Advertisment

ସବୁ ରେକର୍ଡ ଭାଙ୍ଗିଲା ମହାମାରୀ, ରାଜ୍ୟରେ ଚିହ୍ନଟ ହେଲେ ୮୩୮୬ ଆକ୍ରାନ୍ତ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ସବୁ ରେକର୍ଡ ଭାଙ୍ଗି ଚାଲିଛି ମହାମାରୀ। ଗତ କିଛି ଦିନ ଧରି ୬ ହଜାର ଟ୍ରେଣ୍ଡରେ ରହିଥିବା କରୋନା ହଠାତ୍‌ ୮ ହଜାରକୁ ଲମ୍ବ ଡିଆଁ ମାରିଛି। ରାଜ୍ୟରେ ଆଜି ୮୩୮୬ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଗତ କିଛି ଦିନ ପରି ଖୋର୍ଦ୍ଧା ଜିଲ୍ଲାରୁ ପୁଣି ଥରେ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ଜିଲ୍ଲାରେ ସର୍ବାଧିକ ୧୮୪୦ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସୁନ୍ଦରଗଡ଼ରୁ ୯୩୩, କଟକରୁ ୪୯୬, ଝାରସୁଗୁଡ଼ାରୁ ୪୩୩, […]

author-image
Niharika Rout
ଅଦ୍ୟତନ ହୋଇଛି
ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ୬ ହଜାର ତଳକୁ ଖସିଲା

Corona

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ସବୁ ରେକର୍ଡ ଭାଙ୍ଗି ଚାଲିଛି ମହାମାରୀ। ଗତ କିଛି ଦିନ ଧରି ୬ ହଜାର ଟ୍ରେଣ୍ଡରେ ରହିଥିବା କରୋନା ହଠାତ୍‌ ୮ ହଜାରକୁ ଲମ୍ବ ଡିଆଁ ମାରିଛି। ରାଜ୍ୟରେ ଆଜି ୮୩୮୬ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

Advertisment

ଗତ କିଛି ଦିନ ପରି ଖୋର୍ଦ୍ଧା ଜିଲ୍ଲାରୁ ପୁଣି ଥରେ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ଜିଲ୍ଲାରେ ସର୍ବାଧିକ ୧୮୪୦ ପଜିଟିଭ୍ ଚିହ୍ନଟ ହୋଇଛନ୍ତି।

ସୁନ୍ଦରଗଡ଼ରୁ ୯୩୩, କଟକରୁ ୪୯୬, ଝାରସୁଗୁଡ଼ାରୁ ୪୩୩, ନବରଙ୍ଗପୁରରୁ ୩୮୮, ବଲାଙ୍ଗିରରୁ ୩୫୮, ଅନୁଗୁଳରୁ ୩୪୭, ସମ୍ବଲପୁରରୁ  ୩୦୭, ମୟୂରଭଞ୍ଜରୁ ୨୮୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Advertisment

ଯାଜପୁରରୁ ୨୭୦, ପୁରୀରୁ ୨୫୯, ବରଗଡ଼ରୁ ୨୫୭, ନୂଆପଡ଼ାରୁ ୨୩୩, ଗଞ୍ଜାମରୁ ୨୦୯, ବାଲେଶ୍ୱରରୁ ୨୦୨, କେନ୍ଦୁଝରରୁ ୧୭୫, ଜଗତସିଂହପୁରରୁ  ୧୨୯, କଳାହାଣ୍ଡିରୁ ୧୨୬ ଓ  ଷ୍ଟେଟ୍ ପୁଲ୍ରୁ ୩୪୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।