Advertisment

ଚାଲାଣ ବେଳେ ଧରା ପଡ଼ିଲେ ୮୭ କଇଁଛ, କେଜି...

ବାଲେଶ୍ୱର( ଓଡ଼ିଶା ରିପୋର୍ଟର): ଏବେ ଗୋରୁଗାଇଙ୍କ ବଦଳରେ ମାଫିଆଙ୍କ ଟାର୍ଗେଟରେ ପଡ଼ୁଛନ୍ତି କଇଁଛ । ବାହାର ରାଜ୍ୟକୁ ଚାଲାଣ କରୁଛନ୍ତି ଶହ ଶହ କଇଁଛ । ବାଲେଶ୍ୱର ରେମୁଣାରୁ ପଶ୍ଚିମବଙ୍ଗ ଚାଲାଣ ବେଳେ ଧରାପଡ଼ିଛି ୮୭ଟି କଇଁଛ । ଜଳେଶ୍ୱର ବନ ବିଭାଗ ଏହି ଘଟଣାରେ ଜଣଙ୍କୁ ଗିରଫ କରିବା ସହ ଗୋଟିଏ ବାଇକ୍ ଜବତ କରିଛି। ଆଜି କଇଁଛ ଚାଲାଣ ହେଉଥିବା ଖବର ପାଇ ସଜବାଜ ହୋଇଥିଲା ୬୦ ନମ୍ବର ଜାତୀୟ ରାଜପଥର ଚାଲନ୍ତି ଛକ […]

ଅଦ୍ୟତନ ହୋଇଛି
ଚାଲାଣ ବେଳେ ଧରା ପଡ଼ିଲେ ୮୭ କଇଁଛ, କେଜି...

turtule

Advertisment

ବାଲେଶ୍ୱର( ଓଡ଼ିଶା ରିପୋର୍ଟର): ଏବେ ଗୋରୁଗାଇଙ୍କ ବଦଳରେ ମାଫିଆଙ୍କ ଟାର୍ଗେଟରେ ପଡ଼ୁଛନ୍ତି କଇଁଛ । ବାହାର ରାଜ୍ୟକୁ ଚାଲାଣ କରୁଛନ୍ତି ଶହ ଶହ କଇଁଛ । ବାଲେଶ୍ୱର ରେମୁଣାରୁ ପଶ୍ଚିମବଙ୍ଗ ଚାଲାଣ ବେଳେ ଧରାପଡ଼ିଛି ୮୭ଟି କଇଁଛ । ଜଳେଶ୍ୱର ବନ ବିଭାଗ ଏହି ଘଟଣାରେ ଜଣଙ୍କୁ ଗିରଫ କରିବା ସହ ଗୋଟିଏ ବାଇକ୍ ଜବତ କରିଛି।

Advertisment

ଆଜି କଇଁଛ ଚାଲାଣ ହେଉଥିବା ଖବର ପାଇ ସଜବାଜ ହୋଇଥିଲା ୬୦ ନମ୍ବର ଜାତୀୟ ରାଜପଥର ଚାଲନ୍ତି ଛକ ନିକଟରେ ଚେକିଂକୁ କଡ଼ାକଡ଼ି କରାଯାଇଥିଲା। ଏହି ସମୟରେ ପହଞ୍ଚିଥିବା ଏକ ଗାଡ଼ିକୁ ଚେକିଂ ବେଳେ ସେଥିରୁ ଯାହା ଦେଖିଲେ ସେଥିରେ ବନ କର୍ମଚାରୀଙ୍କ ଆଖି ଖୋସି ହୋଇଥିଲେ ଗାଡ଼ି ଡାଲାରେ ବହୁ ସଂଖ୍ୟାରେ କଇଁଛ ଥିବା ବେଳେ ସେମାନଙ୍କୁ ବାନ୍ଧି ବସ୍ତାରେ ଭର୍ତ୍ତି କରି ନିଆଯାଉଥିଲା।

ବନ କର୍ମଚାରୀ ସମସ୍ତ କଇଁଛଙ୍କୁ ଉଦ୍ଧାର କରି ଗଣିବା ବେଳକୁ ୮୭ଟି କଇଁଛ ଥିବା ଜଣାପଡ଼ିଲା। ଏହି ଘଟଣାରେ ବନ ବିଭାଗ ଜଣଙ୍କୁ ଗିରଫ କରିଥିବା ବେଳେ ଆଉ ଜଣେ ଫେରାର ହୋଇଯାଇଛନ୍ତି। ପଚରାଉଚରା ବେଳେ କଇଁଛ ଗୁଡିକୁ କେଜିପ୍ରତି ୨୫୦ଟଙ୍କା ହିସାବରେ କିଣିଥିବା ବ୍ୟକ୍ତିଜଣକ ସୂଚନା ଦେଇଛନ୍ତି।

Advertisment

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe