Advertisment

84th IRC: ଭୁବନେଶ୍ୱରରେ ୮୪ତମ ସଡ଼କ କଂଗ୍ରେସ ଉଦଘାଟିତ, ଓଡ଼ିଶା ପାଇଁ ହଜାରେ କୋଟିର ସଡ଼କ ପାଣ୍ଠି

ସଡ଼କ ନିର୍ମାଣରେ କଠିନ ବର୍ଜ୍ୟବସ୍ତୁର ଉପଯୋଗ ଉପରେ ଗୁରୁତ୍ୱାରୋପ କରି ଭୁବନେଶ୍ୱରର ବର୍ଜ୍ୟବସ୍ତୁକୁ ରାସ୍ତା ନିର୍ମାଣରେ ବ୍ୟବହାର କରିବାକୁ ପରାମର୍ଶ ଦେଇଛନ୍ତି । ଏପର୍ଯ୍ୟନ୍ତ ୮୦ ଲକ୍ଷ ଟନ୍ ସହରାଂଚଳ ବର୍ଜ୍ୟବସ୍ତୁକୁ ରାସ୍ତା ନିର୍ମାଣରେ ଉପଯୋଗ କରାଯାଇଛି ବୋଲି ସେ ସୂଚନା ଦେଇଛନ୍ତି।

Indian-Road-Congress

84th Indian Road Congress inaugurated in Bhubaneswar’s Janata Maidan

Advertisment

ଭାରତୀୟ ସଡ଼କ କଂଗ୍ରେସର ୮୪ତମ ବାର୍ଷିକ ଅଧିବେଶନ ଆଜି ଭୁବନେଶ୍ୱରର ଜନତା ମଇଦାନଠାରେ ଉଦଘାଟିତ ହୋଇଛି । ଦୀର୍ଘ ପ୍ରାୟ ୧୦ବର୍ଷ ବ୍ୟବଧାନରେ ଓଡ଼ିଶାରେ ଏହି ସଡ଼କ କଂଗ୍ରେସ ଅଧିବେଶନ ଅନୁଷ୍ଠିତ ହେଉଛି । କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଅଧିବେଶନକୁ ଉଦଘାଟନ କରିଛନ୍ତି । ଆସନ୍ତା ୧୦ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଅଧିବେଶନରେ ଦେଶବିଦେଶରୁ ପ୍ରାୟ ୩୫୦୦ରୁ ଅଧିକ ଇଞ୍ଜିନିୟର, ବୈଷୟିକ ବିଶେଷଜ୍ଞ, ପ୍ରତିନିଧି ଓ ଗାଇଡ୍ ଯୋଗ ଦେଇଛନ୍ତି । ଓଡ଼ିଶାରେ ଏହି ଅଧିବେଶନ ଷଷ୍ଠଥର ପାଇଁ ଆୟୋଜିତ ହେଉଛି । 

Advertisment


ଓଡ଼ିଶା ପାଇଁ ହଜାରେ କୋଟି ଟଙ୍କାର ସଡ଼କ ଭିତ୍ତିଭୂମି ପାଣ୍ଠି


ଏହି ଅଧିବେଶନକୁ ଉଦଘାଟନ କରିବା ଅବସରରେ କେନ୍ଦ୍ର ମନ୍ତ୍ରୀ ଶ୍ରୀ ଗଡ଼କରୀ(Nitin Gadkari) ଓଡ଼ିଶା ପାଇଁ ୧୦୦୦ କୋଟି ଟଙ୍କାର କେନ୍ଦ୍ରୀୟ ସଡ଼କ ଭିତ୍ତିଭୂମି ପାଣ୍ଠି ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ, ଭାରତୀୟ ସଡ଼କ କଂଗ୍ରେସ(ଆଇଆରସି) ହେଉଛି ଭାରତୀୟ ରୋଡ ଇଞ୍ଜିନିୟରିଂର ଆତ୍ମା ଓ ସଡ଼କ ଭିତ୍ତିଭୂମି, ଗବେଷଣା, ଇଞ୍ଜିନିୟରିଂ ଓ ନବସୃଜନ ପାଇଁ ଏକ ବୃହତ ଜ୍ଞାନ ବିନିମୟ କ୍ଷେତ୍ର । ଦେଶର ବିକାଶକୁ ତ୍ୱରାନ୍ୱିତ କରିବା ପାଇଁ ବିଶ୍ୱସ୍ତରୀୟ ସଡ଼କ ଭିତ୍ତିଭୂମି ନିର୍ମାଣର ଆବଶ୍ୟକତା ରହିଛି । ସଡ଼କ ନିର୍ମାଣରେ କଠିନ ବର୍ଜ୍ୟବସ୍ତୁର ଉପଯୋଗ ଉପରେ ଗୁରୁତ୍ୱାରୋପ କରି ଭୁବନେଶ୍ୱରର ବର୍ଜ୍ୟବସ୍ତୁକୁ ରାସ୍ତା ନିର୍ମାଣରେ ବ୍ୟବହାର କରିବାକୁ ପରାମର୍ଶ ଦେଇଛନ୍ତି । ଏପର୍ଯ୍ୟନ୍ତ ୮୦ ଲକ୍ଷ ଟନ୍ ସହରାଂଚଳ ବର୍ଜ୍ୟବସ୍ତୁକୁ ରାସ୍ତା ନିର୍ମାଣରେ ଉପଯୋଗ କରାଯାଇଛି ବୋଲି ସେ ସୂଚନା ଦେଇଛନ୍ତି ।


ସେ ଆହୁରି ମଧ୍ୟ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଦେଶରେ ସଡ଼କ( Indian roads) ନିର୍ମାଣ କ୍ଷେତ୍ରରେ ଦ୍ରୁତ ଉନ୍ନତି ଆସିଛି । ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟର ବଜେଟ ଆବଂଟନ ସର୍ବାଧିକ ୨. ୮୭ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି ପାଇଛି । ଦେଶରେ ରାଜପଥ ନିର୍ମାଣ ୬୦% ବୃଦ୍ଧି ପାଇ ୧,୪୬,୩୪୨ କିଲୋମିଟରରେ ପହଂଚିଛି ଏବଂ ଆଗାମୀ ଦିନରେ ଭାରତ ବିଶ୍ୱର ଏକ ନମ୍ବର ସଡ଼କ ନେର୍ଟୱାକ ହେବାକୁ ଯାଉଛି । ଉନ୍ନତ ସଡ଼କ ଯୋଗୁଁ ଦେଶରେ ଲଜିଷ୍ଟିକ୍ସ ଖର୍ଚ୍ଚ ମଧ୍ୟ ୧୬ରୁ ୧୧ ପ୍ରତିଶତକୁ ହ୍ରାସ ପାଇଛି । ସେ ସଡ଼କ ନିର୍ମାଣରେ ଟେକ୍ନୋଲୋଜି, ଉତ୍ତମ ମାନର ଊଚଜ ପ୍ରସ୍ତୁତି, ସଡ଼କ ନିରାପତ୍ତା ଏବଂ ଗ୍ରୀନ ହାଇଡ୍ରୋଜେନ୍ ଭଳି ବିକଳ୍ପ ଇନ୍ଧନର ବହୁଳ ବ୍ୟବହାର ଉପରେ ଗୁରୁତ୍ୱାରୋପ କରିଛନ୍ତି ।

Advertisment


ଭିତ୍ତିଭୂମି ସୁଦୃଢ଼ ପାଇଁ ମାଷ୍ଟରପ୍ଲାନ୍ ପ୍ରସ୍ତୁତ ଚାଲିଛି: ମୁଖ୍ୟମନ୍ତ୍ରୀ


ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ(CM Mohan Majhi) ଉଦଘାଟନୀ ଅବସରରେ କହିଛନ୍ତି ଯେ, ୨୦୩୬ ମସିହା ସୁଦ୍ଧା ‘ସମୃଦ୍ଧ ଓଡ଼ିଶା' ଏବଂ ୨୦୪୭ ସୁଦ୍ଧା ‘ବିକଶିତ ଭାରତ'ର ସଂକଳ୍ପକୁ ସାକାର କରିବା ପାଇଁ ରାଜ୍ୟ ସରକାର ସଡ଼କ ଭିତ୍ତିଭୂମିକୁ ସୁଦୃଢ଼ କରିବା ଦିଗରେ ବିଶେଷ ଗୁରୁତ୍ୱ ଦେଉଛନ୍ତି । ଏଥିପାଇଁ ‘ବିସ୍ତୃତ ଭିତ୍ତିଭୂମି ମାଷ୍ଟର ପ୍ଲାନ’ ପ୍ରସ୍ତୁତ କରାଯାଉଛି । ରାଜ୍ୟରେ ୧୫ ହଜାର କିଲୋମିଟର ରାସ୍ତା ନିର୍ମାଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି ଏବଂ ୫ ବର୍ଷ ମଧ୍ୟରେ ୭୫ ହଜାର କିଲୋମିଟର ସଡ଼କ ନିର୍ମାଣ କରିବାର ଲକ୍ଷ୍ୟ ରଖାଯାଇଛି । ଓଡ଼ିଶାକୁ ଅଧିକ ଗତିଶୀଳ କରିବାକୁ ରାଜ୍ୟରେ Odisha State Road Policy-2025 ଏବଂ Odisha State Highways Authority Act-2025 ପ୍ରଣୟନ କରାଯାଇଛି ବୋଲି ସେ କହିଛନ୍ତି ।


ଓଡ଼ିଶା ପାଇଁ ଗୌରବର ବିଷୟ: ପୂର୍ତ୍ତ ମନ୍ତ୍ରୀ


ଆଜିର ଅଧିବେଶନ ପୂର୍ବରୁ ଆୟୋଜିତ ଟେକ୍ନିକାଲ ସେସନକୁ  ରାଜ୍ୟ ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଉଦଘାଟନ କରିଥିଲେ । ଦୀର୍ଘ ୧୦ ବର୍ଷ ପରେ ଓଡ଼ିଶାକୁ ଏଭଳି ଏକ ଜାତୀୟ ସ୍ତରର କାର୍ଯ୍ୟକ୍ରମ କରିବାର ସୁଯୋଗ ମିଳିଛି, ଯାହା ଗୌରବର ବିଷୟ । ଏହି ଆଇଆରସି ଅଧିବେଶନରେ ମୋଟ୍ ୧୯ଟି ଟେକ୍ନିକାଲ ସେସନ ଅନୁଷ୍ଠିତ ହେବ, ଯେଉଁଥିରେ ବିଭିନ୍ନ କଲେଜର ଇଞ୍ଜିନିୟରିଂ ଛାତ୍ରଛାତ୍ରୀ ଏବଂ ରିସର୍ଚ୍ଚରମାନେ ମଧ୍ୟ ସାମିଲ ହେବେ । ଏହି ଅଧିବେଶନର ନିଷ୍କର୍ଷ ଦେଶ ଓ ରାଜ୍ୟର ସଡ଼କ କ୍ଷେତ୍ରକୁ ଉନ୍ନତିର ମାର୍ଗ ଦେଖାଇବ ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ସଂସ୍କୃତି, ପରଂପରା, ନୃତ୍ୟ, ସଙ୍ଗୀତ ଓ ଖାଦ୍ୟପେୟର ଝଲକ ଦେଖିବାକୁ ମିଳିଛି ।


 ଏହି ଆଇଆରସିରେ ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟ ସଚିବ ମନୋଜ ଆହୁଜା, ଉନ୍ନୟନ କମିଶନର ଅନୁ ଗର୍ଗ, ଆଇଆରସିର ଅଧ୍ୟକ୍ଷ ମନୋରଞ୍ଜନ ପରିଡ଼ାଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ । ଏହି ଅବସରରେ ସଡ଼କ ନିର୍ମାଣ ଓ ଇଞ୍ଜିନିୟରିଂ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଇଞ୍ଜିନିୟରମାନଙ୍କୁ ସମ୍ମାନିତ କରାଯିବା ସହ ଏକ ସ୍ମରଣିକା ଉନ୍ମୋଚିତ ହୋଇଥିଲା ।

Nitin Gadkari CM Mohan Majhi Indian roads
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe