିଛି। ଏହାସହ ସେମାନଙ୍କ ପାଖରୁ ୮୨ କେଜି ଗଞ୍ଜେଇ ଜବତ କରିଛି। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୧୬ ଲକ୍ଷ ଟଙ୍କା ହେବ ବୋଲି ପୁଲିସ୍‌ କହିଛି। ଗିରଫ ଅଭିଯୁକ୍ତମାନେ ହେଲେ ସତାମ ଖାନ୍‌, ମିଜାମ୍‌ ଖାନ୍‌, ସାହାଙ୍ଗିର ସେଖ ଏବଂ ମୁଶାରତ୍‌ ଖାନ୍‌। ସମସ୍ତ ଅଭିଯୁକ୍ତଙ୍କ ଘର ବ୍ରହ୍ମପୁର ଗେଟ୍‌ ବଜାର ଅଞ୍ଚଳରେ। ଅଭିଯୁକ୍ତମାନେ […]

ଗଞ୍ଜେଇ ଧରି ଗାଡ଼ିକୁ ଅପେକ୍ଷା କରିଥିଲେ, ମାଡ଼ି ବସିଲା ପୁଲିସ୍‌

mohana

Advertisment

ମୋହନା (ମିହିର ଜତି): ଗଜପତି ଜିଲ୍ଲା ଅଡ଼ବା ଥାନା ପୁଲିସ୍‌ ଗଞ୍ଜେଇ ଚାଲଣା କରୁଥିବା ଅଭିଯୋଗରେ ୪ ଜଣଙ୍କୁ ଗିରଫ କରିଛି। ଏହାସହ ସେମାନଙ୍କ ପାଖରୁ ୮୨ କେଜି ଗଞ୍ଜେଇ ଜବତ କରିଛି। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୧୬ ଲକ୍ଷ ଟଙ୍କା ହେବ ବୋଲି ପୁଲିସ୍‌ କହିଛି।

Advertisment

ଗିରଫ ଅଭିଯୁକ୍ତମାନେ ହେଲେ ସତାମ ଖାନ୍‌, ମିଜାମ୍‌ ଖାନ୍‌, ସାହାଙ୍ଗିର ସେଖ ଏବଂ ମୁଶାରତ୍‌ ଖାନ୍‌। ସମସ୍ତ ଅଭିଯୁକ୍ତଙ୍କ ଘର ବ୍ରହ୍ମପୁର ଗେଟ୍‌ ବଜାର ଅଞ୍ଚଳରେ।

ଅଭିଯୁକ୍ତମାନେ ଗଞ୍ଜେଇ ନେଉଥିବା ନେଇ ଅଡ଼ବା ଥାନା ପୁଲିସ୍‌ ସୂଚନା ପାଇଥିଲା। ଏହାପରେ ସେମାନଙ୍କୁ ଧରିବାକୁ ଯୋଜନା କରାଯାଇଥିଲା। ଆଜି ଅଭିଯୁକ୍ତମାନେ ଗଞ୍ଜେଇ ଧରି ରେଣୁ ଗାଁ ନିକଟରେ ଗାଡ଼ିକୁ ଅପେକ୍ଷା କରିଥିଲେ। ଏହି ସମୟରେ ପୁଲିସ୍‌ ଚଢ଼ଉ କରି ସେମାନଙ୍କୁ କାବୁ କରିନେଇଥିଲା।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe