Advertisment

ବାହାନଗା ଟ୍ରେନ ଦୁର୍ଘଟଣା: ବିହାରର ୮୮ ଜଣ ନିଖୋଜ!

ବିହାରର ୪୩ ଜଣ ଲୋକଙ୍କ ମୃତ୍ୟୁ ଘଟିଥିବା ସେଠାକାର ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ କହିଛନ୍ତି।

author-image
Jitendra Garnayak
Train Accident

Train Accident

ବାଲେଶ୍ୱର ଜିଲ୍ଲା ବାହାନଗାରେ ଟ୍ରେନ ଦୁର୍ଘଟଣା ପରେ ବିହାରର ୮୮ ଜଣ ଯାତ୍ରୀଙ୍କ ପତ୍ତା ମିଳୁନାହିଁ ବୋଲି ସେଠାକାର ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶାହନୱାଜ ଆଲମ ଅଭିଯୋଗ କରିଛନ୍ତି।

Advertisment

ସେ କହିଛନ୍ତି, ଏହି ଦୁର୍ଘଟଣାରେ ବିହାରର ୪୩ ଜଣଙ୍କ ମୃତ୍ୟୁ ଘଟିଛି। ୪୪ ଜଣ ଆହତ ହୋଇଛନ୍ତି। କିନ୍ତୁ ଆଉ ୮୮ ଜଣଙ୍କ ବିଷୟରେ କିଛି ଜଣାପଡ଼ିନି। ସେମାନେ ନିଖୋଜ ଅଛନ୍ତି।

ଗତକାଲି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କଟକ ବଡ଼ ଡାକ୍ତରଖାନା ଆସି ଏହି ଦୁର୍ଘଟଣାରେ ଆହତ ହୋଇଥିବା ତାଙ୍କ ରାଜ୍ୟର ଲୋକଙ୍କୁ ଭେଟିବା ପରେ ଗଣମାଧ୍ୟମ ଆଗରେ ସମାନ ଅଭିଯୋଗ ଆଣିଥିଲେ। ପଶ୍ଚିମବଙ୍ଗର ୩୧ ଜଣ ଲୋକ ନିଖୋଜ ଅଛନ୍ତି ବୋଲି ସେ କହିଥିଲେ।

Advertisment

ମମତା କହିଥିଲେ, ପଶ୍ଚିମବଙ୍ଗର ୧୦୩ ଜଣଙ୍କ ମୃତଦେହକୁ ଚିହ୍ନଟ କରାଯାଇଛି। ୮୭ଟି ମୃତଦେହ ପଶ୍ଚିମବଙ୍ଗରେ ପହଞ୍ଚି ସାରିଛି। ଓଡ଼ିଶାର ବିଭିନ୍ନ ମେଡିକାଲରେ ଏବେ ୯୭ ଜଣ ଚିକିତ୍ସାଧୀନ ଅଛନ୍ତି। ସେମାନଙ୍କ ମଧ୍ୟରୁ କଟକ ଏସ୍‌ସିବିରେ କେବଳ ୫୩ ଜଣ ଚିକିତ୍ସିତ ହେଉଛନ୍ତି।

ଏହି ଦୁର୍ଘଟଣାରେ ମୋଟ ୨୮୮ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ସେମାନଙ୍କ ମଧ୍ୟରୁ ୨୦୫ଟି ମୃତଦେହର ଚିହ୍ନଟ କରାଯାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବା ଗତକାଲି ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା କହିଥିଲେ।

Bihar Train Accident