Advertisment

ଭୁବନେଶ୍ୱରରୁ ଚିହ୍ନଟ ହେଲେ ଆଉ ୮୭ କରୋନା ପଜିଟିଭ୍

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱରରୁ ଆହୁରି ୮୭ ଜଣ କରୋନା ପଜିଟିଭ୍ ଚିହ୍ନଟ କରାଯାଇଛି। ଏମାନଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୪୧ ଚିହ୍ନଟ ହୋଇଥିବା ବେଳେ ଲୋକାଲ କେସ୍ ସଂକ୍ରମଣ ସଂଖ୍ୟା ୪୬ ରହିଛି। ସେହିଭଳି ୩୭ ଜଣ ସୁସ୍ଥ ହୋଇଛନ୍ତି। Update on newly detected & cured #COVID19 cases in the last 24 hrs under the BMC area on 18th July 2020(till 9am). Further contact tracing […]

ଅଦ୍ୟତନ ହୋଇଛି
ଭୁବନେଶ୍ୱରରୁ ଚିହ୍ନଟ ହେଲେ ଆଉ ୮୭ କରୋନା ପଜିଟିଭ୍

Covid19

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱରରୁ ଆହୁରି ୮୭ ଜଣ କରୋନା ପଜିଟିଭ୍ ଚିହ୍ନଟ କରାଯାଇଛି। ଏମାନଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୪୧ ଚିହ୍ନଟ ହୋଇଥିବା ବେଳେ ଲୋକାଲ କେସ୍ ସଂକ୍ରମଣ ସଂଖ୍ୟା ୪୬ ରହିଛି। ସେହିଭଳି ୩୭ ଜଣ ସୁସ୍ଥ ହୋଇଛନ୍ତି।
https://twitter.com/bmcbbsr/status/1284452824235954182?s=20
ଲୋକାଲ୍ କେସ୍ ମଧ୍ୟରୁ ନୟାପଲ୍ଲୀ ତ୍ରିନାଥ ନଗର ବସ୍ତିରୁ ୪ ଲୋକାଲ କଣ୍ଟାକ୍ଟ କେସ୍ ଚିହ୍ନଟ କରାଯାଇଛି। ସେହିଭଳି ଗୌତମନଗର ହରିହର ଏନ୍‌କ୍ଲେଭରୁ ୩ ଜଣ, ଗଙ୍ଗନଗର ପିଚୁ ପଡ଼ିଆ ବସ୍ତିରୁ ୨ ଏବଂ ଶୈଳଶ୍ରୀ ବିହାରରୁ ୨ ଚିହ୍ନଟ କରାଯାଇଛି। ଦୂରଦର୍ଶନ କେନ୍ଦ୍ର ପାଖରେ ଥିବା ଘରୋଇ ହସ୍ପିଟାଲର ୨ କର୍ମଚାରୀ ପଜିଟିଭ ରହିଥିବା ସୂଚନା ମିଳିଛି।

Advertisment

କାନନବିହାର ଫେଜ୍-୧ରେ ଗୋଟିଏ ପରିବାରରୁ ୬ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିଭଳି ନୟାପଲ୍ଲୀ ବ୍ରିଟ କଲୋନୀରୁ ୩, ବିଜେବି ନଗରରୁ ୩ ଜଣ, ଡମଣାରୁ ୩ ଜଣ, ଲକ୍ଷ୍ମୀସାଗରରୁ ୨ଜଣ ଏବଂ ମୈତ୍ରୀବିହାରରୁ ୨ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି।

ଏଥିସହିତ ଭୁବନେଶ୍ୱରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧୩୦କୁ ବୃଦ୍ଧି ପାଇଛି। ଏମାନଙ୍କ ମଧ୍ୟରୁ ଏଯାଏ ୪୯୪ ଜଣ ସୁସ୍ଥ ହୋଇଥିବା ବେଳେ ୧୧ ଜଣ ପ୍ରାଣ ହରାଇଛନ୍ତି। ବର୍ତ୍ତମାନ ମଧ୍ୟ ଭୁବନେଶ୍ୱରରେ ୬୨୪ ଆକ୍ଟିଭ୍ କେସ୍ ରହିଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe