/odisha-reporter/media/post_attachments/uploads/2020/07/Covid19.jpg)
Covid19
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱରରୁ ଆହୁରି ୮୭ ଜଣ କରୋନା ପଜିଟିଭ୍ ଚିହ୍ନଟ କରାଯାଇଛି। ଏମାନଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୪୧ ଚିହ୍ନଟ ହୋଇଥିବା ବେଳେ ଲୋକାଲ କେସ୍ ସଂକ୍ରମଣ ସଂଖ୍ୟା ୪୬ ରହିଛି। ସେହିଭଳି ୩୭ ଜଣ ସୁସ୍ଥ ହୋଇଛନ୍ତି।
https://twitter.com/bmcbbsr/status/1284452824235954182?s=20
ଲୋକାଲ୍ କେସ୍ ମଧ୍ୟରୁ ନୟାପଲ୍ଲୀ ତ୍ରିନାଥ ନଗର ବସ୍ତିରୁ ୪ ଲୋକାଲ କଣ୍ଟାକ୍ଟ କେସ୍ ଚିହ୍ନଟ କରାଯାଇଛି। ସେହିଭଳି ଗୌତମନଗର ହରିହର ଏନ୍କ୍ଲେଭରୁ ୩ ଜଣ, ଗଙ୍ଗନଗର ପିଚୁ ପଡ଼ିଆ ବସ୍ତିରୁ ୨ ଏବଂ ଶୈଳଶ୍ରୀ ବିହାରରୁ ୨ ଚିହ୍ନଟ କରାଯାଇଛି। ଦୂରଦର୍ଶନ କେନ୍ଦ୍ର ପାଖରେ ଥିବା ଘରୋଇ ହସ୍ପିଟାଲର ୨ କର୍ମଚାରୀ ପଜିଟିଭ ରହିଥିବା ସୂଚନା ମିଳିଛି।
କାନନବିହାର ଫେଜ୍-୧ରେ ଗୋଟିଏ ପରିବାରରୁ ୬ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିଭଳି ନୟାପଲ୍ଲୀ ବ୍ରିଟ କଲୋନୀରୁ ୩, ବିଜେବି ନଗରରୁ ୩ ଜଣ, ଡମଣାରୁ ୩ ଜଣ, ଲକ୍ଷ୍ମୀସାଗରରୁ ୨ଜଣ ଏବଂ ମୈତ୍ରୀବିହାରରୁ ୨ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି।
ଏଥିସହିତ ଭୁବନେଶ୍ୱରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧୩୦କୁ ବୃଦ୍ଧି ପାଇଛି। ଏମାନଙ୍କ ମଧ୍ୟରୁ ଏଯାଏ ୪୯୪ ଜଣ ସୁସ୍ଥ ହୋଇଥିବା ବେଳେ ୧୧ ଜଣ ପ୍ରାଣ ହରାଇଛନ୍ତି। ବର୍ତ୍ତମାନ ମଧ୍ୟ ଭୁବନେଶ୍ୱରରେ ୬୨୪ ଆକ୍ଟିଭ୍ କେସ୍ ରହିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
