kendrapara
କେନ୍ଦ୍ରାପଡ଼ା (ଓଡ଼ିଶା ରିପୋର୍ଟର): କର୍କଟ ରୋଗରେ ପୀଡ଼ିତ ଥାଇ ମଧ୍ୟ କରୋନାକୁ ଜିତିପାରିଛନ୍ତି କେନ୍ଦ୍ରାପଡ଼ାର ସୁରେନ୍ଦ୍ର ପତି। କରୋନା ରୋଗ ପାଇଁ ସବୁଠାରୁ ବିପଜ୍ଜନକ ହୋଇଥିବା ବୟସ ବର୍ଗର ହୋଇ ମଧ୍ୟ ସେ ଏବେ ସୁସ୍ଥ ହୋଇପାରିଛନ୍ତି। ସୁରେନ୍ଦ୍ରଙ୍କ ବୟସ ଏବେ ୮୫ ବର୍ଷ ବୋଲି ଜଣାପଡ଼ିଛି।
https://twitter.com/dmkendrapara/status/1284041979311976448?s=20
ସେହିଭଳି ତାଙ୍କ ୭୮ ବର୍ଷର ସ୍ତ୍ରୀ ସାବିତ୍ରୀ ପତି ମଧ୍ୟ କରୋନାରୁ ସୁସ୍ଥ ହୋଇଛନ୍ତି। ଏ ଦୁହେଁ ଏବେ କେନ୍ଦ୍ରାପଡ଼ା କୋଭିଡ୍ କେୟାରରୁ ସୁସ୍ଥ ହୋଇ ଫେରିଛନ୍ତି। ଏହି ଖବର ଆସିବା ପରେ କେନ୍ଦ୍ରାପଡ଼ା ପ୍ରଶାସନ ପକ୍ଷରୁ ତାଙ୍କୁ ଶୁଭେଚ୍ଛା ଜଣାଯାଇଛି। ପ୍ରଶାସନ ପକ୍ଷରୁ କୁହାଯାଇଛି, ଏମାନେ କରୋନା ମୁକାବିଲା ପାଇଁ ଅନ୍ୟମାନଙ୍କ ପାଇଁ ପ୍ରେରଣା ସାଜିବେ।
https://twitter.com/CMO_Odisha/status/1284378777221345286?s=20
ସେହିଭଳି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି, “କୋଭିଡ୍-୧୯ ବିରୋଧରେ ଜିତିପାରିଥିବା ସୁରେନ୍ଦ୍ର ପତି ଏବଂ ତାଙ୍କ ସ୍ତ୍ରୀ ସାବିତ୍ରୀ ପତିଙ୍କୁ ଶୁଭେଚ୍ଛା। ଏଭଳି ଅସମୟରେ ଦୃଢ଼ ରହିବାକୁ ଆପଣମାନେ ପ୍ରେରଣା ଦେଉଛନ୍ତି।”
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2020/07/kendrapara.jpg)